ETV Bharat / state

ମୁକ୍ତା ଯୋଜନାରେ ଅନିୟମିତତା ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ: 5T ସଚିବ - ଗଞ୍ଜାମ ଗସ୍ତରେ 5T ସଚିବ

ଗଞ୍ଜାମ ଗସ୍ତର ଶେଷ ଦିନରେ ମୁକ୍ତା ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଥିଲେ 5T ସଚିବ ଭିକେ ପାଣ୍ଡିଆନ । ମୁକ୍ତା ଯୋଜନାରେ ଅନିୟମିତତା ହେଲେ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ସଚିବ । ଅଧିକ ପଢ଼ନ୍ତୁ

ମୁକ୍ତା ଯୋଜନାରେ ଅନିୟମିତତା ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ

author img

By ETV Bharat Odisha Team

Published : Aug 29, 2023, 6:02 PM IST

ମୁକ୍ତା ଯୋଜନାରେ ଅନିୟମିତତା ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ

ବ୍ରହ୍ମପୁର: ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନଙ୍କର ଗଞ୍ଜାମ ଗସ୍ତ ଶେଷ ହୋଇଛି । ତେବେ 5T ସଚିବଙ୍କ ଏହି ଗସ୍ତର ପ୍ରଥମ ଦିନରେ ଗୋପାଳପୁର ବିଧାୟକଙ୍କୁ ବିଜେଡି କର୍ମୀଙ୍କ ବିରୋଧ ବେଶ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ସଚିବଙ୍କ କାର୍ଯ୍ୟକ୍ରମ ଫିକା ପଡ଼ିଯାଇଥିବା କୁହାଯାଉଥିଲା । ହେଲେ ଏହାପରେ ଜନଶୁଣାଣି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସହିତ ତାଙ୍କର ରହିଥିବା ସମ୍ପର୍କକୁ ବଖାଣି ପୁଣି ଚର୍ଚ୍ଚାକୁ ଫେରିଥିଲେ ସଚିବ ପାଣ୍ଡିଆନ । ସେହିଭଳି ରାଜ୍ୟରେ ମିଶନ ଶକ୍ତି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାର ଆଣିଥିବା ମୁକ୍ତା ଯୋଜନାରେ ସ୍ବଚ୍ଛତା ସହିତ କାର୍ଯ୍ୟ କରାଯିବ । ଏଥିରେ କୌଣସି ଅନିୟମିତତା ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରୋକଠୋକ କହିଥିଲେ 5T ସଚିବ ।

5T ସଚିବ କହିଥିଲେ, "ରାଜ୍ୟରେ ମିଶନ ଶକ୍ତି ମହିଳାମାନେ କିପରି ଆତ୍ମନିର୍ଭରଶୀଳ ହେବେ ସେ ନେଇ ମୁଖ୍ୟମନ୍ତ୍ରୀ ସଦାସର୍ବଦା ଗୁରୁତ୍ବ ଦେଉଛନ୍ତି । ଏପରିକି ଏହି ମହିଳାମାନେ କିପରି ସଶକ୍ତ ହେବେ ସେନେଇ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି । ସରକାର ମୁକ୍ତା ଯୋଜନା ମାଧ୍ୟମରେ ମହିଳାମାନେ କିପରି ଦୁଇ ଟଙ୍କା ଭଲ ଭାବରେ ରୋଜଗାର କରିପାରିବେ ସେନେଇ ଚେଷ୍ଟା କରାଯାଉଛି । ଏଣୁ ସହରାଞ୍ଚଳର ଏହି ଦାୟିତ୍ବରେ ରହୁଥିବା ଅଧିକାରୀମାନେ ମୁକ୍ତା ଯୋଜନାକୁ ସ୍ବଚ୍ଛତାର ସହିତ କାର୍ଯ୍ୟରେ ଲଗାଇବେ ।" ଏଥିରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ କେହି ମଧ୍ୟ ଯେପରି ତାଙ୍କର କାର୍ଯ୍ୟ ଶେଷ ପରେ ବିଲ ପ୍ରଦାନ କରିବାରେ ବିଳମ୍ବ କରିବା ହେଉ ବା ଲାଞ୍ଚ ନେବାର ଜଣାଗଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରୋକଠୋକ ଭାବରେ କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।

ଏହା ମଧ୍ୟ ପଢ଼ନ୍ତୁ...ମୋ ଝିଅ ବ୍ରହ୍ମପୁରିଆ ଏବଂ ଗଞ୍ଜାମିଆ: 5T ସଚିବ

ତେବ ଏହି କଥା ସେ କେବଳ ଏଠାରେ କହୁନାହାନ୍ତି, ବରଂ ପୂର୍ବରୁ ମିଶନ ଶକ୍ତି ମହିଳାଙ୍କୁ ନେଇ ଆୟୋଜିତ ହୋଇଥିବା ଭିଡିଓ କନଫେରନ୍ସିଂ ମାଧ୍ୟମରେ ମଧ୍ୟ ସେ ଏହି ବିଷୟକୁ ମୁକ୍ତା ଯୋଜନାରେ କାର୍ଯ୍ୟ କରୁଥିବା ଯନ୍ତ୍ରୀ ମାନଙ୍କୁ କହିଥିବା ସମସ୍ତଙ୍କୁ କରିଥିଲେ । ଉକ୍ତ ବିଷୟକୁ ଗୁରୁତ୍ବର ସହ ନେବାକୁ ସେ କହିଥିଲେ । ଏପରିକି ମହିଳାମାନଙ୍କ ମୁକ୍ତା ଯୋଜନାର ବିଲକୁ ଗୋଟିଏ ଦିନ ମଧ୍ୟ ବିଳମ୍ବ ହେବ ନାହିଁ ବୋଲି କହିବା ସହିତ ଯିଏ ବି ଭୁଲ କରିବା ଜଣାପଡିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ସଚିବ ପାଣ୍ଡିଆନ । ଏପରିକି ରାଜ୍ୟରେ ଆଶା, ଅଙ୍ଗନାୱାଡି, କମ୍ୟୁନିଟି ଷ୍ଟାଫ୍ ଏବଂ ସ୍ବଚ୍ଛସାଥୀଙ୍କ ଦରମା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଚେଷ୍ଟା କରୁଥିବା କହିଛନ୍ତି 5T ସଚିବ । ଏଣୁ ସମସ୍ତେ ଖୁବଶ୍ରୀଘ୍ର ଖୁସି ଖବର ପାଇବେ ବୋଲି କହିଛନ୍ତି । ସେପଟେ 5T ସଚିବଙ୍କର ଏପରି ଘୋଷଣା ପରେ ଏହାକୁ ନେଇ ମିଶନ ଶକ୍ତି ମହିଳାମାନେ ଖୁସି ପ୍ରକଟ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.