ETV Bharat / state

କୋଭିଡ କଟକଣାକୁ ଫୁ, ସିଲ୍‌ ହେଲା ଓସେନ ଗାର୍ଡେନ

author img

By

Published : Dec 3, 2021, 7:06 PM IST

କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ରହିଥିବା ଓସେନ ଗାର୍ଡେନ ରିସୋର୍ଟ ନାମକ ହୋଟେଲକୁ ସିଲ କରିଛି ପ୍ରଶାସନ । ଅଧିକ ପଢନ୍ତୁ

କୋଭିଡ୍ ନିୟମ ଉଲ୍ଲଙ୍ଘନ: ବିବାହ ଭୋଜି ଚାଲିଥିବା ଓସେନ ଗାର୍ଡେନ ସିଲ୍

ବ୍ରହ୍ମପୁର: କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ରହିଥିବା ଓସେନ ଗାର୍ଡେନ ରିସୋର୍ଟ ନାମକ ହୋଟେଲକୁ ସିଲ କରିଛି ପ୍ରଶାସନ । ଏପରିକି ହୋଟେଲ କର୍ତ୍ତୃପକ୍ଷଙ୍କୁ ଦୁଇ ଲକ୍ଷ ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ କଟକଣା ଉଲ୍ଲଙ୍ଘନ କରି କୁଆଡ଼େ ଗୋପାଳପୁର ବେଳାଭୂମିରେ ରହିଥିବା ଓସେନ୍‌ ଗାର୍ଡେନରେ ଗୋପାଳପୁରର ପୂର୍ବତନ ବିଧାୟକ ଡ. ତ୍ରିନାଥ ବେହେରାଙ୍କ ପୁତୁରାଙ୍କ ବିବାହ ଭୋଜିର ଆୟୋଜନ ହୋଇଥିଲା ।

ରାତ୍ର ୧୦ଟା ପରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ କଟକଣାକୁ ଉଲ୍ଲଙ୍ଘନ କରିବା ସହ ରାସ୍ତାରେ ପାର୍କିଂ କରିଥିବାରୁ ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ଏନଏସି ପ୍ରଶାସନିକ ଅଧିକାରୀ ଭି.କୀର୍ତ୍ତି ଭାସନ୍ ସେଠାରେ ପହଞ୍ଚି ସେମାନଙ୍କୁ ତାଗିଦ୍ କରିବା ସହ ଓସେନ୍‌ ଗାର୍ଡେନକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାତ୍ର ସମୟରେ ହିଁ ପୋଲିସ ଉପସ୍ଥିତିରେ ଓସେନ ଗାର୍ଡେନକୁ ସିଲ୍ କରାଯାଇଥିବା ଜଣାଯାଇଛି ।

ଏହି ଭୋଜିରେ ଉପସ୍ଥିତ ଅତିଥି ମାନେ ମାସ୍କ ନପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ ନକରିବା ସହ ଉଚ୍ଚ ସ୍ଵରରେ କୌଣସି ବିନା ଅନୁମତିରେ ଡିଜେ ବ୍ୟବହାର କରିଥିବାରୁ ଏହାକୁ ସିଲ୍‌ କରାଯାଇଛି । ଜୋରିମାନା ଆଦାୟ ନହେବା ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି ଜଣାଯାଇଛି । ଏପରିକି DJ ମାଲିକଙ୍କ ଠାରୁ ମଧ୍ୟ ୧୫ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାପଡିଛି । ଏପରିକି ଏହି ଭୋଜିରେ ଗୋପାଳପୁର ବିଧାୟକ ଡ଼. ପ୍ରଦୀପ ପାଣିଗ୍ରାହୀ ଯୋଗ ଦେଇଥିବା ଖବର ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ଏହିଭଳି ପଦକ୍ଷେପ ନିଆଯାଇ ଜୋରିମାନା କରାଯାଇଥିବା ଚର୍ଚ୍ଚା ଜୋର ଧରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.