ETV Bharat / state

କ୍ବାରେଣ୍ଟାଇନରେ ରହିବାକୁ ନେଇ ମରଣାନ୍ତକ ଆକ୍ରମଣ: ଜଣେ ମୃତ, 2 ଗୁରୁତର - କ୍ବାରେଣ୍ଟାଇନରେ ରହିବାକୁ ନେଇ ମରଣାତ୍ମକ ଆକ୍ରମଣ

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ଗ୍ରାମରେ ଭୁଜାଲି ଆକ୍ରମଣରେ ଜଣେ ମୃତ 2 ଗୁରୁତର ।

murder in ganjam
କ୍ବାରେଣ୍ଟାଇନରେ ରହିବାକୁ ନେଇ ମରଣାତ୍ମକ ଆକ୍ରମଣ
author img

By

Published : Aug 13, 2020, 5:32 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ଗ୍ରାମରେ ଭୁଜାଲି ଆକ୍ରମଣରେ ଜଣେ ମୃତ 2 ଗୁରୁତର । ଗୁରୁତର ଦୁଇଜଣକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ମୃତକ ଜଣକ ହେଲେ ପ୍ରମୋଦ ବେହେରା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି 4 ଜଣକୁ ଅଟକ ରଖି ତଦନ୍ତ ଚଳାଇଛି ।

କ୍ବାରେଣ୍ଟାଇନରେ ରହିବାକୁ ନେଇ ମରଣାତ୍ମକ ଆକ୍ରମଣ

ସୂଚନାନୁସାରେ, କରଡ଼ାପଲ୍ଲୀ ଗ୍ରାମର ପ୍ରମୋଦ ବେହେରାଙ୍କ ପୁଅ ବୁଧବାର ଭୁବନେଶ୍ବରରୁ ଗ୍ରାମକୁ ଫେରିଥିଲେ । ତେବେ କ୍ଵାରେଣ୍ଟାଇନରେ ରହିବାକୁ ଅଙ୍ଗନବାଡି ଦିଦିଙ୍କ ସ୍ଵାମୀ ପ୍ରକାଶ ବେହେରା କହିଥିଲେ କିନ୍ତୁ କ୍ବାରେଣ୍ଟାଇନରେ ରହିବାକୁ ମନା କରିବା ସହ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣକୁ ଅଟକାଇବାକୁ ଚେଷ୍ଟା କରିବା ସମୟରେ 2 ଜଣ ଆହତ ହୋଇଥିଲେ ।

ଗୁରୁତର ଦୁଇଜଣ ନଣ୍ଡା ସେନାପତି ଓ ସାମ ଗୌଡ଼ । ଘଟଣା ଘଟିବା ସମୟରେ ଜଗନ୍ନାଥପ୍ରସାଦ ପୋଲିସକୁ ପ୍ରମୋଦଙ୍କ ସ୍ତ୍ରୀ ଫୋନ କରି ଯୋଗାଯୋଗ କରିଥିଲେ କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ସେ ଅଭିଯୋଗ କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.