ETV Bharat / state

ପାଣ୍ଡିରିପଡାରେ ଆଦିବାସୀଙ୍କ ଭୋଟ ବର୍ଜନ ଚେତାବନୀ - pandiripada

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ପାଣ୍ଡିରିପଡା ପଞ୍ଚାୟତର ନିରାଶପଲ୍ଲି ଠାରେ ତିନୋଟି ଗ୍ରାମର ଆଦିବାସୀମାନେ ଏକତ୍ରିତ ହୋଇ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଭିନ୍ନ ମୌଳିକ ସମସ୍ୟା ପାଇବାରୁ ବଞ୍ଚିତ ହୋଇ ଅଞ୍ଚଳବାସୀମାନେ ଏପରି ନିଷ୍ପତ୍ତି ନେଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Apr 6, 2019, 11:10 PM IST

ଭଞ୍ଜନଗର: ପାଣ୍ଡିରିପଡାରେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଲେ ଆଦିବାସୀ । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ପାଣ୍ଡିରିପଡା ପଞ୍ଚାୟତର ନିରାଶପଲ୍ଲି ଠାରେ ତିନୋଟି ଗ୍ରାମର ଆଦିବାସୀମାନେ ଏକତ୍ରିତ ହୋଇ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସୂଚନା ଅନୁଯାୟୀ, ନିରାଶପଲ୍ଲି ଏକ ଆଦିବାସୀ ଅଞ୍ଚଳ ହୋଇଥିବାରୁ ଦୀର୍ଘ ବର୍ଷ ହେଲା ଏହି ଅଞ୍ଚଳ ଅବହେଳିତ ହୋଇ ପଡିରହିଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଠାରେ ନା ଅଛି ରାସ୍ତା ନା ଅଛି ପିଇବା ପାଇଁ ପାଣି । ଘୋର ସମସ୍ୟାରେ ବୁଡି ରହିଥିବା ଏହି ଅଞ୍ଚଳରେ ପିଲାମାନେ ପଢିବା ପାଇଁ ସ୍କୁଲଟିଏ ମଧ୍ୟ ନାହିଁ । ସେଥିପାଇଁ ଏଠାରେ ପିଲାମାନେ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି ।

ଏହିସବୁ ମୌଳିକ ଅସୁବିଧା ପ୍ରତି ପ୍ରଶାସନ ଠାରୁ ଆରମ୍ଭ କରି ରାଜ ନେତାଙ୍କର ମଧ୍ୟ ଦୃଷ୍ଟି ନାହିଁ । ତେବେ ଆଗକୁ ନିର୍ବାଚନ ଥିବାରୁ ନେତାମାନଙ୍କ ଘନଘନ ଗସ୍ତ କରି ପ୍ରତିଶୃତିର ସ୍ବପ୍ନ ଦେଖାଇ ଚାଲିଯାଉଛନ୍ତି । ଏଥିପାଇଁ ଚଳିତ ନିର୍ବାଚନରେ ଏହି ଅଞ୍ଚଳର ଆଦିବାସୀମାନେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏଥିପ୍ରତି ପ୍ରଶାସନ କ’ଣ ପଦକ୍ଷେପ ଗ୍ରହଣ କରୁଛି ତାହାକୁ ହିଁ ଅପେକ୍ଷା ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.