ETV Bharat / state

ବ୍ରହ୍ମପୁରରେ SI ନୂଆ ନିଯୁକ୍ତିପ୍ରାପ୍ତ ୮ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

author img

By

Published : Oct 23, 2022, 7:06 PM IST

Updated : Oct 23, 2022, 10:14 PM IST

ଓଡ଼ିଶା ପୋଲିସର ଏସ୍.ଆଇ ଭାବରେ ନିଯୁକ୍ତି ପାଇଥିବା ଆଠ ଜଣ ବିଦ୍ୟାର୍ଥୀଙ୍କୁ ଦିଆଗଲା ସମ୍ବର୍ଦ୍ଧନା ଦିଆଯାଇଛି । ଅଧିକ ପଢନ୍ତୁ

ବ୍ରହ୍ମପୁରରେ SI ନୂଆ ନିଯୁକ୍ତିପ୍ରାପ୍ତ ୮ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା
ବ୍ରହ୍ମପୁରରେ SI ନୂଆ ନିଯୁକ୍ତିପ୍ରାପ୍ତ ୮ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର: ଓଡ଼ିଶା ପୋଲିସର ସବ-ଇନସପେକ୍ଟର (SI) ଭାବରେ ନିଯୁକ୍ତି ପାଇଥିବା ୮ ଜଣ ବିଦ୍ୟାର୍ଥୀ (Newly appointed police SI in Odisha Police)ଙ୍କୁ ବ୍ରହ୍ମପୁର ସହରରେ ଦିଆଯାଇଛି ସମ୍ବର୍ଦ୍ଧନା । ରାଜ୍ୟର ବିଭିନ୍ନ ସ୍ଥାନରୁ ବ୍ରହ୍ମପୁର ସହରରେ ରହି ସ୍ଥାନୀୟ ଫିଜିକାଲ ଏକାଡୋମିରେ ନିୟମିତ ଭାବରେ ଶାରୀରିକ ଦକ୍ଷତା ବୃଦ୍ଧି ପାଇଁ ତାଲିମ ନେଇ ଆସୁଥିଲେ ଏମାନେ । ତେବେ ଏମାନେ ନିଯୁକ୍ତି ପାଇବା ପରେ ସବୁଠି ଖୁସିର ମାହୋଲ ଦେଖିବାକୁ ମିଳିଛି ।

ଏହାକୁ ନେଇ ସହର ଉପକଣ୍ଠ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ମଧ୍ୟରେ ଅନୁଷ୍ଠାନର ସମସ୍ତ ବିଦ୍ୟାର୍ଥୀଙ୍କ ଉପସ୍ଥିତିରେ ଏଭଳି ସମ୍ବର୍ଦ୍ଧିତ କରାଯିବା ସହ ଆଗାମୀ ଦିନରେ ପୋଲିସ ବିଭାଗର ଭଲ କାର୍ଯ୍ୟ କରିବାକୁ ଆହ୍ବାନ କରାଯାଇଥିଲା । ୨୦୧୮ ମସିହାରେ ହୋଇଥିବା ପୋଲିସ ଏସ.ଆଇ ପରୀକ୍ଷାରେ ବ୍ରହ୍ମପୁର ସହରର‌ ଅତ୍ରାହି ଭଞ୍ଜନ ସାମଲ, ଭବାନୀ ଶଙ୍କର ନାୟକ, ସୀମାଞ୍ଚଳ ମଣ୍ଡଳ, ସୁରଜ୍ ପାଇକ, ଭଞ୍ଜନଗର ଅଞ୍ଚଳର‌ ବିନ୍ମୟ ପାତ୍ର, ଚିକିଟି ଅଞ୍ଚଳର ତୋଫାନ କୁମାର ସେଠୀ, ବାଲେଶ୍ଵର ଅଞ୍ଚଳର ମାନସ କୁମାର ବେହେରା ଓ ରାଜଧାନୀ ଭୁବନେଶ୍ଵରର ଶ୍ରୀବତ୍ସ ମହାନ୍ତି ଏହି ନିଯୁକ୍ତି ପାଇଛନ୍ତି ।

ଏହା ବି ପଢନ୍ତୁ- ବ୍ରହ୍ମପୁରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା: ସାମିଲ ହେଲେ ବିଧାୟକ, ମେୟର

ଏମାନଙ୍କୁ ଆଜି ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେପଟେ ଗତ କିଛି ଦିନ ଧରି ବିଦ୍ୟାର୍ଥୀ ମାନଙ୍କ ସଫଳତା ଲାଗି ସେମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ଦିଆଯାଉଥିଲା । ଆଜି ସଫଳତା ପାଇଥିବା ଏହି ବିଦ୍ୟାର୍ଥୀଙ୍କୁ ତାଲିମ ଦେଇ ଆସୁଥିଲେ ଟ୍ରେନର ତଥା ଅବସରପ୍ରାପ୍ତ ଭାରତୀୟ ସେନାର ହାବିଲଦାର ସୀମାଞ୍ଚଳ ବାରିକ ଓ ପି. ଭାସ୍କର ରେଡି । ତେବେ ବିଦ୍ୟାର୍ଥୀମାନେ ସଫଳତା ପାଇବା ପରେ ଟ୍ରେନରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏ ନେଇ ଜଣେ ଟ୍ରେନର କହିଛନ୍ତି, "ଏମାନଙ୍କ ନିକଟରେ ୨୦ଦିନର ସମୟ ଥିଲା । ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଫିଜିକାଲ ପରୀକ୍ଷା ପାସ୍‌ କରିବା ଲାଗି କମ ସମୟ ଦିଆଯାଇଥିଲେ ମଧ୍ୟ ଏମାନେ ବହୁ ପରିଶ୍ରମ କରି ସେଥିରେ ସଫଳ ହୋଇଛନ୍ତି । ବର୍ଷା ଭିତରେ ମଧ୍ୟ ଏମାନେ ନିଜ ଅଭ୍ୟାସ ଜାରି ରଖିଥିଲେ । ସେହି ପରିଶ୍ରମ ପାଇଁ ତାଙ୍କୁ ଆଜି ଏହି ସଫଳତା ମିଳିଛି । ଏପରି ପୋଲିସ କର୍ମଚାରୀ ପାଇ ଓଡ଼ିଶାବାସୀ ନିଶ୍ଚିତ ଗର୍ବ ଅନୁଭବ କରିବେ ।"

ଇଟିଭି ଭାରତ, ବ୍ରହ୍ମପୁର

Last Updated : Oct 23, 2022, 10:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.