ETV Bharat / state

ଖଲ୍ଲିକୋଟର ବିକାଶ ଭୋକାଲିଙ୍କ ମୁଦ୍ଦା - congress candidate

ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଖଲ୍ଲିକୋଟର ବିକାଶ ହେବ । ବିଶେଷ କରି ଏଠାରେ ଦାଦନ ଶ୍ରମିକଙ୍କୁ ପ୍ରାଥମିକତା ଦିଆଯିବ । ଏଭଳି କିଛି ଉତ୍ତର ରଖିଛନ୍ତି ଆମ ଇଟିଭି ଭାରତର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ କଂଗ୍ରେସ ପ୍ରାର୍ଥୀ ଭୋକାଲି ସେଠୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Apr 6, 2019, 4:34 PM IST

ବ୍ରହ୍ମପୁର: ଖଲ୍ଲିକୋଟ ବିଧାନସଭା ନିର୍ବାଚନୀ ମଣ୍ଡଳୀ ପାଇଁ ନିର୍ବାଚନ ମଇଦାନକୁ ଓଲ୍ଲାଇଛନ୍ତି 6ଜଣ ପ୍ରାର୍ଥୀ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହେଲାଣି ନିର୍ବାଚନ ପ୍ରଚାର । ତେବେ କଂଗ୍ରେସର ପ୍ରାର୍ଥୀ ଭୋକାଲି ସେଠୀ ବିଧାୟକ ପ୍ରାର୍ଥୀ ଭାବେ ଲଢିବାକୁ ଯାଉଛନ୍ତି । ଏହି କ୍ରମରେ ଉକ୍ତ ନିର୍ବାଚନୀ ମଣ୍ଡଳୀର ବିକାଶ ଏବଂ କଣ ରହିଛି ତାଙ୍କର ଯୋଜନା ଏଭଳି କିଛି ପ୍ରଶ୍ନ ନେଇ ଇଟିଭି ଭାରତର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ କରିଥିଲା ଭୋକାଲି ସେଠୀଙ୍କୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନୀ ମଣ୍ଡଳୀରୁ କଂଗ୍ରେସରୁ ଭୋକାଲି ସେଠୀ ପ୍ରାର୍ଥୀ ହୋଇଥିବା ବେଳେ ନିର୍ବାଚନରେ ବିଜେଡିରୁ ସୂର୍ଯ୍ୟମଣୀ ବୈଦ୍ୟ ପ୍ରାର୍ଥୀ ହୋଇଛନ୍ତି । ଏହାସହ ବିଜେପିରୁ ଭାରତୀ ବେହେରାଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ 6ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓଲ୍ଲାଇଛନ୍ତି । ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଆସନଟି ସଂରକ୍ଷିତ ରହିଥିବା ବେଳେ ମଇଦାନକୁ ଓଲ୍ଲାଇଥିବା କଂଗ୍ରେସର ପ୍ରାର୍ଥୀ ଭୋକାଲି ସେଠୀ ଯଦି ବିଧାୟକ ଭାବରେ ବିଜୟୀ ହୁଅନ୍ତି ତେବେ ସେ କଣ ଯୋଜନା କରିବେ ତାହା ଇଟିଭି ଭାରତର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ସବୁ ଉତ୍ତର ରଖିଥିଲେ କଂଗ୍ରେସ ନେତା ଭୋକାଲି ସେଠୀ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.