ETV Bharat / state

ନକଲି ସୁନା ଦେଇ ବ୍ୟାଙ୍କରୁ ଅସଲି ଠକେଇ - Miscreant Fraud

ଆନ୍ଧ୍ର ବ୍ୟାଙ୍କରେ ସୁନାର ମାନ ଯାଞ୍ଚ କରିବା ଲାଗି ଥିବା ବଣିଆ ବ୍ୟାଙ୍କର କର୍ମଚାରିଙ୍କ ସହ ହାତ ମିଳାଇ ଚତୁରତାର ସହ ବିଭିନ୍ନ ଲୋକଙ୍କ ନାମରେ ବ୍ୟାଙ୍କକୁ ଚୁନା ଲଗାଇ ନକଲି ସୁନା ପ୍ରଦାନ କରି କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯ଼ୋଗ ହୋଇଛି । ଅଧିକ ପଢନ୍ତୁ....

ନକଲି ସୁନା ଦେଇ ବ୍ୟଙ୍କରୁ ଅସଲି ଠକେଇ
ନକଲି ସୁନା ଦେଇ ବ୍ୟଙ୍କରୁ ଅସଲି ଠକେଇ
author img

By

Published : Mar 13, 2020, 11:07 PM IST

ଭଞ୍ଜନଗର: ବାଡ ଯଦି ଫସଲ ଖାଏ ତାହାଲେ ଗୁହାରି କରିବ ବା କାହାକୁ । ଏଭଳି କିଛି ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମରେ । ଆନ୍ଧ୍ର ବ୍ୟାଙ୍କରେ ସୁନାର ମାନ ଯାଞ୍ଚ କରିବା ଲାଗି ଥିବା ବଣିଆ ବ୍ୟାଙ୍କର କର୍ମଚାରୀଙ୍କ ସହ ହାତ ମିଳାଇ ଚତୁରତାର ସହ ବିଭିନ୍ନ ଲୋକଙ୍କ ନାମରେ ବ୍ୟାଙ୍କକୁ ଚୁନା ଲଗାଇ ନକଲି ସୁନା ପ୍ରଦାନ କରି କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯ଼ୋଗ ହୋଇଛି । ଋଣ ନନେଇ ଋଣ ଭାରରେ ଛନ୍ଦି ହୋଇ ପଡୁଥିବା ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଥିବାବେଳେ ଅଭିଯ଼ୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ନକଲି ସୁନା ଦେଇ ବ୍ୟଙ୍କରୁ ଅସଲି ଠକେଇ

କିଏ ଲଗାଇଲା ବ୍ୟାଙ୍କକୁ ଚୂନା । କିଭଳି ବର୍ଷ ବର୍ଷ ଧରି ଲକରରେ ଥିବା ଅସଲି ସୁନା ହଠାତ୍ ହୋଇଗଲା ନକଲି । ଠକେଇ ପଛରେ କାହାର ରହିଛି ସମ୍ପୃକ୍ତି । ଏଭଳି ଅନେକ ପ୍ରଶ୍ନ ନେଇ ଏବେ ଆନ୍ଧ୍ର ବ୍ୟାଙ୍କ ପରିସରରେ ଚାଲିଛି ଖୋଳତାଡ । ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଆନ୍ଧ୍ର ବ୍ୟାଙ୍କରେ ପୁର୍ବରୁ ଋଣ ପ୍ରଦାନ କରାଯ଼ାଇଥିବା ପାଖାପାଖି 5କୋଟି ଟଙ୍କାର ସୁନା ଏବେ ନକଲି ଜଣା ପଡିବା ପରେ ସମସ୍ତଙ୍କ ହୋସ ଉଡିଯ଼ାଇଛି । ଆନ୍ଧ୍ର ବ୍ୟାଙ୍କର ଏକ ସ୍ବତନ୍ତ୍ର ଅଡିଟ ଟିମ କୁଲାଡ ବ୍ରାଞ୍ଚରେ ପହଁଞ୍ଚି ଛାନଭିନ କରିବା ସହ ଭଞ୍ଜନଗର ଥାନାରେ ଏକ ଲିଖିତ ଅଭିଯ଼ୋଗ କରିଛି ।

ଗତ କିଛି ବର୍ଷ ଧରି ବ୍ୟାଙ୍କରେ ଗହଣା ରଖି ଋଣ ହାତେଇ ଥିବା ହିତାଧିକାରି ନିଜ ଗହଣାକୁ କାହିଁକି ମୁକୁଳାଉ ନାହାଁନ୍ତି ସେନେଇ ବ୍ୟାଙ୍କର ଉଚ୍ଚସ୍ତରୀୟ ଟିମ ପ୍ରଶ୍ନ କରିବା ସହ ସମସ୍ତ ଋଣଧାରୀଙ୍କୁ ନୋଟିସ୍ ଜାରି କରିଥିଲା । ଆଉ ତାପରେ ପଦାକୁ ଆସିଥିବା ଠକେଇ ପଛର ଅସଲ ଚିତ୍ର ।

ସୂଚାନ ମୁତାବକ, ବ୍ୟାଙ୍କରେ ବଣିଆ ଭାବେ କାର୍ଯ୍ୟରତ ଧୋବା ପାତ୍ର ଗ୍ରାମର ପାଖାପାଖି 34 ଜଣ ଅଶିକ୍ଷିତ ଓ ଗରିବ ଲୋକଙ୍କୁ କୃଷି ଋଣ ବା ଅନ୍ୟାନ୍ୟ ଋଣ ପ୍ରଦାନ କରାଇ ଦେବାର ପ୍ରଲୋଭନ ଦେଖାଇ ସେମାନଙ୍କ ଠାରୁ ପରିଚୟ ପତ୍ର ଓ ପ୍ରମାଣ ପତ୍ର ପ୍ରଥମେ ହାତେଇ ନେଇଥିଲେ । ପରବର୍ତ୍ତୀ ସମୟରେ ସେହି ହିତାଧିକାରୀଙ୍କ ନାମରେ ବ୍ୟାଙ୍କର କିଛି ଅସାଧୁ କର୍ମଚାରୀଙ୍କ ସହ ହାତ ମିଳାଇ ନକଲି ସୁନାକୁ ଅସଲି ମୋହର ମାରି କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ବ୍ୟାଙ୍କ ପକ୍ଷରୁ ଅନେକଙ୍କୁ 15 ଲକ୍ଷରୁ ଉର୍ଦ୍ଧ ଟଙ୍କା ଋଣ ବୋଝର ନୋଟିସ ଜାରି ହୋଇଥିବାବେଳେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ସାଧାରଣ ଲୋକଙ୍କ ବିଶ୍ବାସ ସହ ଖେଳ ଖେଳି ବ୍ୟାଙ୍କରୁ କୋଟି କୋଟି ଟଙ୍କା ଋଣ ଆକାରରେ ହଡପ ହୋଇଥିବା ମାମଲାର ଚେର ବେଶ ତଳକୁ ଲମ୍ବିଥିବା ବେଳେ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଥିବାବେଳେ ଅନ୍ୟ ଅଭିଯ଼ୁକ୍ତଙ୍କୁ ଠାବ କରିବାରେ କେତେ ସଫଳ ହେବ ତାହା ପରବର୍ତ୍ତୀ ସମୟ କହିବ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.