ETV Bharat / state

Republic Day: ଖଲ୍ଲିକୋଟ କଲେଜରେ ଚାଲିଛି ପରେଡ ରିହଲର୍ସଲ - ଖଲ୍ଲିକୋଟ କଲେଜରେ ଚାଲିଛି ପରେଡ ରିହଲର୍ସଲ

ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ରାଜ୍ୟରେ ପାଳନ ହେବ ଗଣତନ୍ତ୍ର ଦିବସ । ଏନେଇ ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ଚାଲିଛି ଜୋରଦାର ପ୍ରସ୍ତୁତି । ଅଧିକ ପଢନ୍ତୁ

Parade Rehearsal in berhampur khallikote college

author img

By

Published : Jan 24, 2023, 8:35 AM IST

ପରେଡ ରିହଲର୍ସଲ

ବ୍ରହ୍ମପୁର: ଆଉ ଦିନ କେଇଟା ପରେ ଦେଶ ପାଳିବ ୭୪ତମ ଗଣତନ୍ତ୍ର ଦିବସ । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ଗଣତନ୍ତ୍ର ଦିବସ ପାଳନ କରିବେ ଦେଶବାସୀ । ଜିଲ୍ଲା ସ୍ତରରେ ଗଣତନ୍ତ୍ର ଦିବସ ପାଳନ ଅବସରରେ ସବୁଠି ଜୋରସୋର ଜାରି ରହିଛି ପ୍ରସ୍ତୁତି । ଏନେଇ ସ୍କୁଲ ଓ କଲେଜ ଗୁଡିକରେ ପରେଡ ରିହଲର୍ସଲ ଜାରି ରହିଛି । ବ୍ରହ୍ମପୁରରେ ମଧ୍ୟ ଗଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କୋଭିଡ କଟକଣା ପରେ ଗତ ଦୁଇ ବର୍ଷ ବ୍ୟବଧାନରେ ଚଳିତ ବ୍ରହ୍ମପୁରରେ ଗଣତନ୍ତ୍ର ଦିବସରେ ପରେଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଫଳରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପରେଡ଼ କରିବାର ସୁଯୋଗ ପାଇଥିବାରୁ ବେଶ ଖୁସି ଅଛନ୍ତି ।

ବ୍ରହ୍ମପୁର ସହରର ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଷ୍ଟାଡିୟମ ପରିସରରେ ଆୟୋଜିତ ହେବାକୁ ରହିଥିବା ସାମୁହିକ ପ୍ୟାରେଡ଼ ଉତ୍ସବରେ ପୋଲିସ ବାହିନୀ, ଗୃହରକ୍ଷୀ ବାହିନୀ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ସମେତ ଉଭୟ ଜୁନିୟର ଓ ସିନିୟର ବିଭାଗର ସ୍କାଉଟ ଓ ଗାଇଡ ଏବଂ ପୋଲିସ ବ୍ୟାଣ୍ଡକୁ ମିଶାଇ ମୋଟ ୩୪ଟି ଦଳ ମିଳିତ ପରେଡ଼ରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ଚଳିତବର୍ଷ ପ୍ୟାରେଡ଼କୁ ଯେପରି ଆକର୍ଷଣୀୟ କରାଯିବ ସେନେଇ ସମସ୍ତ ଦଳ ବେଶ ଉତ୍ସାହିତ ହୋଇପଡିଥିବା ଦେଖାଯାଇଛି । ଏହି ଅବସରରେ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଷ୍ଟାଡିୟମ ପରିସରରେ ଜୋରସୋରେ ପ୍ରସ୍ତୁତି ଜାରି ରହିଛି ।

ସେହିପରି ରାଜ୍ୟ ସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ପାଇଁ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଜୋରସୋରେ ଚାଲିଛି ପ୍ରସ୍ତୁତି । ଗଣତନ୍ତ୍ର ଦିବସରେ ମୋଟ ୧୯ଟି ୟୁନିଫର୍ମ କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବାକୁ ଥିବା ବେଳେ ଫୁଲ ଦମ୍‌ରେ ପରେଡ୍‌ ଅଭ୍ୟାସ କରୁଛନ୍ତି । ରିହରସଲ ସମୟରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ରହି ଏହାକୁ ତଦାରଖ କରୁଛନ୍ତି । ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ସମାରୋହରେ ମୋଟ ୪୯ଟି କଣ୍ଟିଜେଣ୍ଟ ଭାଗ ନେବେ । ୧୯ଟି ଦଳ ମଧ୍ୟରେ ରହିବେ ପୋଲିସର ଟ୍ରାଫିକ ପୋଲିସ, ୭ମ ଓ ୬ଷ୍ଠ ବାଟାଲିୟନ, ହୋମଗାର୍ଡ, ଓଡ୍ରାଫ, ଅଗ୍ନିଶମ ସହ ସ୍ବତନ୍ତ୍ର ବାଟାଲିୟନ, ନାଭାଲ ସହ ଆର୍ମି ଭାଗ ନେବେ । କୋଭିଡ ପରେ ପ୍ରଥମ ଥର ପାଇଁ ବିନା କଟକଣାରେ ପାଳନ ହେବାକୁ ଯାଉଛି । ଆଜିଗ୍ରାଣ୍ଡ ରିହରସଲ ହେବ । ସୁରକ୍ଷା ଲାଗି ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.