ETV Bharat / state

ପାକିସ୍ତାନ ସୁନ୍ଦରୀ ଫାଶରେ ଓଡିଆ ଯବାନ, ପରିବାର ସ୍ତବ୍ଧ - berhampur news

ଶତ୍ରୁପକ୍ଷର ହନିଟ୍ରାପ୍‌ରେ ଗିରଫ ହୋଇଛନ୍ତି ଓଡିଆ ଯବାନ ବିଚିତ୍ର । ସେ ଗତ କିଛି ମାସ ଧରି ଶତ୍ରୁପକ୍ଷ ପାକିସ୍ତାନର ଆଇଏସ୍ଆଇ ମହିଳା ଏଜେଣ୍ଟଙ୍କୁ ସୋସିଆଲ ମିଡିଆରେ ସାମରିକ ବାହିନୀର ଗୋପନୀୟ ତଥ୍ୟ ଦେଇଥିବା ସନ୍ଦେହ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Nov 8, 2019, 10:49 PM IST

ବ୍ରହ୍ମପୁର: ପାକିସ୍ତାନର ଆଇଏସଆଇ ମହିଳା ଏଜେଣ୍ଟକୁ ଦେଶର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେବା ଘଟଣାରେ ଗିରଫ ହୋଇଛନ୍ତି ଜଣେ ଓଡିଆ ଯବାନ । ମଙ୍ଗଳବାର ରାଜସ୍ଥାନର ଜୟପୁରରୁ ଓଡିଆ ଯବାନ ବିଚିତ୍ର ବେହେରାଙ୍କୁ ଗିରଫ କରିଥିଲା ପୋଲିସ । ବିଚିତ୍ରଙ୍କ ନାଁରେ ଏଭଳି ଅଭିଯୋଗ ଆସିବା ପରେ ସବୁଠି ଜୋର ଧରିଛି ଚର୍ଚ୍ଚା ।

ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ନିକଟସ୍ଥ ଆଙ୍କରଡା ଗ୍ରାମର ଓଡ଼ିଆ ଯବାନ ବିଚିତ୍ର ବେହେରା । ଗତ ଚାରି ବର୍ଷ ତଳେ ସେନାରେ ନିଯୁକ୍ତି ପାଇଥିଲେ ସେ । ତେବେ ବିଚିତ୍ର ଗତ କିଛି ମାସ ଧରି ଶତ୍ରୁପକ୍ଷ ପାକିସ୍ତାନର ଆଇଏସ୍ଆଇ ମହିଳା ଏଜେଣ୍ଟଙ୍କୁ ସୋସିଆଲ ମିଡିଆରେ ସାମରିକ ବାହିନୀର ଗୋପନୀୟ ତଥ୍ୟ ଦେଇଥିବା ସନ୍ଦେହ କରାଯାଉଛି । ଯାହାକୁ ଭିତ୍ତି କରି ରାଜସ୍ଥାନ ପୋଲିସର ସିଆଇଡି କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିବା ସହ ତନାଘନା ଜାରି ରଖିଛି । ଏଥିସହିତ ବିଚିତ୍ର ପୋଖରାନ୍‌ର ସେନା ଶିବିର ଏବଂ ସୀମା ସଂକ୍ରାନ୍ତୀୟ ତଥ୍ୟ ଦେଇଥିବା ଆଶଙ୍କା କରୁଛି ପୋଲିସ ।

ସେପଟେ ପୁଅ ନାଁରେ ଏଭଳି ଅଭିଯୋଗ ଶୁଣିବା ସହ ଗିରଫ ହେବା ଘଟଣାକୁ ନେଇ ଚିନ୍ତାରେ ପରିବାରବର୍ଗ । କିଭଳି ଏବଂ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଛି ତାହାକୁ ନେଇ କେହି କିଛି ଜାଣିନଥିବା କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଭାରତୀୟ ସେନାରେ କାର୍ଯ୍ୟରତ ଥିବା ଓଡିଆ ଯବାନ ଶତ୍ରୁପକ୍ଷର ହନିଟ୍ରାଫ ରେ ଫଶି ରାଜସ୍ଥାନ ଜୟପୁର ରୁ ଗିରଫ ହେବା ଘଟଣା ଜଣାପଡିବା ପରେ ଏହାକୁ ନେଇ ସବୁଠି ଚର୍ଚ୍ଚା । ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ନିକଟସ୍ଥ ଆଙ୍କରଡା ଗ୍ରାମର ଓଡ଼ିଆ ଯବାନ ବିଚିତ୍ର ବେହେରା ଗତ ଚାରି ବର୍ଷ ତଳେ ସେନାରେ ନିଯୁକ୍ତି ପାଇଥିବା ବେଳେ କୁଆଡେ ଗତ କିଛି ମାସ ଧରି ସେ ଶତ୍ରୁ ପକ୍ଷ ପାକିସ୍ଥାନର ଆଇ.ଏସ୍.ଆଇ ମହିଳା ଏଜେଣ୍ଟ ଙ୍କୁ ସୋସିଆଲ ମିଡିଆରେ ସାମରିକ ବାହିନୀର ଗୋପନୀୟ ତଥ୍ୟ ଦେଇଥିବା ଆଶଙ୍କା କରାଯାଉଛି ।ଯାହାକୁ ନେଇ ରାଜ୍ୟସ୍ଥାନ ପୋଲିସର ସି.ଆଇ.ଡି କ୍ରାଇମବ୍ରାଞ୍ଚ ଗିରଫ କରିବା ସହ ତନାଘନା ଜାରି ରଖିଛି । ମୁଖ୍ୟତଃ ଓଡିଆ ଯବାନ ବିଚିତ୍ର କୁଆଡେ ପୋଖରାନ୍ ର ସେନା ଶିବିର ଏବଂ ସୀମା ସଂକ୍ରାନ୍ତୀୟ ତଥ୍ୟ ଦେଇଥିବା ଆଶଙ୍କା ନେଇ ପୋଲିସ ସନ୍ଧେହ କରି ଏପରି ଗିରଫ କରିଥିଲେ । ଏହି ଘଟଣା ଜଣାପଡିବା ପରେ ନିଜର ପୁଅ ଗିରଫ ହେବା ନେଇ ଚିନ୍ତାରେ ପରିବାର ବର୍ଗ ।କିଭଳି ଏବଂ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାହାକୁ ନେଇ ସେମାନେ ଜାଣିନଥିବା କହିଛନ୍ତି ।

Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.