ETV Bharat / state

ଅଭିଯୁକ୍ତ ନେଲା ଅଭିଯୁକ୍ତର ଜୀବନ

ଦୁଇ ଅପରାଧୀଙ୍କ ମଧ୍ୟରେ ଗଣ୍ଡଗୋଳ । ଜଣଙ୍କ ଛୁରା ମାଡରେ ଅନ୍ୟଜଣେ ମୃତ । ଅଧିକ ପଢନ୍ତୁ...

author img

By

Published : Oct 26, 2020, 8:24 AM IST

ପୂର୍ବ ଶତ୍ରୁତାରୁ ଛୁରାମାଡ,ଜଣେ ମୃତ
ପୂର୍ବ ଶତ୍ରୁତାରୁ ଛୁରାମାଡ,ଜଣେ ମୃତ

ଗଞ୍ଜାମ: ଦିନକୁ ଦିନ ରାଜ୍ୟରେ ବଢୁଛି ଅପରାଧିକ କାର୍ଯ୍ୟକଳାପ । ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମରେ ଦୁଇ ଅପରାଧୀଙ୍କ ମଧ୍ୟରେ ଗଣ୍ଡଗୋଳ ସ୍ଥିତି ଉପୁଜି ଥିଲା । ଫଳରେ ଜଣଙ୍କର ଆକ୍ରମଣରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି ।

ପୂର୍ବ ଶତ୍ରୁତାରୁ ଛୁରାମାଡ,ଜଣେ ମୃତ
ପୂର୍ବ ଶତ୍ରୁତାରୁ ଛୁରାମାଡ,ଜଣେ ମୃତ

ସୂଚନାନୁସାରେ ବନ୍ଥପଲ୍ଲୀ ଗାଁରେ ଦୁଇଜଣ ଯୁବକ ବଚନ ସ୍ବାଇଁ ଓ କଙ୍ଗାରୁ ଭୂୟାଁଙ୍କ ମଧ୍ୟରେ କିଛି ଦିନ ହେବ ତିକ୍ତତା ଲାଗି ରହିଥିଲା । ତିକ୍ତତା ଏତେ ବଢିଗଲା ଯେ ଦୁଇଜଣଙ୍କ ଭିତରେ ଗଣ୍ଡଗୋଳ ସ୍ଥିତି ଉପୁଜିଥିଲା । ଗଣ୍ଡଗୋଳରେ କଙ୍ଗାରୁ ଭୂୟାଁ ଉତ୍ୟକ୍ତ ହୋଇ ବଚନ ସ୍ବାଇଁକୁ ଛୁରୀରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ବଚନ ସ୍ବାଇଁଙ୍କୁ ବ୍ରବ୍ମପୁର ଏମ.କେ.ସି.ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଆକ୍ରମଣକାରୀ ଅଭିଯୁକ୍ତ କଙ୍ଗାରୁ ଏକ ହତ୍ୟା ମାମଲାରେ ପୂର୍ବରୁ ଅଭିଯୁକ୍ତ ଥିବା ବେଳେ ମୃତ ଯୁବକ ବଚନ ସ୍ବାଇଁ ନାଁରେ ମଧ୍ୟ ପୁରୁଣା ଅପରାଧୀକ ମାମଲା ରହିଥିବା ପୋଲିସ ସୂଚନାରୁ ଜଣାପଡିଛି । ଦୀର୍ଘ ଦିନ ଧରି କଙ୍ଗାରୁ ଭୂୟାଁ ଏବଂ ବଚନ ସ୍ବାଇଁଙ୍କ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ଏହି ଘଟଣାରେ ପୋଲିସ ଅନ୍ୟ ଦୁଇଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.