ETV Bharat / state

ଶ୍ୱଶୁର ଘର ସାମ୍ନାରେ ବୋହୂର ଧାରଣା, ଆତ୍ମହତ୍ୟା କଲେ ଶାଶୁ

author img

By

Published : Aug 28, 2022, 9:55 PM IST

Updated : Aug 29, 2022, 10:07 AM IST

ଶ୍ବଶୁରଘର ସାମ୍ନାରେ ଧାରଣାରେ ବସିଲେ ବୋହୁ । ଲୋକ ଲଜ୍ଜା ସହିନପାରି ଶାଶୁ ଆତ୍ମହତ୍ୟା କରିଥିବା ଅଭିଯୋଗ Mother in law Commits suicide in Ganjam । ଅଧିକ ପଢ଼ନ୍ତୁ

ଶ୍ୱଶୁର ଘର ସାମ୍ନାରେ ବୋହୂର ଧାରଣା, ଆତ୍ମହତ୍ୟା କଲେ ଶାଶୁ
ଶ୍ୱଶୁର ଘର ସାମ୍ନାରେ ବୋହୂର ଧାରଣା, ଆତ୍ମହତ୍ୟା କଲେ ଶାଶୁ

ବ୍ରହ୍ମପୁର : ନ୍ୟାୟ ଦାବିରେ ଶ୍ବଶୁର ଘର ସାମ୍ନାରେ ଧାରଣାରେ ବସିଲେ ବୋହୂ(daughter in law dharna in front of in laws house) । ଲୋକ ଲଜ୍ଜା ସହିନପାରି ଶାଶୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି(mother in law commits suicide in Ganjam) । ଗଞ୍ଜାମ ଏନ୍‌ଏସିସ୍ଥିତ ୩ ନମ୍ବର ୱାର୍ଡରେ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି । ୨୦୨୦ରେ ଗଞ୍ଜାମ ସହରର ସୁଜିତ କୁମାରଙ୍କୁ ବିବାହ କରିଥିଲେ ତନ୍ମୟୀ ପଣ୍ଡା । ବିବାହର ମାତ୍ର ଦୁଇ ମାସ ମଧ୍ୟରେ ହିଁ ପତିପତ୍ନୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିଲା ।

ଏହାପରେ ତନ୍ମୟୀ ନିଜ ମାମୁଁଙ୍କ ଘରେ ରହୁଥିଲେ । ଏହାରି ମଧ୍ୟରେ ଶାଶୁଘର ବିରୋଧରେ ବ୍ରହ୍ମପୁର ମହିଳା ଥାନରେ ନର୍ଯାତନା ମାମଲା ରୁଜୁ କରିଥିଲେ । ଶାଶୁ ଘର ଲୋକ ଗିରଫ ମଧ୍ୟ ହୋଇଥିଲେ । ପରବର୍ତ୍ତୀ ସମୟରେ ଜାମିନ ପାଇ ଫେରିଥିଲେ । ତେବେ ନ୍ୟାୟ ଦାବିରେ ଅଗଷ୍ଟ ୨୭ ତାରିଖରେ ତନ୍ମୟୀ ନିଜ ଆଇ ସୁବାସିନୀ ମହାପାତ୍ରଙ୍କ ସହ ଆସି ଶାଶୁ ଘର ସାମ୍ନାରେ ଧାରଣାରେ ବସିଥିଲେ । ଏହାପରେ ଲୋକଲଜ୍ଜା ସହିନପାରି ତାଙ୍କ ଶାଶୁ ସୁଷମା ପଣ୍ଡା ଏସିଡି ପିଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ।

ତନ୍ମୟୀଙ୍କ ସ୍ବାମୀ ସୁଜିତ କୁମାର ଅଗ୍ନିଶମ ବାହିନୀରେ କାର୍ଯ୍ୟରତ ଅଛନ୍ତି । ତେବେ ବିବାହ ସମୟରେ ତନ୍ମୟୀଙ୍କ ପରିବାର ଲୋକେ 20 ଭରି ସୁନା ଓ ନଗଦ ଦୁଇ ଲକ୍ଷ କୋଡିଏ ହଜାର ଯୌତୁକ ଦେଇଥଲେ ବୋଲି ଜଣା ପଡ଼ିଛି । ଶନିବାର ଧାରଣ ଦେଇ ତନ୍ମୟୀ ଶାଶୁଘର ଲୋକଙ୍କ ସହ ଝଗଡ଼ା କରିଥିବା ଅଭିଯୋଗ ହୋଇଛି । ତାଙ୍କୁ ଶାଶୁ ଘର ଲୋକେ ଗ୍ରହଣ କରନ୍ତୁ ନହେଲେ ନେଇଥିବା ଯୌତୁକ ଟଙ୍କା ଓ ସୁନା ଫେରାଇବାକୁ ସେ ଦାବି କରିଥିଲେ ।

ଏହାପରେ ଶାଶୁ ସୁଷମା ପଣ୍ଡା ଏସିଡି ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର MKCG ମେଡିକାଲ୍‌କୁ ଅଣା ଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ।

ଗଞ୍ଜାମ ଜିଲ୍ଲାରେ ଗତ କିଛି ମାସ ମଧ୍ୟରେ ପାରିବାରିକ ବିବାଦ ମାମଲା ବୃଦ୍ଧି ପାଇବାରେ ଲାଗିଛି । କେଉଁଠି ନା କେଉଁଠି ବୋହୂମାନେ ବିଭିନ୍ନ କାରଣକୁ କେନ୍ଦ୍ର କରି ନିଜ ଶାଶୁ ଘର ସମ୍ମୁଖରେ ଧାରଣା ଦେଉଛନ୍ତି । ଗଞ୍ଜାମ ଥାନା ଅଞ୍ଚଳରେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Aug 29, 2022, 10:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.