ETV Bharat / state

ବଜ୍ରପାତରେ ଜଣଙ୍କ ମୃତ୍ୟୁ

author img

By

Published : Apr 23, 2021, 9:24 PM IST

ଗଞ୍ଜାମ ଜିଲ୍ଲା ଆସିକା ଘଟକୁରି ଗାଁରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ବଜ୍ରପାତରେ ଜଣଙ୍କର ମୃତ୍ୟୁ
ବଜ୍ରପାତରେ ଜଣଙ୍କର ମୃତ୍ୟୁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ଘଟକୁରି ଗାଁରେ ପ୍ରବଳ ବର୍ଷା ସହ ବଜ୍ରପାତ ଘଟିଛି । ଏହି ବଜ୍ରପାତରେ ଉକ୍ତ ଗାଁର ଗୁଣ୍ଡିଚା ଗୌଡ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୭ଟି ଗାଇ, ୬ଟି ବାଛୁରି ଓ ୨ ଛେଳିଙ୍କର ମୃତ୍ୟୁ ଘଟିଛି ।

ବଜ୍ରପାତରେ ଜଣଙ୍କର ମୃତ୍ୟୁ

ତେବେ ଘଟକୁରି ଗାଁର ଶେଷ ମୁଣ୍ଡରେ ଥିବା ଗହିରମାଳରେ ଏହି ବ୍ୟକ୍ତି ଜଣଙ୍କ ଗାଇକୁ ଜଗିଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି। ଆମ୍ବୁଲାନ୍ସ ଯୋଗେ ଗୁଣ୍ଡିଚା ଗୌଡ଼କୁ ଆସିକା ମେଡିକାଲକୁ ଆଣିଥିବା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏପଟେ ଗୁଣ୍ଡିଚାଙ୍କ ପରିବାର ତାଙ୍କ ଅକାଳ ବିୟୋଗ ରେ ଭାଙ୍ଗି ପଡିଥିବା ବେଳେ ଗ୍ରାମବାସୀ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି। ଏନେଇ ଆସିକା ପୋଲିସ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଗଞ୍ଜାମରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.