ETV Bharat / state

ସ୍ଥାୟୀ ନିଯୁକ୍ତି ଦାବି ନେଇ ଏମକେସିଜି ମେଡିକାଲରେ ସ୍ବାସ୍ଥ୍ୟକର୍ମୀଙ୍କ ଧାରଣା - health workers protest

କୋଭିଡ ସମୟରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀମାନେ ସ୍ଥାୟୀ ନିଯୁକ୍ତି ଦାବି କରି ଶାନ୍ତୁପୂର୍ଣ୍ଣ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ...

MKCG medical health workers protest for demanding permanent employment
ସ୍ଥାୟୀ ନିଯୁକ୍ତି ଦାବିରେ ଏମ୍.କେ.ସି.ଜି ମେଡିକାଲ ସ୍ବାସ୍ଥ୍ୟକର୍ମୀଙ୍କ ଧାରଣା
author img

By

Published : Dec 8, 2020, 10:03 AM IST

ବ୍ରହ୍ମପୁର: ଜିଲ୍ଲାର ଏମ୍.କେ.ସି.ଜି ମେଡିକାଲରେ କୋଭିଡ ସମୟରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀମାନେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଇନାହିଁ । ତେବେ ଏହି ସ୍ବାସ୍ଥ୍ୟକର୍ମୀ ତଥା କୋଭିଡ୍‌ ଯୋଦ୍ଧାମାନେ ସ୍ଥାୟୀ ନିଯୁକ୍ତି ଅଗ୍ରାଧିକାର ଦାବି କରି ମଙ୍ଗଳବାର ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି ।

ସ୍ଥାୟୀ ନିଯୁକ୍ତି ଦାବିରେ ଏମ୍.କେ.ସି.ଜି ମେଡିକାଲ ସ୍ବାସ୍ଥ୍ୟକର୍ମୀଙ୍କ ଧାରଣା

ଦୀର୍ଘ ନଅ ମାସ ଦିନ ରାତି କୋଭିଡ୍‌ ପାଇଁ ସେବା ଯୋଗାଇବା ସହିତ ଅନ୍ୟାନ୍ୟ ସେବା ମଧ୍ୟ କର୍ମଚାରୀମାନେ ଯୋଗାଇ ଆସୁଛନ୍ତି । କିନ୍ତୁ ବର୍ତ୍ତମାନ ସରକାର ଚୁକ୍ତି ଭିତ୍ତିରେ ରାଜ୍ୟରେ 6432 ପଦବୀ ପାଇଁ ବିଜ୍ଞାପନ ବାହାର କରିଥିବା ବେଳେ ସେଥିରୁ ଏମ୍.କେ.ସି.ଜି ପାଇଁ 244 ପଦବୀ ବାହାର କରିଛନ୍ତି । କିନ୍ତୁ ବର୍ତ୍ତମାନ ସରକାର ଏଥିପାଇଁ ପ୍ରବେଶିକା ପରୀକ୍ଷା କରି ଚୟନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି କର୍ମଚାରୀ । ଦୀର୍ଘ ନଅ ମାସ ଧରି ସରକାରଙ୍କ କାର୍ଯ୍ୟ କରି ଆସୁଥିବା ଏହି କର୍ମଚାରୀମାନଙ୍କୁ ନିଯୁକ୍ତି ନ ଦେଇ ସରକାର କାହିଁକି ପୁଣି ଚୟନ ପ୍ରକ୍ରିୟା କରୁଛନ୍ତି ବୋଲି ସ୍ବାସ୍ଥ୍ୟକର୍ମୀମାନେ ପ୍ରଶ୍ନ କରିଛନ୍ତି । ସେପଟେ ଏମ୍.କେ.ସି.ଜି ମେଡିକାଲ ପାଇଁ ମୋଟ 288ଟି ପୋଷ୍ଟ ବାହାରିଥିବା ବେଳେ ଏଠାରେ 235 ଜଣ କାର୍ଯ୍ୟ କରୁଛନ୍ତି । ତେବେ ଏହି କାର୍ଯ୍ୟରତ 235 ସ୍ବାସ୍ଥ୍ୟକର୍ମୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଲାଗି ସ୍ବାସ୍ଥ୍ୟକର୍ମୀମାନେ ଧାରଣା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.