ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ସାଳୁଆପଲ୍ଲୀ ଛକ ଠାରେ ସଡକ ଦୁର୍ଘଟଣା । ଗତକାଲି(ଶନିବାର) ରାତିରେ ଅଜଣା ଗାଡି ଧକ୍କାରେ ସାଇକେଲରେ ଯାଉଥିବା ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ।
ମୃତ ବୃଦ୍ଧ ଜଣକ ହେଲେ ଲୁଦୁଲୁଦି ଗ୍ରାମର ପଞ୍ଚାନନ ସ୍ବାଇଁ । ଅଜଣା ଗାଡି ଦୁର୍ଘଟଣା ଘଟାଇ ଚାଲିଯାଇ ଥିବାବେଳେ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତଦେହ ପଡିରହିଥିଲା । ଆଜି(ରବିବାର) ସକାଳେ ସ୍ଥାନୀୟଲୋକେ ଦେଖିବା ପରେ ବ୍ରହ୍ମପୁର ଭଞ୍ଜନଗର ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ।
ଉଭୟ ପଟେ ଯାନବାହାନ ଅଟକି ଥିବାବେଳେ ଖବର ପାଇ ଭଞ୍ଜନଗର ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ , ଇଟିଭି ଭାରତ