ବ୍ରହ୍ମପୁର: ଶିଶୁକନ୍ୟାକୁ ଜନ୍ମ ଦେବା ପରେ ସ୍ବାସ୍ଥ୍ୟକେନ୍ଦ୍ରରୁ ଫେରାର ହେଲା ଜନ୍ମଦାତ୍ରୀ । ଗଞ୍ଜାମ ଜିଲ୍ଲାର ଖଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି ଏଭଳି ଘଟଣା । ଶିଶୁଟି ସୁସ୍ଥ ଥିବା ବେଳେ ତାର ଓଜନ ୨ କିଲୋ ବୋଲି ଡାକ୍ତର କହିଛନ୍ତି ।
ଏପଟେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେଜିଷ୍ଟରରେ ମହିଳାଙ୍କ ନାମ ନନ୍ଦିନୀ ବେହେରା, ବୟସ ୨୧ ବର୍ଷ ଓ ଖଲିକୋଟ ବ୍ଳକ ଅନ୍ତର୍ଗତ କେଶପୁର ପଞ୍ଚାୟତର ତେନ୍ତୁଳିଆପଡା ଗ୍ରାମ ଲେଖା ଥିବାବେଳେ ସେହି ଠିକଣା ଭୁଲ ନା ଠିକ୍ ତାହା ତଦନ୍ତ ପରେ ସ୍ପଷ୍ଟ ଜଣାପଡିବ ବୋଲି କୁହାଯାଇଛି । ଏହି ଖବର ପାଇ ଖଲିକୋଟ CDPO ମେଡିକାଲରେ ପହଞ୍ଚି ନବଜାତ ଶିଶୁକୁ ସେଠାରୁ ଉଦ୍ଧାର କରିବା ସହ ଜଣେ ଅଙ୍ଗନବାଡି କର୍ମୀ ଓ ଅନ୍ୟ ଜଣେ ଆଶାକର୍ମୀଙ୍କ ସହାୟତାରେ ଶିଶୁଟିକୁ ବ୍ରହ୍ମପୁର ଚାଇଲ୍ଡଲାଇନକୁ ପଠାଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ