ETV Bharat / state

ଏଏନ32ରେ ଓଡିଆ ପାଇଲଟ ମୃତ: କାନ୍ଦୁଛି ମା’, ଝୁରୁଛି ଗାଁ - ଭଞ୍ଜନଗର

ନିଖୋଜ ହୋଇଥିବା ଭାରତୀୟ ବାୟୁସେନା ବିମାନର ଭଗ୍ନାବଶେଷ ମିଳିଛି । ଏଥିରେ ଥିବା 13ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଓଡିଶାର ସୁନିତ ମହାନ୍ତି ରହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Jun 13, 2019, 11:42 PM IST

ଭଞ୍ଜନଗର: ଗତ କିଛି ଦିନ ତଳେ ନିଖୋଜ ହୋଇଥିବା ଭାରତୀୟ ବାୟୁସେନା ବିମାନର ଭଗ୍ନାବଶେଷ ମିଳିଛି । ଏଥିରେ ଥିବା 13ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଓଡିଶାର ସୁନିତ ମହାନ୍ତି ରହିଛନ୍ତି । ସୁନିତଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ଯନଗରର ବଳିଆପଲ୍ଲୀ ବୋଲି ଜଣା ପଡିଛି । ସୁନିତଙ୍କ ମୃତ୍ୟୁ ସଂପର୍କରେ ଜାଣିବା ପରେ ତାଙ୍କ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଭାରତୀୟ ବାୟୁସେନା ବିମାନ ନିଖୋଜ ହେବାର ଦଶ ଦିନ ପରେ ଅରୁଣାଞ୍ଚଳ ପ୍ରଦେଶର ଏକ ଜଙ୍ଗଲରୁ ବିମାନର ଭଗ୍ନାଂଶ ଠାବ ହୋଇଛି । ବିମାନରେ ଥିବା ସମସ୍ତ ଅଧିକାରୀ ଓ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଭାରତୀୟ ବାୟୁସେନା ଘୋଷଣା କରିଛି । ଏହି ଖବର ପ୍ରଚାର ହେବା ପରେ ବଳିଆପଲ୍ଲୀ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.