ETV Bharat / state

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ 5ବର୍ଷ ହେଲା ଗାଁରୁ ବାସନ୍ଦ କରିଛନ୍ତି ଗ୍ରାମବାସୀ

author img

By

Published : Jul 19, 2022, 12:20 PM IST

ଭଞ୍ଜନଗର ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଚାଲିଥିବା ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ହରିହର ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ଗାଁରୁ ବାସନ୍ଦ କରାଯାଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ଗୁଣି ସନ୍ଦେହରେ ଗାଁରୁ ବାସନ୍ଦ, ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକେ ଆସି ଅଭିଯୋଗ କରିଥିଲେ । ଅଭିଯୋଗକାରୀଙ୍କ ମଧ୍ୟରେ ଥିଲେ ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅଞ୍ଚଳ ଦିଗ ଗ୍ରାମର ହରିହର ଜେନା । ସେ ଅଭିଯୋଗ ଆଣିଥିଲେ ଯେ, ତାଙ୍କୁ ଗ୍ରାମରେ ବାସନ୍ଦ କରାଯାଇଛି ।

ଦୀର୍ଘ ପାଞ୍ଚ ବର୍ଷ ହେଲା ଗୁଣିଆ ସନ୍ଦେହରେ ଖଟବିଦ୍ୟା କରି ଗ୍ରାମବାସୀ ବାସନ୍ଦ କରିଥିବା ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ । ହରିହର ଜେନାଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଗାଙ୍ଗପୁର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସୂଚନା ଅନୁଯାୟୀ, ଦିଗ ଗ୍ରାମରେ କିଛି ଲୋକଙ୍କ ଦେହ ଖରାପ ହେବାରୁ ଗ୍ରାମରେ ବୈଠକ ଡକାଯାଇ ଗୁଣିଆ ଧରିବାକୁ ଖଟ ବୁଲାଇବାକୁ ନିଷ୍ପତ୍ତି ହୋଇଥିଲା । ଖଟ ଯାଇ ହରିହର ଜେନାଙ୍କ ଘରେ ପହଞ୍ଚିଥିଲା । ଗୁଣିଆ ସନ୍ଦେହରେ ହରିହରଙ୍କୁ ଦୁଇ ଲକ୍ଷ ଟଙ୍କା ଜରିମନା ପକାଇଥିଲେ ଗ୍ରାମବାସୀ । ଦୁଇ ଲକ୍ଷ ଟଙ୍କା ଦେବାକୁ ଅକ୍ଷମ ମଣିବାରୁ ସେହି ଦିନ ଠାରୁ ଆଜକୁ ପାଞ୍ଚ ବର୍ଷ ହେଲା ଗ୍ରାମରୁ ବାସନ୍ଦ ହୋଇଛନ୍ତି ।

ଇଟିଭି ଭାରତ, ଭଞ୍ଜନଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.