ETV Bharat / state

ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ଅଭିଯୋଗ ଆଣିଲେ କର୍ମଚାରୀ

author img

By

Published : May 28, 2020, 9:17 PM IST

ବେଲଗୁଣ୍ଠା ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ କର୍ମଚାରୀ । ଅଧିକ ପଢନ୍ତୁ...

NAC employee filed a complaint
ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ଅଭିଯୋଗ ଆଣିଲେ କର୍ମଚାରୀ

ଭଞ୍ଜନଗର: ଦୁର୍ନୀତି ଘେରରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ । ମିଥ୍ୟା ବିଲ ନ କରିବାରୁ ମିଳିଛି ହତ୍ୟା ଧମକ ।

ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ ତ୍ରିପାଠୀ 5 ଲକ୍ଷ ଟଙ୍କାର ମିଥ୍ୟା ବିଲ କରିବାକୁ କନିଷ୍ଠ ଯନ୍ତ୍ରୀ ବିଶ୍ବରଞ୍ଜନ ଜେନାଙ୍କୁ କହିଥିଲେ । ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର କାମ ହୋଇ ନଥିବାରୁ ସେ ମିଥ୍ୟା ବିଲ କରିବାକୁ ମନା କରି ଦେଇଥିଲେ । ଫଳରେ କାର୍ଯ୍ୟନିର୍ବାହୀ ଅଧିକାରୀ ଜଣକ କନିଷ୍ଠ ଯନ୍ତ୍ରୀ ବିଶ୍ବରଞ୍ଜନ ଜେନାକୁ ଗାଳି ଗୁଲଜ କରିବା ସହିତ ଉକ୍ତ ବିଲ ପାସ କରିବାକୁ ଚାପ ପକାଇଥିଲେ । ଏଥିରେ ସେ ରାଜି ନ ହେବାରୁ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଏ ନେଇ ବିଶ୍ବରଞ୍ଜନ ବେଲଗୁଣ୍ଠା ଫାଣ୍ଡିର ଦ୍ବାରସ୍ଥ ହୋଇଛନ୍ତି ।

ସେହିଭଳି କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ ତ୍ରିପାଠୀଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ଆଉ ଜଣେ ଏନଏସିର ମହିଳା କର୍ମଚାରୀ । ନିର୍ବାହୀ ଅଧିକାରୀ ଜଣକ ତାଙ୍କୁ ମଧ୍ୟ ଖରାପ ବ୍ୟବହାର କରିବା ସାଙ୍ଗକୁ ଚାକିରୀରୁ ବାହାର କରିଦେବା ନେଇ ଧମକ ଦେଇଥିଲେ ବୋଲି ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଭିଜିଲାନ୍ସ ତଦନ୍ତ କରିବାକୁ ଦାବି ହୋଇଥିବା ଜଣାପଡିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.