ବ୍ରହ୍ମପୁର: ଗଜାନନଙ୍କ ଆଗମନକୁ ନେଇ ବେଶ୍ ଉତ୍ସବମୁଖର ହୋଇ ଉଠିଛି ସାରା ରାଜ୍ୟ । ତେବେ ଏହି ଅବସରରେ ବ୍ରହ୍ମପୁର ସହରରେ ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣାଙ୍କ କଳାକୃତି ଆକର୍ଷଣୀର କେନ୍ଦ୍ରବିନ୍ଦୁ ପାଲଟିଛି । ଅଦରକାରୀ ସାମଗ୍ରୀ ତଥା ଚିରା ଫଟା ଖବରକାଗଜ, ପୁରୁଣା ରାକ୍ଷୀ ଏବଂ ଅଠା ସାହାଯ୍ୟରେ ରଥାରୂଢ ଗଣେଶ ତିଆରି କରିଛନ୍ତି । ଏହି ରଥର ଉଚ୍ଚତା ୭ ଇଞ୍ଚ , ଓସାର ୩ ଇଞ୍ଚ ରହିଛି ।

ଏଥିରେ ମୂଷିକ ରଥର ସାରଥୀ ସାଜି ରଥକୁ ଟାଣୁଥିବା ବେଳେ ପ୍ରଭୁ ଗଣେଶ ବାହାରିଛନ୍ତି ବିଶ୍ଵ ବ୍ରହ୍ମାଣ୍ଡକୁ ଭ୍ରମଣ କରିବା ପାଇଁ । ଏହି ପେପର ଗଣେଶର ଉଚ୍ଚତା ଅଛି ୪ ଇଞ୍ଚ ଓ ଓସାର ରହିଛି ୩ ଇଞ୍ଚ ।
ଏହି ପେପରରେ ତିଆରି ଛୋଟିଆ ଗଣେଶଟି ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବ ବୋଲି ଆଶା କରାଯାଉଛି । ଏହା ସହିତ ଚଳିତ ଗଣେଶ ପୂଜାରେ ୧.୫ ଏମ୍.ଏମ୍ର ଗଣେଶ ତିଆରି କରିଛନ୍ତି ସତ୍ୟନାରାୟଣ ମହାରଣା । ସୂଚନାମୁତାବକ, ଗତ ୨୦୧୭ ମସିହାରେ ୱାର୍ଲ୍ଡ ରେକର୍ଡରେ ରହିଥିଲା ସତ୍ୟଙ୍କ ତିନି ଏମ୍.ଏମ୍ ର ଚକ୍ ପିସ ଗଣେଶ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ