ETV Bharat / state

ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଜଣେ ମୃତ, ଜଣେ ଆହତ - ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକ ମୃତ

ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ(Electrocuted to Death) । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କହ୍ନେଇପୁର ଗ୍ରାମରେ ବାରହା ଶିକାର ପାଇଁ ଧାନ ଜମିରେ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଷରେ ଜଣେ ମୃତ, ଜଣେ ଆହତ

author img

By

Published : Nov 27, 2021, 3:11 PM IST

ଭଞ୍ଜନଗର: ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କହ୍ନେଇପୁର ଗ୍ରାମରେ ବାରହା ଶିକାର ପାଇଁ ଧାନ ଜମିରେ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ କହ୍ନେଇପୁର ଗ୍ରାମର ଶ୍ରୀକାନ୍ତ ଗୌଡ l

ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଷରେ ଜଣେ ମୃତ, ଜଣେ ଆହତ

ମୃତକଙ୍କ ପରିବାର ଲୋକଙ୍କ କହିବାନୁଯାଇ ଗତରାତିରେ(ଶୁକ୍ରବାର) ଶ୍ରୀକାନ୍ତ ଗୌଡ ତାଙ୍କ ନିଜର କୁକୁଡା ଫାର୍ମରେ କୁକୁଡାମାନଙ୍କୁ ଦାନା ଓ ପାଣି ଦେଇସାରିବା ପରେ ପ୍ରକାଶ ଗୌଡଙ୍କ ସହ ମିଶି ନିଜ ଗାଁ ମୁଣ୍ଡରେ ଥିବା ଚାଷ ଜମି ବାଟ ଦେଇ ଗାଧୋଇବାକୁ ଯାଉଥିଲେ । ହେଲେ ଚାଷ ଜମିରେ ବାରହା ଶିକାର କରିବା ନିମନ୍ତେ ବିଛାଯାଇଥିବା ବିଦ୍ୟୁତ ତାର ଶ୍ରୀକାନ୍ତ ଗୌଡ ଓ ପ୍ରକାଶ ଗୌଡଙ୍କ ଗୋଡରେ ଲାଗିଯାଇଥିଲା । ଯାହାଫଳରେ ଶ୍ରୀକାନ୍ତ ଗୌଡଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ପ୍ରକାଶ l

ଖବରପାଇ ବୁଗୁଡା ଦମକଳ ବାହିନୀ ଓ ବୁଗୁଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀକାନ୍ତ ଗୌଡଙ୍କୁ ଉଦ୍ଧାର କରି ବୁଗୁଡା ମେଡିକାଲରେ ଭର୍ତ୍ତି କରିଥିବାବେଳେ ସେଠାରେ ଡାକ୍ତର ଶ୍ରୀକାନ୍ତଙ୍କୁ ମୃତ ଘୋଷଣା କରିଥିଲେ l ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.