ETV Bharat / state

ଲଗାଣ ବର୍ଷାର ପ୍ରଭାବ, ଗଞ୍ଜାମରେ ସ୍କୁଲ ଛୁଟି - ଓଡିଶାରେ ଲଗାଣ ବର୍ଷା

ରାଜ୍ୟରେ ଜାରି ରହିଛି ପ୍ରବଳରୁ ଅତିପ୍ରବଳ ବର୍ଷା । ଲଗାଣ ବର୍ଷା ଯୋଗୁଁ ବୁଧବାର ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ସେପଟେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସ୍କୁଲରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
author img

By

Published : Sep 25, 2019, 12:16 PM IST

ଭଞ୍ଜନଗର: ଆହୁରି ଦୁଇ ଦିନ ଭିଜିବ ଓଡିଶା। ମଙ୍ଗଳବାର ଠାରୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବ ସମଗ୍ର ରାଜ୍ୟରେ ଅନୁଭୂତ ହୋଇଛି । ଲଗାଣ ବର୍ଷା ଯୋଗୁଁ ବୁଧବାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା ନେଇ ଗଞ୍ଜାମ, ଗଜପତି, ପୁରୀ ଆଦି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସେପଟେ ଛୁଟି ଘୋଷଣା ହେବା ପରେ ସ୍କୁଲରେ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ସ୍କୁଲରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲାରେ ସ୍ଥିତି ଗୁରୁତର ରହିଛି। ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ସ୍କୁଲ ଘରକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor_ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲା ର ସବୁ ସ୍କୁଲକୁ ଛୋଟି ଘୋଷଣା କରାଯାଇଛି ଲଗାଣ ବର୍ଷା ଯୋଗୁଁ ଛୁଟି ଘୋଷଣା କଲା ଜିଲ୍ଲା ପ୍ରଶାସନ ତେବେ ଛୁଟି ଘୋଷଣା ସତ୍ୱେ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଉପସ୍ଥିତି ରହିବାକୁ ନିର୍ଦେଶ ଦିଆଯାଇଛି ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲାରେ ସ୍ଥିତି ସାଙ୍ଘାତିକ ରହିଛି ତେଣୁ ଆବଶ୍ୟକ ସ୍ଥଳେ ତଳିଆ ଅଂଚଳର ଲୋକମାନଙ୍କୁ ସ୍କୁଲ ଗୁଡିକରେ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଜୀବବୋଲି ଜିଲ୍ଲାପାଳ କହିଛନ୍ତି
ବାଇଟ-ନିର୍ମଳ ସ୍ୱାଇଁ (ଶିକ୍ଷକ)

Body:ଭଞ୍ଜନଗର ରୁ ରଂଜନ ସ୍ୱାଇଁ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.