ETV Bharat / state

କେନ୍ଦୁଝର ଇଞ୍ଜିନିୟରିଂ କଲେଜରେ ରାଗିଂ, ଲୁହା ରଡରେ ପିଟିବା ସହ ନିର୍ଯାତନା - RAGGING IN ENGINEERING COLLEGE

କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନିୟରିଂ କଲେଜରେ ରାଗିଂ । ଜଣେ ଦ୍ବିତୀୟ ବର୍ଷ ଛାତ୍ରଙ୍କୁ ୫ ଜଣ ସିନିୟର ଛାତ୍ର ସଂଘବଦ୍ଧ ଆକ୍ରମଣ ସହ ନିର୍ଯାତନା ଦେଇ ବହିଷ୍କୃତ ହୋଇଛନ୍ତି ।

କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରେ ରାଗିଂ ! ପାଞ୍ଚ ଛାତ୍ର ବର୍ଷେ ପାଇଁ କ୍ୟାମ୍ପସରୁ ବହିଷ୍କୃତ
କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରେ ରାଗିଂ ! ପାଞ୍ଚ ଛାତ୍ର ବର୍ଷେ ପାଇଁ କ୍ୟାମ୍ପସରୁ ବହିଷ୍କୃତ (ETV Bharat Odisha)
author img

By ETV Bharat Odisha Team

Published : Nov 7, 2024, 9:38 AM IST

କେନ୍ଦୁଝର: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରୁ ଆସିବାରେ ଲାଗିଛି ରାଗିଂ ଅଭିଯୋଗ । କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜାରି ରହିଥିଲେ ସୁଦ୍ଧା କ୍ୟାମ୍ପସରେ ଏହି କାର୍ଯ୍ୟକଳାପରେ ରୋକ ଲାଗିପାରୁନି । ଏହି କ୍ରମରେ କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନୟରିଂ କଲେଜରେ ରାଗିଂ ଅଭିଯୋଗ ହୋଇଛି । ସିନିୟର ଛାତ୍ରଙ୍କ ସଂଘବଦ୍ଧ ନିର୍ଯାତନାରେ ଜଣେ କନିଷ୍ଠ ଛାତ୍ର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିଯୋଗ ପରେ ଆକ୍ସନ ମୋଡକୁ ଆସିଛି କଲେଜ ପ୍ରଶାସନ । ଘଟଣାର ପ୍ରାଥମିକ ତଦନ୍ତ ପରେ ସମ୍ପୃକ୍ତ ୫ ଛାତ୍ରଙ୍କୁ ଆସନ୍ତା ବର୍ଷକ ପର୍ଯ୍ୟନ୍ତ କ୍ୟାମ୍ପସରୁ ବହିଷ୍କୃତ କରାଯାଇଛି ।

ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପୀଡିତ ଛାତ୍ର:-

କଲେଜର ଜଣେ ଦ୍ବିତୀୟ ବର୍ଷର ମାଇନିଂ ଛାତ୍ର ଏହି ଅଭିଯୋଗ କରିଛନ୍ତି । '୫ ଜଣ ସିନିୟର ଛାତ୍ର ମଙ୍ଗଳବାର ରାତିରେ ହଷ୍ଟେଲରେ କବାଟ ଭାଙ୍ଗି ତାଙ୍କ ପ୍ରକୋଷ୍ଠରେ ପ୍ରବେଶ କରି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଲୁହା ରଡରେ ପିଟିବା ସହ ନିର୍ଯାତନା ଦେଇଥିଲେ । ' ରାଗିଂ କରିଥିବା ଛାତ୍ରମାନଙ୍କ ନାମ ମୋହିତ ପାତ୍ର, ସାଫଲ୍ୟ ମଲ୍ଲିକ, କୁସୁମ ହାସଦା, ବାବୁ ଦାଶ ଓ ଶେଖର ବୋଲି ଅଭିଯୋଗକାରୀ ଛାତ୍ର ଅଭିଯୋଗରେ ଦର୍ଶାଇଛନ୍ତି । ଏମାନଙ୍କ ନିର୍ଯାତନରେ ପୀଡ଼ିତ ଗୁରୁତର ହୋଇପଡିଥିଲେ ଓ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ତାଙ୍କ ବାପା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ କଲେଜ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ୫ ଜଣ ଛାତ୍ରଙ୍କୁ କ୍ୟାମ୍ପସରୁ ବହିଷ୍କୃତ କରାଯାଇଛି । ଏମାନେ ଆସନ୍ତା ବର୍ଷେ ପର୍ଯ୍ୟନ୍ତ କ୍ୟାମ୍ପସର କୌଣସି ଏକାଡେମିକ୍ ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ ନାହିଁ ।

Allegation of ragging in kendujhar Engineering College, Five students expelled for one year (ETV Bharat Odisha)

କଲେଜର ପ୍ରିନ୍ସିପାଲ ଡ. ସରୋଜ ଷଡଙ୍ଗୀ କହିଛନ୍ତି, ‘‘ରାତିରେ ଉକ୍ତ ହଷ୍ଟେଲର ଓ୍ବାର୍ଡେନ ମୋତେ ଘଟଣା ସମ୍ପର୍କରେ ଜଣାଇଲେ । ଆମେ ଏ ସମ୍ପର୍କରେ କଲେଜ ଶୃଙ୍ଖଳା କମିଟି ବୈଠକରେ ଆଲୋଚନା କରିବୁ । ଅଭିଯୋଗର ତଦନ୍ତ କରାଯିବା ପରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଆଗକୁ କ୍ୟାମ୍ପସରେ କିପରି ଏପରି ଘଟଣାର ପୁନରାବୃତ୍ତି ନହେବ, ସେ ସମ୍ପର୍କରେ ମଧ୍ୟ ପଦକ୍ଷେପ ଗ୍ରହଣ କରିବୁ । ’’

କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରେ ରାଗିଂ ! 5 ଛାତ୍ର ବର୍ଷେ ପାଇଁ କ୍ୟାମ୍ପସରୁ ବହିଷ୍କୃତ
କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରେ ରାଗିଂ ! 5 ଛାତ୍ର ବର୍ଷେ ପାଇଁ କ୍ୟାମ୍ପସରୁ ବହିଷ୍କୃତ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- MKCG ରେ ପୁଣି ରାଗିଂ ! 5 ସିନିୟର ହଷ୍ଟେଲରୁ ବହିଷ୍କୃତ, ଅପରାଧିକ ମାମଲା ରୁଜ

ଏହା ମଧ୍ୟ ପଢନ୍ତୁ:-MKCG ମେଡିକାଲ କଲେଜରେ ରାଗିଂ ! ଅଭିଭାବକଙ୍କ ଅଭିଯୋଗ ପରେ ଆଣ୍ଟି ରାଗିଂ ସେଲ୍ ତଦନ୍ତ

ରାଗିଂ ଘଟଣାରେ ଆକ୍ସନ, 17 ଛାତ୍ରଙ୍କ ଉପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନେଲା କାର୍ଯ୍ୟାନୁଷ୍ଠାନ - Berhampur Ragging Incident

ପୂର୍ବରୁ ଅଭିଯୋଗ କରିଥିଲେ ପୀଡିତ, ଚୁପ ରହିଥିଲା କଲେଜ ପ୍ରଶାସନ !

ଏହାସହ ପୀଡିତ ଛାତ୍ର ଆଉ ଏକ ସଙ୍ଗୀନ ଅଭିଯୋଗ ମଧ୍ୟ ସାମ୍ନାକୁ ଆଣିଛନ୍ତି । ଏହା ପୂର୍ବରୁ ମଧ୍ୟ ଏହି ୫ ଜଣ ସିନିଅର ଛାତ୍ର ତାଙ୍କୁ ରାଗିଂ କରିଥିଲେ । ଏନେଇ ତାଙ୍କ ବାପା ପୂର୍ବରୁ ମଧ୍ୟ କଲେଜରେ ଅଭିଯୋଗ ମଧ୍ୟ କରିଥିଲେ । ହେଲେ କଲେଜ କର୍ତ୍ତୃପକ୍ଷ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସେମାନଙ୍କୁ କେବଳ ଚେତାବନୀ ଦେଇ ଛାଡ଼ି ଦେଇଥିଲେ । କଲେଜ କର୍ତ୍ତୃପକ୍ଷଙ୍କ ନୀରବତା ପାଇଁ ଏବେ ପୁଣିଥରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ପୀଡିତ ଛାତ୍ରଙ୍କ ପକ୍ଷରୁ ଅଭିଯୋଗ ହୋଇଛି । କ୍ୟାମ୍ପସ କାର୍ଯ୍ୟାନୁଷ୍ଠାନ ସହ ପୋଲିସ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଅଭିଯୋଗ ଆଧାରରେ କେନ୍ଦୁଝର ଟାଉନ ପୋଲିସ ଟିମ୍‌ କେଲେଜରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.