ଭଞ୍ଜନଗର : ଦନ୍ତା ହାବୁଡରେ ସାଧୁ ଗୁରୁତର । ତାଙ୍କୁ ଗୁରୁତର ଅବସ୍ଥାରେ ବୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଖରାପ ହେବାରୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ବନ ବିଭାଗ ଅଧିକରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନା ଅନୁସାରେ, ଗଞ୍ଜାମ ବୁଗୁଡା ବନାଞ୍ଚଳରେ ଆଜି ଅପରାହ୍ନରେ ଏକ ଦନ୍ତାହାତୀ ଜଣେ ସାଧୁଙ୍କୁ ପାଦରେ ଦଳି ଦେଇଥିବା ଜଣାପଡିଛି। ଭଗବାନପୁର ସେକ୍ସନ ତାଳସର ବିଟରେ ଏକ ଦନ୍ତାହାତୀ ରହୁଥିବା ବେଳେ ଦନ୍ତାଟି ବ୍ୟତିବ୍ୟସ୍ତ ହୋଇ ପଡିଥିଲା । ପ୍ରଥମେ ଜଣେ ବନରକ୍ଷୀଙ୍କୁ ପାଦରେ ଦଳିବା ପାଇଁ ଉଦ୍ୟମ କରିଥିଲା । ହେଲେ ସୌଭାଗ୍ୟବସତ ବନରକ୍ଷୀ ଜଣକ ରକ୍ଷା ପାଇଯାଇଥିଲେ। ପରେ ହାତୀଟି ନୂଆଁପଲ୍ଲୀ ରାମପାଦ ଆଶ୍ରମର ସାଧୁ ଚୈତନ ମହାରାଜାଙ୍କୁ ପାଦରେ ଦଳି ଦେଇଥିଲା । ଫଳରେ ସାଧୁଙ୍କ ଜଙ୍ଘ ହାଡ଼ ଭାଙ୍ଗି ଥିବା ଜଣାପଡିଛି। ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ ପହଞ୍ଚି ସାଧୁଙ୍କୁ ଉଦ୍ଧାର କରିଥିଲେ । ଆଉ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ