ETV Bharat / state

ଦେଶୀ ଓ ବିଦେଶୀ ମଦ ଜବତ, 5 ଗିରଫ

author img

By

Published : Apr 17, 2020, 6:51 PM IST

ଜିଲ୍ଲାପାଳ ଓ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । 2355 କିଲୋଗ୍ରାମ ଗୁଡ ମିଶ୍ରିତ ପୋଚ ନଷ୍ଟ କରାଯାଇଛି । ଅଧିକ ପଢନ୍ତୁ...

ଦେଶୀ ଓ ବିଦେଶୀ ମଦ ଜବତ, 5 ଗିରଫ
ଦେଶୀ ଓ ବିଦେଶୀ ମଦ ଜବତ, 5 ଗିରଫ

ଭଞ୍ଜନଗର: ଲକଡାଉନରେ କମୁନି ଅବାଧ ମଦ କାରବାର । ପୁଣି ନଷ୍ଟ ହୋଇଛି ପୋଚ । ଜବତ ହୋଇଛି ଦେଶୀ ଓ ବିଦେଶୀ ମଦ । 5 ଜଣଙ୍କୁ ଗିରଫ କରିଛି ଗଞ୍ଜାମ ପୋଲିସ ।

ଦେଶୀ ଓ ବିଦେଶୀ ମଦ ଜବତ, 5 ଗିରଫ

ଜିଲ୍ଲାପାଳ ଓ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଜଗନ୍ନାଥପ୍ରସାଦ ବ୍ଲକର ଗଣ୍ଡାଧାର, କ୍ରିୟାଧାର ଓ ଗୋଚ୍ଛାବାଡି ଗ୍ରାମରେ ହୋଇଛି ମିଳିତ ଚଢାଉ । 2355 କିଲୋଗ୍ରାମ ଗୁଡ ମିଶ୍ରିତ ପୋଚ ନଷ୍ଟ କରାଯାଇଛି । ଏହାସହିତ 530 ଲିଟର ହାତ ରନ୍ଧା ଦେଶୀମଦ ଓ 284ଟି ବିଦେଶୀ ମଦ ବୋତଲ ଜବତ କରିଛି ପୋଲିସ ।

ସେହିପରି ଗିରଫ 5 ବ୍ୟକ୍ତି ହେଲେ ସୁରତ ନାୟକ, କାଳିଆ ବେହେରା, ହରିଶ ଚନ୍ଦ୍ର ଦଳବେହେରା, ମଞ୍ଜୁ ବେହେରା ଓ ବନବାସୀ ବେହେରା । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଚଢାଉରେ ଭଞ୍ଜନଗର, ଆସିକା, ଛତ୍ରପୁର ଅବକାରୀ ବିଭାଗର ବହୁ ଅଧିକାରୀ ଅଂଶଗ୍ରହଣ କରିଥିଲେ । ଆଗକୁ ଏହିପରି ଚଢାଉ ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.