ETV Bharat / state

ଦାବି ପୂରଣ ନହେଲେ ରାଜଧାନୀରେ ସମାବେଶ କରିବ ଅମଲା ସଂଘ - ବ୍ରହ୍ମପୁର ଖବର

ସାରା ରାଜ୍ୟରେ ଚାଲିଛି ଅମଲା ସଂଘର ଆନ୍ଦୋଳନ । ଗ୍ରେଡ ପେ ବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଅମଲା ସଂଘ । ଦାବି ପୂରଣ ନହେଲେ ଆସନ୍ତା ୨୭ରେ ରାଜଧାନୀରେ ସମାବେଶ କରିବ ଅମଲା ସଂଘ । ଅଧିକ ପଢ଼ନ୍ତୁ

ଦାବି ପୂରଣ ନହେଲେ ଆସନ୍ତା ୨୭ରେ ରାଜଧାନୀରେ ସମାବେଶ କରିବ ଅମଲା ସଂଘ

author img

By

Published : Nov 16, 2022, 4:55 PM IST

ବ୍ରହ୍ମପୁର : ସାରା ରାଜ୍ୟରେ ଚାଲିଛି ଅମଲା ସଂଘର ଆନ୍ଦୋଳନ(Odisha amala union) । ଗ୍ରେଡ ପେ ବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଅମଲା ସଂଘ । ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିବା ଓଡିଶା ଅମଲା ସଂଘର ଦାବିକୁ ରାଜ୍ୟସରକାର ଗୁରୁତ୍ୱ ଦେଉନାହାନ୍ତି । ତେଣୁ ସମାନ କାମକୁ ସମାନ ଦରମା ଦାବି ନେଇ ଶତାଧିକ ଅମଲା ହାତରେ ପ୍ଲାକାର୍ଡ ଧରି ଗ୍ରେଡ ପେ ବୃଦ୍ଧି ଦାବି କରିଥିଲେ । ଯଦି ସରକାର ଦାବି ପୂରଣ ନକରନ୍ତି ତେବେ ଆସନ୍ତା ୨୭ ତାରିଖରେ ପ୍ରତିବାଦ କରାଯିବ ବୋଲି ଅମଲା ସଂଘ ଚେତାବନୀ ଦେଇଛି ।

ଦାବି ପୂରଣ ନହେଲେ ଆସନ୍ତା ୨୭ରେ ରାଜଧାନୀରେ ସମାବେଶ କରିବ ଅମଲା ସଂଘ

ଏନେଇ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ଗତ ୨୦୧୭ ମସିହା ଠାରୁ ଅମଲାମାନଙ୍କୁ ସ୍ନାତକ ସହିତ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କ ଦରମା ବୃଦ୍ଧି କରାଯାଇନାହିଁ । ତେଣୁ ଅମଲାଙ୍କୁ ଯୋଗ୍ୟତା ଅନୁସାରେ ୯ ହଜାରେ ୩ ଶହ ଟଙ୍କା ଓ ଗ୍ରେଡ ପେ ୪ ହାଜର ୨ ଶହ ଟଙ୍କା ଦେବାକୁ ବହୁବାର ଦାବି କରାଯାଇଥିଲା ।

କିନ୍ତୁ ରାଜ୍ୟ ସରକାର ସେମାନଙ୍କ ଦାବିକୁ ଶୁଣୁନାହାଁନ୍ତି । ତେଣୁ ଆସନ୍ତା ୨୭ ତାରିଖ ଦିନ ଭୁବେଶ୍ଵରଠାରେ ଏକ ବିରାଟ ସମାଗମ କରାଯିବ ବୋଲି ସଂଘ ଚେତାବନୀ ଦେଇଛି । ଏନେଇ ଅମଲା ସଂଘ କହିଛି ଦୀର୍ଘବର୍ଷ ହେଲା ଆମେ କାମ କରିଲୁଣି । ହେଲେ ଆମର ଗ୍ରେଡ ପେ ବୃଦ୍ଧି ପାଇଁ ସରକାର କୌଣିସି ପଦକ୍ଷେପ ନେଉ ନାହାଁନ୍ତି (amala union will rally in Bhubaneswar on 27th november)।

ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଥାଇ ମଧ୍ୟ ଗୋତି ଶ୍ରମିକ ଭଳି ଆମକୁ ୧୯୦୦ ଗ୍ରେଡ ପେ ରେ ରହି କାର୍ଯ୍ୟକରିବାକୁ ବାଧ୍ୟ କରୁଛନ୍ତି । ତେଣୁ ସମାନ କାମକୁ ସମାନ ଦରମା ଦିଆଯାଉ । ଆମକୁ ଯେଉଁ ୧୯ଶହ ଗ୍ରେଡ ପେ ଦିଆଯାଉଛି ତାହା ପରିବର୍ତ୍ତେ ୪୨୦୦ ଗ୍ରେଡ ପେ ଦିଆଯାଉ । ଏପରିକି ଅମଲା ସଂଘର ଦାବିକୁ ଗୁରୁତ୍ୱ ଦେବା ସହିତ ବିଗତ କିଛି ଦିନ ତଳେ ଶାସକ ଦଳର ୩୦ଜଣ ବିଧାୟକ ମୁଖ୍ୟଶାସନ ସଚିବଙ୍କ ଲିଖିତ ଭାବରେ ଏହି ଦାବିକୁ ଉପସ୍ଥାପନ କରିଥିଲେ ।

ଇଟିଭି ଭାରତ,ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.