ETV Bharat / state

ବରିଷ୍ଠ ନାଗରିକଙ୍କୁ ନେଇ କନ୍ଯାକୁମାରୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Nov 1, 2023, 11:40 AM IST

Updated : Nov 1, 2023, 7:24 PM IST

ଦକ୍ଷିଣ ଓଡିଶାର ପାଞ୍ଚ ଜିଲ୍ଲାର ବରିଷ୍ଠ ନାଗରିକଙ୍କୁ ନେଇ କନ୍ଯାକୁମାରୀ ଅଭିମୁଖେ ବାହାରିଲା ସ୍ୱତନ୍ତ୍ର ଟ୍ରେନ୍ । କନ୍ଯାକୁମାରୀଠାରୁ ତ୍ରିଭନ୍ଦ୍ରମ ଯିବ ଏହି ସ୍ୱତନ୍ତ୍ର ଟ୍ରେନ୍ । ଅଧିକ ପଢ଼ନ୍ତୁ

ବରିଷ୍ଠ ନାଗରିକଙ୍କୁ ନେଇ କନ୍ଯାକୁମାରୀ ଅଭିମୁଖେ ବାହାରିଲା ସ୍ୱତନ୍ତ୍ର ଟ୍ରେନ୍

ବରିଷ୍ଠ ନାଗରିକଙ୍କୁ ନେଇ କନ୍ଯାକୁମାରୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର 5 ଜିଲ୍ଲାର ବରିଷ୍ଠ ନାଗରିକଙ୍କୁ ନେଇ କନ୍ଯାକୁମାରୀ ଅଭିମୁଖେ ବାହାରିଲା ସ୍ୱତନ୍ତ୍ର ଟ୍ରେନ୍ । ରାଜ୍ଯ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଏହି ସ୍ବତନ୍ତ୍ର ଟ୍ରେନ୍‌ ବାହାରିଛି । ଏନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ଯମରେ ବରିଷ୍ଠ ନାଗରିକଙ୍କ ଏହି ଯାତ୍ରାକୁ ସ୍ୱାଗତ କରିବା ସହ ଏହି ସ୍ବତନ୍ତ୍ର ଟ୍ରେନର ଶୁଭାରମ୍ଭ କରିଛନ୍ତିି ।

ରାଜ୍ଯ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଦକ୍ଷିଣ ଓଡିଶାର 5 ଜିଲ୍ଲାର ବରିଷ୍ଠ ନାଗରିକଙ୍କୁ ନେଇ ବ୍ରହ୍ମପୁର ରେଳଷ୍ଟେସନ୍‌ରୁ ବାହାରିଲା ସ୍ବତନ୍ତ୍ର ଟ୍ରେନ୍‌ । ଏହି ରେଳ କନ୍ଯାକୁମାରୀଠାରୁ ତ୍ରିଭନ୍ଦ୍ରମ ଅଭିମୁଖେ ଯାତ୍ରା କରିବ । ଏହି ସ୍ୱତନ୍ତ୍ର ଟ୍ରେନ୍‌ରେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଭଳି ଜିଲ୍ଲାର ବରିଷ୍ଠ ନାଗରିକଙ୍କୁ ନେଇ ଟୁରିଷ୍ଟ ଗାଇଡ୍ ମାନେ ଏହି ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା ଆରମ୍ଭ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. SLSWCA ବୈଠକରେ ୧୨ ପ୍ରକଳ୍ପକୁ ଅନୁମୋଦନ; ୪,୭୧୫ ନିଯୁକ୍ତି ସମ୍ଭାବନା

ଏହି ଟ୍ରେନ ବିଭିନ୍ନ ତୀର୍ଥ ସ୍ଥାନ ପରିକ୍ରମା କରିବା ପରେ ପୁଣି ବ୍ରହ୍ମପୁର ରେଳଷ୍ଟେସନରେ ପହଞ୍ଚିବ । ରାଜ୍ଯ ସରକାରଙ୍କ ଅନେକ ଯୋଜନା ମଧ୍ଯରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା 2017 ମସିହାରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ରାଜ୍ଯର ବିଭିନ୍ନ ଅଞ୍ଚଳରୁ ବରିଷ୍ଠ ନାଗରିକମାନେ ସଂପୂର୍ଣ୍ଣ ମାଗଣାରେ ବିଭିନ୍ନ ତୀର୍ଥସ୍ଥାନ ପରିକ୍ରମା କରି ଫେରୁଥିବା ଦେଖିବାକୁ ମିଳିଛି । ଚଳିତବର୍ଷ ଏହି ଯୋଜନାରେ ଏକ ହଜାର ଯାତ୍ରୀ ଏହି ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ କନ୍ଯାକୁମାରୀଠାରୁ ତ୍ରିଭନ୍ଦ୍ରମ ଅଭିମୁଖେ ଯାତ୍ରା କରିବେ । ସରକାରଙ୍କ ଏଭଳି ପଦକ୍ଷେପକୁ ବରିଷ୍ଠ ନାଗରିକମାନେ ବେଶ ସ୍ୱାଗତ କରିଛନ୍ତି ।

ତେବେ ଏହି ଅବସରରେ ବ୍ରହ୍ମପୁର ରେଳଷ୍ଟେସନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜରିଆରେ ବରିଷ୍ଠ ନାଗରିକଙ୍କ ଏହି ଯାତ୍ରାକୁ ସ୍ୱାଗତ ଜଣାଇଥିଲେ । ରେଳ ଷ୍ଟେସନରେ ଉପସ୍ଥିତ ଥିବା ଗୃହ ନଗର ଉନୟନ ମନ୍ତ୍ରୀଙ୍କ ସମେତ ନିର୍ବାଚିତ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ..ରେଳ କର୍ମଚାରୀ ମାନେ ସଚେତନ ହେଲେ ଦୁର୍ଘଟଣା ରୋକାଯାଇପାରିବ: ରେଳ ଅଧିକାରୀ

ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ଗୃହ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ମୁଖ୍ଯଅତିଥି ରୂପେ ଯୋଗ ଦେଇଥିବା ବେଳେ ଅନ୍ଯତମ ଅତିଥି ରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ମେୟର ସଂଙ୍ଘମିତା ଦଳେଇ, ଓଟିଡିସିର ଅଧ୍ଯକ୍ଷ ଲେନିନ୍ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Nov 1, 2023, 7:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.