ETV Bharat / state

ଗ୍ରେଡ ପେ ଦାବିରେ ଅମଲା ସଂଘର ବିକ୍ଷୋଭ, ଜୁନ ୧ରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ଚେତାବନୀ - ଅମଲା ସଂଘର ବିକ୍ଷୋଭ ପ୍ରଦର୍ଶନ

ଗ୍ରେଡ ପେ ବୃଦ୍ଧି ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ଗଞ୍ଜାମ ଜିଲ୍ଲା ଅମଲା ସଂଘ । ଜୁନ ୧ ସୁଦ୍ଧା ଦାବି ପୂରଣ ନହେଲେ କାର୍ଯ୍ୟବନ୍ଦ ଚେତାବନୀ । ଅଧିକ ପଢ଼ନ୍ତୁ

odisha amala association stages protest
ବ୍ରହ୍ମପୁରରେ ଅମଲା ସଂଘର ବିକ୍ଷୋଭ ପ୍ରଦର୍ଶନ
author img

By

Published : Apr 22, 2023, 9:46 PM IST

ବ୍ରହ୍ମପୁରରେ ଅମଲା ସଂଘର ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର: ଗ୍ରେଡ ପେ ବୃଦ୍ଧି ଦାବିରେ ରାଜ୍ୟବ୍ଯାପୀ ଆନ୍ଦୋଳନ କରୁଛି ଅମଲା ସଂଘ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ଅମଲା ସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗଞ୍ଜାମ ଜିଲ୍ଲାର ହଜାରରୁ ଊର୍ଦ୍ଧ୍ୱ ପ୍ରାୟ ୩୨ଟି ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲା ଗ୍ରେଡ ପେ ୪୨୦୦ ବୃଦ୍ଧି ଦାବିରେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଜୁନ ୧ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଗତ କିଛି ମାସ ଧରି ନିଜ ଦାବିକୁ ନେଇ ସରକାରଙ୍କ ନିକଟରେ ବିଭିନ୍ନ ଫୋରମରେ ଉପସ୍ଥାପନ କରୁଥିଲେ ମଧ୍ୟ ଅଦ୍ୟାବଧି ସରକାର କୌଣସି ଦୃଷ୍ଟି ଦେଇନଥିବା ଜିଲ୍ଲା ଅମଲା ସଂଘ ଅଭିଯୋଗ କରିଛି । ସରକାର ଗତ ୨୦୦୦ ମସିହାରୁ ଜିଲ୍ଲାସ୍ତରୀୟ ଅମଲାମାନଙ୍କୁ ନିଯୁକ୍ତି ନିମନ୍ତେ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ରଖିଥିଲେ ମଧ୍ୟ ସେହି ହାରରେ ଗ୍ରେଡ ପେ ବୃଦ୍ଧି କରାଯାଇନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କାର୍ଯ୍ୟରତ ରହିଥିବା ଅମଲାଙ୍କ ପୁରାତନ ମ୍ୟାଟ୍ରିକ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ୧୯୦୦ ଗ୍ରେଡ ପେ ରେ ହିଁ ଦରମା ପ୍ରଦାନ କରାଯାଉଛି । ସରକାରଙ୍କ ଅନ୍ୟ ବର୍ଗରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନେ ସ୍ନାତକ ଯୋଗ୍ୟତା ହାରରେ ନିଯୁକ୍ତି ପାଇ କର୍ମଚାରୀଙ୍କୁ ଗ୍ରେଡ ପେ ୪୨୦୦ ପ୍ରଦାନ କରାଯାଉଥିବା ବେଳେ ଅମଲା ମାନଙ୍କୁ କାହିଁକି ପାତର ଅନ୍ତର କରାଯାଉଛି ବୋଲି ପ୍ରଶ୍ନ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ସଂଘର କର୍ମକର୍ତ୍ତାମାନେ ଡି.ଆର୍.ଡି.ଏ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ସଂଘର ରାଜ୍ୟ ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ତ୍ରିପାଠୀଙ୍କ ସମେତ ବହୁ କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଭିନ୍ନ ବିଭାଗରେ କାର୍ଯ୍ୟରତ ରହିଥିବା ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଅମଲାଙ୍କ ପ୍ରତି ସରକାରଙ୍କ ଅବହେଳା ମନୋଭାବକୁ ସଂଘ ନିନ୍ଦା ପ୍ରକାଶ କରିଛି । ଏନେଇ ରାଜ୍ୟ ସାଧାରଣ ସମ୍ପାଦକ କହିଛନ୍ତି, " ଜୁନ ୧ ତାରିଖ ସୁଦ୍ଧା ଯଦି ରାଜ୍ୟ ସରକାର ଆମ ଦାବି ପ୍ରସଙ୍ଗରେ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ । କଳାବ୍ୟାଚ ପରିଧାନ କରି ସମସ୍ତ ସରକାରୀ କାର୍ଯ୍ୟାଳୟକୁ ତାଲା ପକାଇବାକୁ ବାଧ୍ୟ ହେବୁ ।"

ସୂଚନା ଅନୁଯାୟୀ ପୂର୍ବରୁ ରାଜ୍ୟ ଅମଲା ସଂଘ ପକ୍ଷରୁ ଗତ ବର୍ଷ ନଭେମ୍ୱର ମାସରେ ଜିଲ୍ଲା ସ୍ତରରେ ପ୍ରତିବାଦ କରାଯାଇଥିବା ବେଳେ ଏହାରି ପୂର୍ବରୁ ଏକ ମାତ୍ର ଦାବିକୁ ଗୁରୁତ୍ୱ ଦେବା ପାଇଁ ଶାସକ ଦଳର ୩୦ ଜଣ ବିଧାୟକ ମୁଖ୍ୟଶାସନ ସଚିବଙ୍କଙ୍କୁ ଲିଖିତ ଭାବରେ ଉପସ୍ଥାପନ କରିଥିଲେ । ମାତ୍ର ତାହା କାର୍ଯ୍ୟକାରୀ ହୋଇନଥିଲା । ଯାହାକୁ ନେଇ ପୁଣି ଥରେ ସମସ୍ତ ବିଭାଗରେ କାର୍ଯ୍ୟରତ ଅମଲାମାନେ ଏକତ୍ରିତ ହୋଇ ନାର୍ଯ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.