ETV Bharat / state

ଗଞ୍ଜାମରେ ବାଣ ବିକ୍ରି ଉପରେ ରୋକ, କେବଳ ବିକ୍ରି ହେବ ସବୁଜ ବାଣ - ବାଣ

ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସରକାର ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ପରିବର୍ତ୍ତେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି । ଏ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ କାହାରିକୁ ବାଣ ବିକ୍ରି ପାଇଁ ଲାଇସେନ୍ସ ଦିଆଯାଇନାହିଁ । କେବଳ ସବୁଜ ବାଣ ବିକ୍ରି ପାଇଁ ଆବେଦନ କରିପାରିବେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

ଗଞ୍ଜାମରେ ବାଣ ବିକ୍ରି ପାଇଁ ନାହିଁ ଲାଇସେନ୍ସ
ଗଞ୍ଜାମରେ ବାଣ ବିକ୍ରି ପାଇଁ ନାହିଁ ଲାଇସେନ୍ସ
author img

By

Published : Nov 3, 2021, 8:18 AM IST

ବ୍ରହ୍ମପୁର: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଏହି ଦିନ ଘରେ ଘରେ ଦୀପ ଜାଳି ଭଳିକି ଭଳି ବାଣ ଫୁଟାଯାଇଥାଏ । ହେଲେ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସରକାର ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ପରିବର୍ତ୍ତେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି । ଏ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ କାହାରିକୁ ବାଣ ବିକ୍ରି ପାଇଁ ଲାଇସେନ୍ସ ଦିଆଯାଇନାହିଁ । କେବଳ ସବୁଜ ବାଣ ବିକ୍ରି ପାଇଁ ଆବେଦନ କରିପାରିବେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ଏନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ଭିଡିଓ କନଫ୍ରେନ୍ସ ଜରିଆରେ ସମସ୍ତ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ଜିଲ୍ଲାରେ ମଙ୍ଗଳବାର ସୁଦ୍ଧା କାହାରିକୁ ବାଣ ବିକ୍ରି ପାଇଁ ଲାଇସେନ୍ସ ଦିଆଯାଇନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେବଳ ସବୁଜ ବାଣ ବିକ୍ରି ପାଇଁ ଆବେଦନ କରିହେବ । ତେବେ ଏଥିଲାଗି କୌଣସି ସବୁଜ ବାଣ ବିକ୍ରି ପାଇଁ ଡିଲର ଗଞ୍ଜାମ ଜିଲ୍ଲା ପ୍ରଶାସନ ଠାରୁ ଲାଇସେନ୍ସ ନେଇନାହାଁନ୍ତି । ସବୁଜ ବାଣ ବିକ୍ରି ପାଇଁ ଲାଇସେନ୍ସ ଆବେଦନ କରିବା ଲାଗି ପେସୋ ସାର୍ଟିଫିକେସନ ସହ ଷ୍ଟକ୍ ଯାଞ୍ଚ ଦେଖାଇବା ଜରୁରୀ । ସ୍ଥାନୀୟ ତହସିଲଦାରମାନେ ଏହି ଷ୍ଟକ୍ ଯାଞ୍ଚ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଉପଜିଲ୍ଲାପାଳ ମାନେ ଏହାକୁ ମନିଟରିଂ କରିବେ ।

ଉପଜିଲ୍ଲାପାଳମାନେ ନିଜ ସ୍ତରରେ ବୈଠକ କରି ସରକାର ଓ ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ବୈଠକରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ୪ ତାରିଖ ଦିନ କେବଳ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ରହିଛି । ଅନ୍ୟ ଦିନ କିମ୍ବା ଅନ୍ୟ ସମୟରେ ବାଣ ଫୁଟା ଯାଇପାରିବନି । ଏହାକୁ ଧ୍ୟାନ ଦେବାକୁ ବୈଠକରେ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ବିନା ଲାଇସେନ୍ସରେ ବାଣ ବିକ୍ରି ହୋଇପାରିବନି । କେବଳ ଲାଇସେନ୍ସ ନେଇ ସବୁଜ ବାଣ ବିକ୍ରି ହୋଇପାରିବ ବୋଲି କୁହାଯାଇଛି । ଯେଉଁଠି ବିନା ଲାଇସେନ୍ସ କିମ୍ବା ଅନ୍ୟ ବାଣ ବିକ୍ରି ହେବ ସେ ଷ୍ଟକ୍ ସିଲ୍ କରାଯିବ । ଏହାର ଖିଲାପ କଲେ ବିପର୍ଯ୍ୟୟ ଆକ୍ଟରେ ଥାନାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦେବାକୁ ଜିଲ୍ଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ।

ତହସିଲଦାର, ସ୍ଥାନୀୟ ଏନଏସି ନିର୍ବାହୀ ଅଧିକାରୀ ଓ ଥାନା ଆଇଆଇସି ମାନଙ୍କୁ ନେଇ ଗଠିତ ସ୍କ୍ବାର୍ଡ ଏହାର ଚଢାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଅତିରିକ୍ତ ଜିଲାପାଳ(ରାଜସ୍ବ) ପ୍ରିୟ ରଂଜନ ପୃଷ୍ଟି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.