ETV Bharat / state

ଚାକିରି ନିୟମିତ ଦାବିରେ ବ୍ରହ୍ମପୁରରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ

author img

By

Published : Nov 7, 2022, 8:55 AM IST

Updated : Nov 7, 2022, 9:12 AM IST

ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରିବା ଦାବି ନେଇ ବ୍ରହ୍ମପୁରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଉଟସୋର୍ସିଂ କର୍ମଚାରୀ(Odisha Govt outsourcing employees ) । ଅଧିକ ପଢନ୍ତୁ

ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରିବା ନେଇ ବ୍ରହ୍ମପୁରରେ ବିଶାଳ ବିକ୍ଷୋଭ

ବ୍ରହ୍ମପୁର: ଠିକା କର୍ମଚାରୀ ମାନଙ୍କ ଭଳି ରାଜ୍ୟର ସମସ୍ତ ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରିବା ଦାବି ନେଇ ବ୍ରହ୍ମପୁରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଉଟସୋର୍ସିଂ କର୍ମଚାରୀ(Odisha Govt outsourcing employees ) । ରାଜ୍ୟ ସରକାର ନିକଟରେ ଠିକା କର୍ମଚାରୀମାନଙ୍କୁ ନିୟମିତ କରିବା ସହ ରାଜ୍ୟରୁ ସବୁଦିନ ପାଇଁ ଠିକା ପ୍ରଥାକୁ ମୂଳୋତ୍ପାଟନ କରାଗଲା ବୋଲି ଯେଉଁ ଘୋଷଣା କରିଛନ୍ତି ତାହା ପ୍ରତାରଣାପୂର୍ଣ୍ଣ ବୋଲି ଓଡିଶା ଆଉଟସୋର୍ସିଂ କର୍ମଚାରୀ ମହାସଂଘ ପକ୍ଷରୁ କୁହାଯାଇଛି ।

ଚାକିରି ନିୟମିତ ଦାବିରେ ବ୍ରହ୍ମପୁରରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ

ଏହା ମଧ୍ୟ ପଢନ୍ତୁ: AQIS terrorist arrested: ସନ୍ଦିଗ୍ଧ ଆତଙ୍କୀଙ୍କୁ ବାନ୍ଧିଲା କୋଲକାତା ପୋଲିସ

ସରକାର ସିଧାସଳଖଭାବେ ଠିକାରେ ନିଯୁକ୍ତ ମାତ୍ର ୫୭ ହଜାର କର୍ମଚାରୀଙ୍କୁ ନିୟମିତ କରିଥିବା ବେଳେ ସର୍ଭିସ ପ୍ରୋଭାଇଡର ଏଜେନ୍ସି ମାନଙ୍କ ଜରିଆରେ ଠିକାରେ ନିୟୋଜିତ କରିଥିବା ଲକ୍ଷାଧିକ ଠିକା କର୍ମଚାରୀଙ୍କୁ ଏହି ପର୍ଯ୍ୟନ୍ତ ନିୟମିତ କରାଯାଇନାହିଁ । ସରକାରଙ୍କ ଠିକା ନିଯୁକ୍ତି ନିୟମ ୨୦୧୩ର ଧାରା ୪ ଅନୁସାରେ ସରକାରୀ ସେବାରେ ଦୁଇ ପ୍ରକାର ଠିକା କର୍ମଚାରୀ ନିଯୁକ୍ତ ହୋଇଥିବା ବେଳେ ସରକାର ସେଥିମଧ୍ୟରୁ କେବଳ 'କ' ଶ୍ରେଣୀର ଠିକା କର୍ମଚାରୀ ରୂପେ ପରିଚିତ କର୍ମଚାରୀଙ୍କୁ ହିଁ ନିୟମିତ କରିଛନ୍ତି । ଅଥଚ 'ଖ' ଶ୍ରେଣୀର ଠିକା କର୍ମଚାରୀ ରୂପେ ପରିଚିତ ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରିନାହାଁନ୍ତି କି ସେମାନଙ୍କ ଦୁର୍ଦ୍ଦଶାମୟ ସ୍ଥିତିରେ କୌଣସି ବି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିନାହାନ୍ତି ।

ବଜାର ଦର ଅନୁସାରେ ସର୍ବନିମ୍ନ ଓ ନିୟମିତ ଦରମା, ସବୈତନିକ ଛୁଟି, ଚାକିରୀର ନିରାପତ୍ତା ଓ ସାମାଜିକ ସୁରକ୍ଷା ବିନା ବର୍ଷ ବର୍ଷ ଧରି ସରକାରୀ ସେବାରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟରତ ଏହି କର୍ମଚାରୀଙ୍କ ପାଇଁ ସରକାରଙ୍କ ସାମାନ୍ୟତମ ଚିନ୍ତା ଥିବାର ମନେହେଉନଥିବା ନେଇ ସମାଲୋଚନା କରିଛନ୍ତି ସଂଘର କର୍ମକର୍ତ୍ତା । ଏପରିକି ଅନ୍ୟ ନିୟମିତ କର୍ମଚାରୀଙ୍କ ଭଳି ମହିଳା ଆଉଟସୋରସିଂ କର୍ମଚାରୀଙ୍କ ପାଇଁ ପ୍ରସୂତିକାଳୀନ ଛୁଟିରୁ ବଞ୍ଚିତ ହେଉଥିବାବେଳେ ପ୍ରତି ମାସରେ କର୍ମଚାରୀଙ୍କ ଦରମାରୁ ୧୮% କେବଳ ଜିଏସଟି(GST) ବୋଲି କାଟି ନିଆଯାଉଛି । ଏଭଳି ଅତ୍ୟନ୍ତ ଶୋଷଣ ଓ ଅପମାନଜନକ ସ୍ଥିତିରେ ବି ନିୟମିତ କର୍ମଚାରୀଙ୍କ ଠାରୁ ବି ଅଧିକ କାମ କରୁଥିବା ଏହି କର୍ମଚାରୀଙ୍କ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ହେଲେ ଠିକା ପରି ଆଉଟସୋର୍ସିଂ ବ୍ୟବସ୍ଥାକୁ ମଧ୍ୟ ସମାପ୍ତ କରିବା ଅତ୍ୟନ୍ତ ଜରୁରୀ ବୋଲି ଦାବି କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ଠାରେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଓ ସମାବେଶ ଆୟୋଜିତ ହୋଇଯାଇଥିଲା । ସହରର ଗଣେଶ ମନ୍ଦିର ଠାରୁ ଆୟୋଜିତ ଏହି ଶୋଭାଯାତ୍ରା ସହର ପରିକ୍ରମା କରି ଗଞ୍ଜାମ କଳା ପରିଷଦ ଠାରେ ପହଞ୍ଚିବା ପରେ ସେଠାରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା ।

ମହାସଂଘର ଜିଲ୍ଲା ସଭାପତି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ଏହି ସମାବେଶରେ ଶ୍ରମିକ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ଅବସରପ୍ରାପ୍ତ କର୍ମଚାରୀ ନେତା କେ ନାନ୍ଦେଶୁ ସେନାପତି, ସମାଜସେବୀ ଅଜିତ ସ୍ଵାମୀ ପାତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ରାଜ୍ୟ ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ଶହ ଶହ ସଙ୍ଘର କର୍ମଚାରୀ ଓ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ତେବେ ସରକାର ତୁରନ୍ତ ଦୃଷ୍ଟି ନଦେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Nov 7, 2022, 9:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.