ETV Bharat / state

କୋରୋନା ମୁକାବିଲା ପାଇଁ ଆଗେଇ ଆସିଲେ ପୋଲସରା ଜନପ୍ରତିନିଧି - ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ

ବିପଦ ସମୟରେ ରାଜ୍ୟର ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ କରିବା ଉଦ୍ଦେଶ୍ୟରେ ହାତ ବଢାଇଛନ୍ତି ପୋଲସରା ବ୍ଲକର ସମସ୍ତ ଜନପ୍ରତିନିଧି । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦେଇଛନ୍ତି ଆର୍ଥିକ ସାହାଯ୍ୟ । ଅଧିକ ପଢନ୍ତୁ...

କୋରୋନା ମୁକାବିଲା ପାଇଁ ଆଗେଇ ଆସିଲେ ପୋଲସରା ଜନପ୍ରତିନିଧି

author img

By

Published : Apr 16, 2020, 5:07 PM IST

ଭଞ୍ଜନଗର: କୋରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରିଲିଫ ପାଣ୍ଠିକୁ ବଢୁଛି ସହାୟତାର ହାତ । ଏହି ଅବସରରେ ଆଗେଇ ଆସିଛନ୍ତି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅଧିନସ୍ଥ ୨୬ଟି ପଞ୍ଚାୟତର ସରପଞ୍ଚ, ସମିତି ଓ ଜିଲ୍ଲା ପରିଷଦ ସଭ୍ୟ । ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏକତ୍ରିତ ହୋଇ ଦେଇଛନ୍ତି ଆର୍ଥିକ ସହାୟତା ।

କୋରୋନା ମୁକାବିଲା ପାଇଁ ଆଗେଇ ଆସିଲେ ପୋଲସରା ଜନପ୍ରତିନିଧି

ବିଡିଓ ଶମ୍ଭୁନାଥ ନନ୍ଦୀଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ୨୧ ହଜାର 100 ଟଙ୍କା ପ୍ରଦାନ କରିଛନ୍ତି । ଏହି ସମୟରେ ବିଧାୟକ ଶ୍ରୀକାନ୍ତ ସାହୁ ଉପସ୍ଥିତ ଥିଲେ । କୋଭିଡ 19କୁ ନେଇ ସାରା ରାଜ୍ୟ ଲକଡାଉନ । ଏହି ସମୟରେ ଦେଶରେ ଦେଖାଦେଇଛି ଆର୍ଥିକ ସଙ୍କଟ ।

ଏଭଳି ବିପଦ ସମୟରେ ରାଜ୍ୟର ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ କରିବା ଉଦ୍ଦେଶ୍ୟରେ ହାତ ବଢାଇଛନ୍ତି ପୋଲସରା ବ୍ଲକର ସମସ୍ତ ଜନପ୍ରତିନିଧି । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦେଇଛନ୍ତି ଆର୍ଥିକ ସାହାଯ୍ୟ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.