ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନ ମଣ୍ଡଳୀର ନୂଆପଡା ଗ୍ରାମପଞ୍ଚାୟତରେ 3ଜଣ କୋରୋନା ପଜିଟିଭ ଚିହ୍ନଟ । ଏହାପରେ ସ୍ଥାନୀୟ ସରପଞ୍ଚ ଉକ୍ତ ପଞ୍ଚାୟତକୁ ସୋମବାର ସଂନ୍ଧ୍ୟା ସମୟରୁ ଆଗାମୀ ୧୩ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ।
ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁରର ଉପଜିଲ୍ଲାପାଳ, ସ୍ଥାନୀୟ ଚିକିଟିର ତହସିଲଦାର ଓ ବିଡିଓଙ୍କ ସମେତ କେ.ନୂଆଗାଁ ଥାନାକୁକ ଅବଗତ କରାଯାଇଛି । ଏନେଇ ଗଣମାଧ୍ୟମ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ସ୍ଥାନୀୟ ମହିଳା ସରପଞ୍ଚ ଏସ୍.ମମତା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ