ETV Bharat / state

National pharmacy week: ଆଣ୍ଟିବାୟୋଟିକର ବହୁଳ ବ୍ୟବହାର ପାଲଟିଛି ଚିନ୍ତାର କାରଣ - ଜାତୀୟ ଫାର୍ମାସୀ ସପ୍ତାହ

ଆଣ୍ଟିବାୟୋଟିକର ବହୁଳ ବ୍ୟବହାର ଚିନ୍ତା ଓ ଉଦବେଗଜନିତକାରଣ ପାଲଟିଲାଣି । ଔଷଧର ବ୍ୟବହାର କରିବା କିନ୍ତୁ ତାହାର ଯେଉଁ ଅସୁବିଧା ରହିଛି ତା ଠାରୁ ଦୂରରେ ରହିବାର ଆବଶ୍ୟକତା ରହିଛି । ଏଣୁ ସମସ୍ତେ ଏଥିପ୍ରତି ସଜାଗ ଓ ସଚେତନତା ହେବା ଦରକାର। ଜାତୀୟ ଫାର୍ମାସୀ ସପ୍ତାହର ଜିଲ୍ଲାସ୍ତରୀୟ ଉଦଯାପନୀରେ ଏଭଳି ମତବ୍ୟକ୍ତ କରାଯାଇଛି (National pharmacy week) । ଅଧିକ ପଢ଼ନ୍ତୁ

ଆଣ୍ଟିବାୟୋଟିକର ବହୁଳ ବ୍ୟବହାର ଚିନ୍ତାର କାରଣ
ଆଣ୍ଟିବାୟୋଟିକର ବହୁଳ ବ୍ୟବହାର ଚିନ୍ତାର କାରଣ
author img

By

Published : Nov 27, 2022, 10:29 AM IST

ବ୍ରହ୍ମପୁର: ଆଣ୍ଟିବାୟୋଟିକର ବହୁଳ ବ୍ୟବହାର ଚିନ୍ତା ଓ ଉଦବେଗଜନିତକାରଣ ପାଲଟିଲାଣି । ଔଷଧର ବ୍ୟବହାର କରିବା କିନ୍ତୁ ତାହାର ଯେଉଁ ଅସୁବିଧା ରହିଛି ତା ଠାରୁ ଦୂରରେ ରହିବାର ଆବଶ୍ୟକତା ରହିଛି । ଏଣୁ ସମସ୍ତେ ଏଥିପ୍ରତି ସଜାଗ ଓ ସଚେତନତା ହେବା ଦରକାର।

ଜାତୀୟ ଫାର୍ମାସୀ ସପ୍ତାହର ଜିଲ୍ଲାସ୍ତରୀୟ ଉଦଯାପନୀରେ ଏଭଳି ମତବ୍ୟକ୍ତ କରାଯାଇଛି (National pharmacy week) । ପ୍ରତ୍ୟେକ ବର୍ଷ ନଭେମ୍ୱର ମାସର ଶେଷ ସପ୍ତାହରେ ଏହାକୁ ପାଳନ କରାଯାଉଥିବା ବେଳେ ସମାଜରେ ଫାର୍ମାସିଷ୍ଟଙ୍କର ରହିଥିବା ଉପାଦେୟତା ଓ କର୍ତ୍ତବ୍ୟ ନେଇ ଆହୁରି ଅଧିକ ସଚେତନତା ଏହାର ମୁଖ୍ୟ ଲକ୍ଷ୍ୟ ।

ଆଣ୍ଟିବାୟୋଟିକର ବହୁଳ ବ୍ୟବହାର ଚିନ୍ତାର କାରଣ

ଚିକିତ୍ସା ପଦ୍ଧତିରେ ଯେତେ ଉନ୍ନତ ହେଲେ ମଧ୍ୟ ଗୋଟିଏ ରୋଗୀ ଶେଷରେ କେବଳ ଔଷଧ ମାଧ୍ୟମରେ ହିଁ ସୁସ୍ଥ ହୋଇଥାଏ । ଏପରିକି ରୋଗୀଙ୍କ ଅଧିକ ଭରସା ରହିଥାଏ ଫାର୍ମାସିଷ୍ଟଙ୍କ ଉପରେ । କେଉଁ ଔଷଧ କେତେବେଳେ ଖାଇବେ, ଇଞ୍ଜେକସେନ୍ ନେବା ସମ୍ପର୍କରେ ଏବଂ ପୁଣି କେଉଁ ପରିସ୍ଥିତିରେ ଆସିବେ ତାହାକୁ ଗ୍ରାମାଞ୍ଚଳରେ ରୋଗୀଙ୍କୁ ଅଧିକ ସୂଚନା ଦେଇଥାଏ ଫାର୍ମାସିଷ୍ଟ । ଏଭଳି ଅନେକ ସୂଚନା ଦେଉଥିବା ବେଳେ କୋଭିଡ ସମୟରେ ସେବା ଓ କାର୍ଯ୍ୟକୁ ବ୍ରହ୍ମପୁର ଟାଉନ ହଲ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଭୂୟସୀ ପ୍ରଶଂସା କରାଯାଇଛି ।

ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡର ସଦ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଉଣାଶଙ୍କର ମିଶ୍ର, ଜିଲ୍ଲା ସଂଘର ସଭାପତି କେ.ଖଲ୍ଲି ସୁବୁଦ୍ଧି, ସମ୍ପାଦକ ଅଭିମନ୍ୟୁ ଶତପଥୀ, ରାଜ୍ୟର ପୂର୍ବତନ ସଭାପତି ନବୀନ କୁମାର ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀକାନ୍ତ ଜେନା ପ୍ରମୁଖ ମଞ୍ଚାସୀନ ରହିଥିଲେ।

ଏହି ଅବସରରେ ଫାର୍ମାସିଷ୍ଟ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ପୂର୍ବରୁ ରହିଥିବା ଫାମାସିଷ୍ଟ ପଦବୀକୁ ବିଭିନ୍ନ ରାଜ୍ୟରେ ଫାର୍ମାସିଷ୍ଟ ଅଫିସର କରାଯାଇଥିବାରୁ ଏହାକୁ ଆମ ରାଜ୍ୟରେ ମଧ୍ୟ କାର୍ଯ୍ୟକାରୀ କରାଇବା, ଫାର୍ମାସିଷ୍ଟଙ୍କ ମୂଳ ଦରମା ବୃଦ୍ଧି, ପ୍ରଦୋନ୍ନତି ପ୍ରଦାନ କରିବାକୁ ଦାବି କରାଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.