ETV Bharat / state

ନିଦ୍ରା ହେଲା ଶେଷନିଦ୍ରା, ବୃଦ୍ଧଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର - ହତ୍ୟାକାଣ୍ଡ

ଗଞ୍ଜାମ ଜିଲ୍ଲା ଗୋପାଳପୁର ଗାଁରେ ହତ୍ୟାକାଣ୍ଡ । ନିଜ ଘର ପିଣ୍ଡାରେ ଶୋଇଥିବା ବେଳେ ଘରର ମୁରବିଙ୍କୁ ହତ୍ୟା କରି ହତ୍ୟାକାରୀ ଫେରାର । ଅଧିକ ପଢନ୍ତୁ...

ଶୋଇଥିବା ବେଳେ ହତ୍ୟାକାଣ୍ଡ, ଅଭିଯୁକ୍ତ ଫେରାର୍

author img

By

Published : Aug 7, 2021, 12:15 PM IST

Updated : Aug 7, 2021, 12:25 PM IST

ଭଞ୍ଜନଗର: ଗଞ୍ଜାମ ବଡଗଡ଼ ଥାନା ଗୋପାଳପୁର ଗାଁରେ ହତ୍ୟାକାଣ୍ଡ । ନିଜ ଘର ପିଣ୍ଡାରେ ଶୋଇଥିବା ବେଳେ ଘରର ମୁରବିଙ୍କୁ ହତ୍ୟା କରି ହତ୍ୟାକାରୀ ଫେରାର । ମୃତ ବ୍ୟକ୍ତି ଜଣକ ହେଲେ କାଶୀନାଥ ଗୌଡ଼ (70) । ତେବେ ଗତରାତିରେ ଏହି ଅଘଟଣ ଘଟିଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ନିଦ୍ରା ହେଲା ଶେଷନିଦ୍ରା, ବୃଦ୍ଧଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର

ସୂଚନାମୁତାବକ, ବୃଦ୍ଧଙ୍କ ଦୁଇ ପୁଅ ବାହାରେ ରହୁଥିବା ବେଳେ ଘରେ ସ୍ତ୍ରୀ ,ଝିଅ, ବୋହୂ ରୁହନ୍ତୁ । ତେବେ ରାତିରେ ଅତ୍ୟଧିକ ଗରମ ଯୋଗୁଁ ବୃଦ୍ଧ ଜଣକ ଘର ପିଣ୍ଡାରେ ଆସି ଶୋଇଥିଲେ । ମଧ୍ୟ ରାତ୍ରିରେ କୌଣସି ଦୁର୍ବୃତ୍ତ ଘର ବାହାରୁ କବାଟ ବନ୍ଦ କରି ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ସକାଳେ କବାଟ ନ ଖୋଲିବାରୁ ଘର ଲୋକ ପଡିଶା ଘରକୁ ଫୋନ କରି କବାଟ ଖୋଲିଥିଲେ ଏବଂ ସେତେବେଳକୁ ବୃଦ୍ଧ ଜଣଙ୍କ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ପଡ଼ିଥିବା ବେଳେ ତାଙ୍କ ବେକ ଓ ମୁଣ୍ଡରେ ହଣା ଚିହ୍ନ ଦେଖିବାକୁ ମିଳିଥିଲେ । ଖବର ପାଇ ଘଟଣା ସ୍ଥଳରେ ବଡଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated : Aug 7, 2021, 12:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.