ETV Bharat / state

ପ୍ରକୃତି ବନ୍ଧୁ ପର୍ଶୁରାମ, ବୃଦ୍ଧ ବୟସରେ ଜାରି ରଖିଛନ୍ତି ବୃକ୍ଷରୋପଣ - ବୃଦ୍ଧ ବୟସରେ

ଆଖ ପାଖ ଅଞ୍ଚଳରେ ପରିଚିତ ନାମ । ସଭିଁଙ୍କ ମୁହଁରେ ତାଙ୍କ ପ୍ରଶଂସା । ତାଙ୍କ ନିକଟରେ ଶେଷରେ ହାର ମାନିଛି ସମୟ । ସେନାରୁ ଅବସର ନେବା ପରେ ଗଛ ଲଗାଇବା ପାଲଟିଛି ପର୍ଶୁରାମ ପ୍ରଧାନଙ୍କ ଅଭ୍ୟାସଗତ କାର୍ଯ୍ୟ । ଯେଉଁଥିପାଇଁ ପରିବେଶର ବନ୍ଧୁ ପାଲଟଚିଛନ୍ତି ପର୍ଶୁରାମ ।

ଡ଼ିଜାଇନ୍ ଫଟୋ
author img

By

Published : Nov 3, 2019, 3:53 AM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ କେପିଟି ଗ୍ରାମରେ ରହୁଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ ପର୍ଶୁରାମ ପ୍ରଧାନ । ଗତ 16 ବର୍ଷହେଲା ଅନବରତ ଭାବେ ଲଗେଇ ଚାଲିଛନ୍ତି ଗଛ । ନାଗାଲାଣ୍ଡରେ ଆର୍ମି ପୋଲିସ ଭାବେ କାର୍ଯ୍ୟ ସମ୍ପାଦନ କରି 2003 ମସିହାରେ ଅବସର ନେଇଥିଲେ ପର୍ଶୁରାମ । ପରେ ନିଜ ଜନ୍ମ ମାଟି କେପିଟି ଆସିବା ପରେ ବୃକ୍ଷରୋପଣ କାର୍ଯ୍ୟରେ ଲାଗିପଡିଛନ୍ତି ।

ପ୍ରକୃତି ବନ୍ଧୁ ପର୍ଶୁରାମ, ବୃଦ୍ଧ ବୟସରେ ଜାରି ରଖିଛନ୍ତି ବୃକ୍ଷରୋପଣ

ଏହାରି ମଧ୍ୟରେ ହଜାର ସଂଖ୍ୟାରେ ଗଛ ଲଗାଇ ସାରିଲେଣି । ଲଗାଇଥିବା ଅନେକ ଗଛ ଏବେ ଯୁବା ଅବସ୍ଥାରେ ପଦାର୍ପଣ କରିଥିବା ଦେଖିବାକୁ ମିଳିଛି । ପ୍ରତ୍ୟକ ଦିନ ନିଜର ନିତ୍ୟକର୍ମ ସାରି କିଛି ଚାରା ଧରି ଜଙ୍ଗଲ ମଧ୍ୟକୁ ବାହାରି ପଡନ୍ତି ପର୍ଶୁରାମ । ଯେଉଁଠି ଖାଲିଯାଗା ଦେଖିବେ ସେଠି ଗଛଟିଏ ଲଗାଇ ଦିଅନ୍ତି । ତା ସହିତ ପ୍ରତ୍ୟକ ଦିନ ସେ ଗଛଟିର ଯତ୍ନ ମଧ୍ୟ ନେଇଥାନ୍ତି । ଖରା ହେଉ ଅବା ବର୍ଷା କି ସିତ । ସବୁବେଳେ ଗଛ ଗୁଡିକ ର ଯତ୍ନ ନେଇଥାନ୍ତି । ରାସ୍ତା ପାର୍ଶ୍ବରେ ମଧ୍ୟ ଆମ୍ବ ଗଛ ଭଳି ଅନେକ ବଡଗଛ ମଧ୍ୟ ଲଗାଇଛନ୍ତି ଯାହାକି ଲୋକଙ୍କ ଆବଶ୍ୟକତା ପୂରଣ କରିପାରୁଛି ।

ପର୍ଶୁରାମଙ୍କ ଏଭଳି ନିଶ୍ବାର୍ଥପର କାର୍ଯ୍ୟକୁ ଅଞ୍ଚଳବାସୀ ଭୁରି ଭୁରି ପ୍ରଶଂସା କରିଥିବାବେଳେ ଗେରେଡା ବନପାଳ ମଧ୍ୟ ଶତ ପ୍ରଶଂସା କରିଛନ୍ତି । କେବଳ ପର୍ଶୁରାମ ନୁହଁନ୍ତି ତାଙ୍କ ପତ୍ନୀ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟରେ ତାଙ୍କୁ ସାହାର୍ଯ୍ୟ କରନ୍ତି । ସମସ୍ତେ ଯଦି ଗଛ ଲଗାଇବା ଆଉ ତାହାର ଯତ୍ନ ନେବା ଆମେ ସୁସ୍ଥ ରହିବା ସହିତ ପରିବେଶ ମଧ୍ୟ ସୁସ୍ଥ ରହିବ ବୋଲି ପର୍ଶୁରାମ କହିଛନ୍ତି । ସେ ଆହୁରି କହିଛନ୍ତି, ଆମକୁ ସବୁ ପ୍ରକାର ସାହାଯ୍ୟ ଯୋଗାଇବା ସହିତ ବନ୍ୟ ଜନ୍ତୁଙ୍କୁ ଆହାର ମିଳିଯିବ । ଆଉ ସେମାନେ ଗ୍ରାମଭିମୁଖୀ ହେବେନାହିଁ ବୋଲି କହିଛନ୍ତି । ଜଙ୍ଗଲ ମଧ୍ୟରେ ଏଯାବତ୍ ବର୍ତ୍ତମାନ 1600 ଗଛ ଲଗାଇ ସାରିଥିବାବେଳେ ନିଜସ୍ୱ ଜମିରେ ମଧ୍ୟ ଗଛ ଲଗାଇଛନ୍ତି । ସେହିପରି ଆଗକୁ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ ବୋଲି ପର୍ଶୁରାମ କହିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor_ଅବସର ସେନା କର୍ମଚାରୀ ଙ୍କ ନିଆରାନିଶା 70ବର୍ଷ ବୟସରେ ମଧ୍ୟ କମୁନି ଗଛ ଲଗାଇବାନିଶା ଜଙ୍ଗଲ ସୃଷ୍ଟି କରିବା ହେଉଛି ତାଙ୍କର ନିଶା

Body:vo-1-ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ କେପିଟି ଗ୍ରାମରେ ରହୁଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ ପର୍ଶୁରାମ ପ୍ରଧାନ । ଗତ 16 ବର୍ଷହେଲା ଅନବରତ ଭାବେ ଗଛ ଲଗେଇ ଚାଲିଛନ୍ତି ନାଗାଲାଣ୍ଡ ରେ ଆର୍ମି ପୋଲିସ ଭାବେ କାର୍ଯ୍ୟ ସମ୍ପାଦନ କରି 2003 ମସିହାରେ ଅବସର ନେଇ ନିଜ ଜନ୍ମ ମାଟି କେପିଟି ଆସିବା ପରେ ଲାଗିପଡିଛନ୍ତି ବୃକ୍ଷରୋପଣ କାର୍ଯ୍ୟରେ ଏଥି ମଧ୍ୟରେ ହଜାର ସଂଖ୍ୟାରେ ଗଛ ଲଗାଇ ସାରିଲେଣି ସେ ଲଗାଇଥିବା ଅନେକ ଗଛ ଏବେ ଯୁବା ଅବସ୍ଥାରେ ପଦାର୍ପଣ କରିଥିବା ଦେଖିବାକୁ ମିଳିଛି ପ୍ରତ୍ୟକ ଦିନ ପର୍ଶୁରାମ ନିଜର ନିତ୍ୟକର୍ମ ସାରି କିଛି ଚାରା ଧରି ବାହାରି ପଡନ୍ତି ଜଙ୍ଗଲ ମଧ୍ୟକୁ ସେ ଯେଉଁଠି ଖାଲିଯାଗା ଦେଖିବେ ସେଠି ଗଛଟିଏ ଲଗାଇ ଦିଅନ୍ତି ତାସହିତ ପ୍ରତ୍ୟକ ଦିନ ସେ ଗଛଟିର ଯତ୍ନ ମଧ୍ୟ ନେଇଥାନ୍ତି ଖରା ହେଉ କି ବର୍ଷା କି ସିତ ସବୁବେଳେ ଗଛ ଗୁଡିକ ର ଯତ୍ନ ନେଇଥାନ୍ତି ରାସ୍ତା ପଶ୍ୱରେ ମଧ୍ୟ ଆମ୍ବ ଗଛ ଭାଳିଆ ଗଛ ଆଦି ଲଗାଇଛନ୍ତି ଯାହାକି ଲୋକଙ୍କ ଆବଶ୍ୟକତା ପୂରଣ କରିପାରୁଛନ୍ତି ପର୍ଶୁରାମ ଙ୍କ ଏଭଳି କାର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସା କରିଥିବାବେଳେ ଅନ୍ୟ ଗ୍ରାମରୁ ମଧ୍ୟ ଲୋକମାନେ ପ୍ରଶଂସା କରୁଛନ୍ତି ଅନ୍ୟପଟେ ପର୍ଶୁରାମ ଙ୍କ ସ୍ତ୍ରୀ ମଧ୍ୟ ଗଛ ଲଗାଇବାରେ ସହଯୋଗ କରୁଛନ୍ତି ଅନ୍ୟପାଇଁ ପର୍ଶୁରାମ ଉଦାହରଣ ପାଲଟି ଯାଇଛନ୍ତି ଆଉକହିଛନ୍ତି ସମସ୍ତେ ଯଦି ଗଛ ଲଗାଇବା ଆଉ ତାର ଯତ୍ନ ନେବା ଆମେ ସୁସ୍ଥ ରହିବା ସହିତ ପରିବେଶ ମଧ୍ୟ ସୁସ୍ଥ ରହିବ ଆମକୁ ସବୁ ପ୍ରକାର ସାହାଯ୍ୟ ଯୋଗାଇବା ସହିତ ବନ୍ୟ ଜନ୍ତୁଙ୍କୁ ଆହାର ମିଳିଯିବ ଆଉ ଗ୍ରାମଭିମୁଖୀ ହେବେନାହିଁ ହେଲେ ବର୍ତ୍ତମାନ 1600 ଗଛ ଜଙ୍ଗଲ ମଧ୍ୟରେ ଲଗାଇଥିବାବେଳେ ନିଜସ୍ୱ ଜମିରେ ମଧ୍ୟ ଗଛ ଲଗାଇଛନ୍ତି ଆଗକୁ ମଧ୍ୟ ଗଛ ଲଗାଇ ଚାଲିଥିବୀ ବୋଲି ପର୍ଶୁରାମ ବାବୁ କହିଛନ୍ତି
ବାଇଟ-ପୀତବାସ ପ୍ରଧାନ(କେପିଟି ଗ୍ରାମବାସୀ)
ବାଇଟ-ପର୍ଶୁରାମ ପ୍ରଧାନ(ଅବସର ପ୍ରାପ୍ତ ସେନା କର୍ମଚାରୀ )

Conclusion:vo-2-ପର୍ଶୁରାମଙ୍କ ଏପରି ଗଛ ଲଗାଇବା କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଥିବାବେଳେ ଗେରେଡା ବନପାଳ ମଧ୍ୟ ପ୍ରଶଂସା କରିଛନ୍ତି ଆଗକୁ ପର୍ଶୁରାମ ବାବୁଙ୍କ ଠାରୁ ପ୍ରେରଣା ପାଇ ସମସ୍ତେ ଗଛଟିଏ ଲଗାଇବେ ବୋଲି ଅସାକରୁଛୁ ତାସହିତ ପର୍ଶୁରାମ ବାବୁଙ୍କୁ ଆଗାମିଦିନରେ ସମସ୍ତ ପ୍ରକାର ସହଯୋଗ କରାଜୀବବୋଲି କହିଛନ୍ତି
ବାଇଟ-କଳା ବଦନ ଦାସ(ଗେରେଡା ,ବନପାଳ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.