ETV Bharat / state

ତପ୍ତପାଣି ଘାଟିରେ ଓଲଟିଲା ପିକନିକ୍ ବସ, 30ରୁ ଊର୍ଦ୍ଧ୍ବ ଆହତ

author img

By

Published : Dec 23, 2019, 10:03 PM IST

Updated : Dec 24, 2019, 4:51 AM IST

ଗଜପତି ଜିଲ୍ଲା ତପ୍ତପାଣି ଘାଟିରେ ଓଲଟିଲା ପିକନିକ୍ ବସ । ଦୁର୍ଘଟଣାରେ 30ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ ହୋଇଥିବାବେଳେ ସମସ୍ତଙ୍କୁ ଚିକିତ୍ସା ପାଇଁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି ।

Berhampur news
ତପ୍ତପାଣି ଘାଟିରେ ଓଲଟିଲା ପିକନିକ୍ ବସ

ବ୍ରହ୍ମପୁର: ଗଜପତି ଜିଲ୍ଲା ତପ୍ତପାଣି ଘାଟିରେ ଓଲଟିଲା ପିକନିକ୍ ବସ । ଦୁର୍ଘଟଣାରେ 30ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି ।

ତପ୍ତପାଣି ଘାଟିରେ ଓଲଟିଲା ପିକନିକ୍ ବସ

ସୂଚନାନୁସାରେ, କଟକ ରେଭେନ୍ସା ବିଶ୍ବବିଦ୍ୟଳୟ ଏମ.ସି.ଏ ପିଜି ଛାତ୍ରଛାତ୍ରୀମାନେ ଡଲ ନାମକ ବସ (ଓଆରଏଡବ୍ଲ୍ୟୁ ୩୬୬୩) ଗଜପତି ଜିଲ୍ଲା ଗଣ୍ଡାହାତି ପିକନିକ୍ ଆସିଥିଲେ । ସୋମବାର ରାତ୍ର ଗଣ୍ଡାହାତୀରୁ ସମୟରେ ଫେରୁଥିବା ସମୟରେ ତପ୍ତପାଣି ଘାଟି ନିକଟରେ ବ୍ରେକ ଫେଲ ହୋଇଯିବା ଯୋଗୁଁ ଡ୍ରାଇଭର ଭାରସାମ୍ୟ ହରାଇଥିଲା ଯାହାଫଳରେ ବସଟି ରାସ୍ତା କଡକୁ ଓଲଟି ପଡିଥିଲା ।

ଉକ୍ତ ମହାବିଦ୍ୟାଳୟରୁ ୬୦ ଜଣ ବିଦ୍ୟାର୍ଥୀମାନଙ୍କୁ ନେଇ ଆସିଥିବା ବସଟି ଦୁର୍ଘଟଣାଗ୍ରସ୍ତ ହେବାପରେ ସେଥିରୁ ୩୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଗୁରୁତର ଆହାତ ହୋଇଥିବାବେଳେ ଅନ୍ୟୁନ କେତେକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଗଞ୍ଜାମ ଜିଲ୍ଲାର ପାଟପୁର ପୋଲିସ ଓ ଦମକଳ ବାହିନୀ ଆମ୍ବୁଲାନ୍ସ ପହଞ୍ଚି ବିଦ୍ୟାର୍ଥୀମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତିକରାଯାଇଛି । ତେବେ ଗାଡି ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି । ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

blank

Conclusion:
Last Updated : Dec 24, 2019, 4:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.