ETV Bharat / state

ଅସ୍ତ ହୋଇଗଲେ ଗଞ୍ଜାମ ରାଜନୀତିର ସୂର୍ଯ୍ୟ, ବିଭିନ୍ନ ମହଲରେ ଶୋକର ଛାୟା

ବରିଷ୍ଠ ରାଜନେତା ପୂର୍ବତନ ମନ୍ତ୍ରୀ ତଥା ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 2, 2023, 10:38 PM IST

ରାଜନୀତିରେ ଅସ୍ତଗଲେ ସୂର୍ଯ୍ୟ
ରାଜନୀତିରେ ଅସ୍ତଗଲେ ସୂର୍ଯ୍ୟ
ରାଜନୀତିରେ ଅସ୍ତଗଲେ ସୂର୍ଯ୍ୟ

ବ୍ରହ୍ମପୁର: ରାଜନୀତିରେ ଅସ୍ତଗଲେ ସୂର୍ଯ୍ୟ । ଓଡିଶା ରାଜନୀତିର ଜଣେ ଟାଣୁଆ ନେତା, ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ ଘଟିଛି । ଗତ କିଛି ମାସ ଧରି ସ୍ବର୍ଗତ ପାତ୍ର ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ଶେଷରେ ଅସ୍ତ ହୋଇଗଲେ ଦିଗପହଣ୍ଡିର ନିର୍ବାଚନମଣ୍ଡଳୀର ଅପରାଜେୟ ଅଦ୍ଵିତୀୟ ନେତା ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର । ଗତ ସାଧାରଣ ନିର୍ବାଚନ ପରେ ସ୍ବର୍ଗତ ପାତ୍ରଙ୍କୁ ଓଡ଼ିଶାର ବାଚସ୍ପତି ଦାୟିତ୍ବ ଦିଆଯାଇଥିଲା । ହେଲେ ତାଙ୍କ ଅସୁସ୍ଥତା ଯୋଗୁଁ ସେ ବାଚସ୍ପତି ପଦରୁ ନିଜକୁ ନିବୃତ୍ତ କରିଥିଲେ । ମନ୍ତ୍ରୀମଣ୍ଡଳ ଅଦଳବଦଳ ସମୟରେ ସେ ନିଜେ ଏହି ଦାୟିତ୍ୱ ଛାଡିବା ପାଇଁ ଚାହିଁଥିଲେ ।

ଅଧିକ ପଢନ୍ତୁ.. MLA Surjya Narayana Patro Passes Away: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ରାଜନୈତିକ ଇତିହାସ ଦେଖିଲେ: ସେ ପ୍ରଥମେ ମୋହନା ନିର୍ବାଚନ ମଣ୍ଡଳୀରେ ୧୯୯୦ ମସିହାରୁ ପ୍ରଥମେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । 1990 ଏବଂ 1995 ମସିହାରେ ସେ ଜନତା ଦଳ ପ୍ରାର୍ଥୀ ହୋଇ ବିଧାୟକ ହୋଇଥିବା ବପୁଳ ଭୋଟରେ ଜୟଯୁକ୍ତ ହୋଇଥିଲେ । ପରବର୍ତ୍ତୀ ସମୟରେ 2000 ମସିହା ଏବଂ 2004 ମସିହାରେ ମୋହନା ଆସନରୁ ଲଢିଥିଲେ ସୂର୍ଯ୍ୟନାରାୟଣ । ପରେ 2009 ,2014 ଏବଂ 2019 ମସିହାରେ ସେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ସେ ବିଧାୟକ ଭାବରେ ନିର୍ବାଚିତ ହୋଇ ଆସୁଥିଲେ । ତାଙ୍କର ଯାତ୍ରାର ଗାଡି 1990 ରୁ ଆରମ୍ଭ ହୋଇ 2019 ପର୍ଯ୍ୟନ୍ତ ଜାରି ରହିଥିଲା । ବିଜୁ ବାବୁଙ୍କ ଆନୁଗତ୍ୟ ରହିଥିବା ସୂର୍ଯ୍ୟ ବାବୁ ନବୀନ ବାବୁଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଦାୟିତ୍ୱରେ ରହି ଆସିଥିଲେ । ସେ ଯେଉଁ ବି ଦାୟିତ୍ବ ଗ୍ରହଣ କରୁଥିଲେ ତାକୁ ନିଷ୍ଠାର ସହ ପୂରଣ କରୁଥିଲେ ।

ଅଧିକ ପଢନ୍ତୁ.. Surya Narayan Patro Demise: ଶୋକ ପ୍ରକାଶ କଲେ ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ

ଆଜି ଓଡ଼ିଶାର ରାଜନୈତିକ ଇତିହାସର ଗୋଟିଏ ଉଜ୍ବଳ ନକ୍ଷତ୍ରରେ ଆକାଶରୁ ଲିଭିଯାଇଛି । ସ୍ୱର୍ଗତ ପାତ୍ରଙ୍କ ବିୟୋଗ ହେବା ଖବର ପାଇ ବ୍ରହ୍ମପୁର ସହରର ଶୋକର ଛାୟା ଖେଳିଯାଇଛି । ଗାନ୍ଧୀନଗର ସ୍ଥିତ ବାସଭବନ ଠାରେ ତାଙ୍କ ସହିତ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ନେତୃବୃନ୍ଦମାନେ ତାଙ୍କୁ ଅଶ୍ରୃଳ ଶ୍ରାଦ୍ଧାଞ୍ଜଳି ଦେବା ସହ ଶୋକ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.