ETV Bharat / state

ଘରେ ପଶି ବିଧବା ବୃଦ୍ଧାଙ୍କୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ ଜିଲ୍ଲାର ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ବ୍ଲକର ଆମ୍ବପୁର ପଞ୍ଚାୟତ ମହାଦେଇପୁର ଗ୍ରାମରେ ଘରେ ପଶି ବିଧବା ବୃଦ୍ଧାଙ୍କୁ ହତ୍ୟା । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଅଧିକ ଖୋଳତାଳ ଆରମ୍ଭ କରିଛି । ଅଧିକ ପଢନ୍ତୁ...

old women murder in ganjam police start investigation
ଘରେ ପଶି ବିଧବା ବୃଦ୍ଧାଙ୍କୁ ହତ୍ୟା ,ପୋଲିସର ତଦନ୍ତ ଜାରି
author img

By

Published : Jan 12, 2021, 5:36 PM IST

ବ୍ରହ୍ମପୁର: ଘରେ ପଶି ବିଧବା ବୃଦ୍ଧାଙ୍କୁ ହତ୍ୟା । ଏ ଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲାର ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ବ୍ଲକର ଆମ୍ବପୁର ପଞ୍ଚାୟତ ମହାଦେଇପୁର ଗ୍ରାମରେ ଘଟିଛି । ସେପଟେ ହତ୍ୟାକାଣ୍ଡର ନିର୍ଦ୍ଧିଷ୍ଟ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଲୁଟ ଉଦ୍ଦେଶ୍ୟରେ ଏଭଳି ନିର୍ମମ ଭାବେ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଘରେ ପଶି ବିଧବା ବୃଦ୍ଧାଙ୍କୁ ହତ୍ୟା ,ପୋଲିସର ତଦନ୍ତ ଜାରି

ସୂଚନାନୁଯାୟୀ ମହାଦେଇପୁର ଗ୍ରାମରେ ରହିଆସୁଥିବା ୬୫ ବର୍ଷୀୟ ମୁକ୍ତା ପ୍ରଧାନ ନାମକ ବୃଦ୍ଧାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ସୁନା ଗହଣା ଲୁଟ୍ କରି ନେଇଛନ୍ତି। ମୃତ ବୃଦ୍ଧାଙ୍କ ମୁଣ୍ଡ ସମେତ ଶରୀରର କେତେକ ସ୍ଥାନରେ କ୍ଷତ ଚିହ୍ନ ରହିଛି । ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ସ୍ୱାମୀ ଦୀର୍ଘ ବର୍ଷ ହେଲା ମୃତ୍ୟୁ ଘଟିଥିବା ବେଳେ ବଡ଼ପୁଅ ଗ୍ରାମର ଅନ୍ୟ ଜଣକ ଘରେ ପୌଷ୍ୟପୁତ୍ର ଭାବେ ରହି ଆସୁଛି । ସେହିପରି ସାନ ପୁଅ କୃଷ୍ଣଚନ୍ଦ୍ର ଜଣେ ଗାଡ଼ି ଚାଳକ ଭାବରେ ସମ୍ବଲପୁରରେ କାର୍ଯ୍ୟରତ ରହିଛନ୍ତି। ହେଲେ ପାଖରେ ରହୁଥିବା ବୋହୂ ଚାରି ଦିନ ହେବ ନିଜ ବାପା ଘର ଦିଗପହଣ୍ଡି ଚାଲି ଯାଇଥିବା ବେଳେ କେହି ଘରେ ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି କିଛି ଲୁଟ୍ କରିନେଇଥିବା ଅନୁମାନ କରାଯାଉଛି ।

ଗ୍ରାମର ଜଣେ ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ବୃଦ୍ଧାଙ୍କ ଘରକୁ ଯାଇଥିବା ବେଳେ ସେଠାରେ ଏଭଳି ଅବସ୍ଥା ଦେଖି ଗ୍ରାମବାସୀଙ୍କୁ ଅବଗତ କରାଯାଇଥିଲେ । ଖବରପାଇ ଜରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଅଧିକ ଖୋଳତାଳ ଆରମ୍ଭ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.