ବ୍ରହ୍ମପୁର: ସହରକୁ ଯୋଗାଣ ହେଉଥିବା ପାନୀୟ ଜଳ ପାଇପ୍ ଫାଟିବା ଘଟଣା । ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ବିକ୍ରମ କୁମାର ପଣ୍ଡା । ବ୍ରହ୍ମପୁର ସହରକୁ ଯୋଗାଣ ହେଉଥିବା ପାନୀୟ ଜଳ ପାଇପ୍ ଫାଟିଯିବା ଯୋଗୁଁ ସହରର ବିଭିନ୍ନ ସାହିକୁ ଗତ ଦୁଇ ଦିନ ଧରି ପାନୀୟ ଜଳ ଆସୁନଥିବା ବେଳେ ଏହାକୁ ନେଇ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ଥାନୀୟ ବିଧାୟକ । ସନ୍ଧ୍ୟା ସୁଦ୍ଧା ଏହାକୁ ମରାମତି କରାଯାଇ ପାନୀୟ ଜଳର ବ୍ୟବସ୍ଥା କରାଯିବ କହିଛନ୍ତି ବିଧାୟକ ।
ବ୍ରହ୍ମପୁର ସହରକୁ ଯୋଗାଣ ହେଉଥିବା ପାନୀୟ ଜଳ ପାଇପ୍ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ନିକଟସ୍ଥ କୋର୍ଟ ନିକଟରେ କୌଣସି କାରଣରୁ ଫାଟିଯାଇଛି । ଏହି କାରଣରୁ ପାନୀୟ ଜଳ ଯୋଗାଣ ନେଇ ସମସ୍ୟା ଦେଖା ଦେଇଥିବା ବେଳେ ଏହାର ମରାମତି କାର୍ଯ୍ୟ ଜାରି ରହିଛି । ସେପଟେ ମାଟି ତଳେ ପାଖାପାଖି 25 ଫୁଟ ତଳେ ଏହି ପାଇପ୍ ରହିଥିବା ବେଳେ ପାଇପ୍ ଫାଟିଯିବା ଯୋଗୁଁ ବହୁ ପରିମାଣରେ ପାଣି ଲିକେଜ୍ ହେଉଛି । ଫଳରେ ମାଟି ଓ ପାଣିକୁ ମେସିନ୍ ଦ୍ୱାରା ମରାମତି କରିବାରେ ପ୍ରଥମେ ସମସ୍ୟା ଉପୁଜିଥିବା ବେଳେ ଖୁବ୍ ଶ୍ରୀଘ୍ର ପରବର୍ତ୍ତୀ ସମୟରେ ଏହାର ମରାମତି କାର୍ଯ୍ୟ ଚାଲିଛି । ମରାମତି କାର୍ଯ୍ୟ ଶେଷ ହେବା ପରେ ପୁଣି ପାନୀୟ ଜଳ ଯୋଗାଣ ହେବ । ଆଜି ସନ୍ଧ୍ୟା ସୁଦ୍ଧା ଏହାର ମରାମତି ସାରି ଲୋକଙ୍କୁ ପାଣି ଯୋଗାଇ ଦିଆଯିବ । ଏଣୁ ଏହି ସମୟରେ ସମସ୍ତେ ସହଯୋଗ କରନ୍ତୁ । ଏଭଳି ସମସ୍ୟା ହଠାତ୍ ଉପୁଜିଥିବା ଯୋଗୁଁ ଖୁବ୍ ଶ୍ରୀଘ୍ର ଏହାର ସମାଧାନ ହେବ ବୋଲି କହିଛନ୍ତି ବିଧାୟକ ବିକ୍ରମ ।
ଏହା ମଧ୍ୟ ପଢ଼ନ୍ତୁ......ବ୍ରହ୍ମପୁରରେ ପାନୀୟ ଜଳ ସମସ୍ୟା, ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଘେରିଲା ବିଜେପି
ସେପଟେ ବ୍ରହ୍ମପୁର ସହରରେ ପାନୀୟ ଜଳ ସମସ୍ୟାକୁ ନେଇ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଘେରାଉ କରିଥିଲେ ବିଜେପି ଦଳର କର୍ମକର୍ତ୍ତା । ଜିଲ୍ଲା ବିଜେପି ଉପସଭାପତି ରାମ କୁମାର ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଅନ୍ୟପଟେ ବ୍ରହ୍ମପୁର ସହରକୁ ଯୋଗାଣ ହେଉଥିବା ପାନୀୟ ଜଳ ପାଇପ୍ ଜିଲ୍ଲାର ହିଞ୍ଜିଳିକାଟୁ ନିକଟରେ ଫାଟିଯିବା ଯୋଗୁଁ ଏଭଳି ସମସ୍ୟା ହୋଇଥିବା ବେଳେ ଏହାର ମରାମତି କାର୍ଯ୍ୟ ଚାଲିଥିବାରୁ ଖୁବ୍ ଶ୍ରୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି କୁହାଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର