ଭଞ୍ଜନଗର: ମାଣ୍ଡିଆ ବର୍ତ୍ତମାନ ଯୁଗରେ ଘରେ ଘରେ ପରିଚିତ । ଦିନ ମଜୁରିଆ ଠାରୁ ଆରମ୍ଭ କରି ଶିଳ୍ପପତି ସମସ୍ତେ ଖାଇଥାନ୍ତି । ଏହାର ଚାହିଦା ଦେଖି ଚାଷୀ ମଧ୍ୟ ଆଗ୍ରହ ହେଲାଣି ଅଧିକ ମାଣ୍ଡିଆ ଆଦାୟ କରିବା ପାଇଁ । ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ରେ ବର୍ତ୍ତମାନ ସହ ସହ ଚାଷୀ ମାଣ୍ଡିଆ ଲଗାଇ ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ସରକାର ମଧ୍ୟ ଚାଷୀଙ୍କୁ ପ୍ରୋତ୍ସାହନ ରାଶି ଯୋଗାଉଛନ୍ତି ।
ମାଣ୍ଡିଆ ଶବ୍ଦଟି ଶୁଣିବାକୁ କାନକୁ ଭଲ ଲାଗୁନଥିଲେ ମଧ୍ୟ ପ୍ରତେକ ଘରେ ଘରେ ଆଦରଣୀୟ ହୋଇଗଲାଣି । ବର୍ତ୍ତମାନ ମାଣ୍ଡିଆ ଚୂନାରେ ବିଭିନ୍ନ ପ୍ରକାର ପିଠା ,ଜଳଖିଆ ପ୍ରସ୍ତୁତ କରି ବ୍ୟବସାୟୀ ଲୋକଙ୍କୁ ଦେଉଛନ୍ତି l ଏପରିକି ହୋଟେଲ ମାନଙ୍କରେ ଗହଳି ଦେଖିବାକୁ ମିଳୁଛି । ସୋରଡା ବ୍ଲକ ପାହାଡିଆ ଅଞ୍ଚଳ ହୋଇଥିବାରୁ ପାଣିର ଅଭାବ ଯୋଗୁ ଆଗେ ଲୋକ ମାନେ ନିଜର ଖାଇବା ପାଇଁ କିଛି ଜାଗାରେ ମାଣ୍ଡିଆ ଚାଷ କରି ଚଳୁଥିଲେ । ଅଧିକାଂଶ ଜମି ପଡିଆ ରହୁଥିଲା । ଧନୀ ଶ୍ରେଣୀର ଲୋକମାନେ ମାଣ୍ଡିଆ ଜାଉ ଖାଉଥିବା ଲୋକଙ୍କୁ ଛୋଟ ନଜରରେ ଦେଖୁଥିଲେ । କିନ୍ତୁ ବର୍ତ୍ତମାନ ବଡବଡିଆ ମାନେ ମଧ୍ୟ୍ୟ ମାଣ୍ଡିଆ ଜାଉକୁ ବେଶ ପସନ୍ଦ କରୁଛନ୍ତି l ଏହାର ଚାହିଦା ଦେଖି ସରକାରଙ୍କ ତରଫରୁ ଚାଷୀଙ୍କୁ ଅଧିକ ମାଣ୍ଡିଆ ଚାଷ କରିବା ପାଇଁ ସବୁ ପ୍ରକାର ସୁବିଧା ଯୋଗାଇଛନ୍ତି ।ଯାହାଫଳରେ ସୋରଡା ବ୍ଲକର 20 ପଞ୍ଚାଯତର 130 ଗ୍ରାମର ପ୍ରାୟ 2000 ଚାଷୀ ବର୍ତ୍ତମାନ ମାଣ୍ଡିଆ ଚାଷ କରୁଛନ୍ତି । ଅଞ୍ଚଳର 700 ହେକ୍ଟର ଜମିରେ ଧାଡି ରୁଆ କରି ମାଣ୍ଡିଆ ଚାଷ କରାଯାଉଛି ।
ସରକାରଙ୍କ ତରଫରୁ ଏକର ପିଛା ଦେଢ କେଜିରୁ ଦୁଇ କେଜି ମାଗଣା ବିହନ ଦିଆଯାଉଛି । ପ୍ରଥମ ଚାଷୀଙ୍କୁ ପ୍ରୋତ୍ସାହନ ରାଶୀ ବାବଦକୁ ଏକର ପିଛା 2000 ହଜାର ଟଙ୍କା ଦିଆଯାଉଛି । ଓଡିଶା ମିଲେଟ ମିସନ ମାଧ୍ୟମରେ ଏଠାରେ ପ୍ରୋଗ୍ରେସ ସଂସ୍ଥା କାମ କରୁଛି । କୃଷି ଅଧିକାରୀ AAO,VAW ମାନେ ଚାଷୀଙ୍କ ପାଖକୁ ଯାଇ ବିନା ସାରରେ ଜୈବିକ ପଦ୍ଧତିରେ ମାଣ୍ଡିଆ ଚାଷ କରିବାକୁ ଟ୍ରେନିଂ ଦେଉଛନ୍ତି । ଚାଷୀ ମଧ୍ୟ ଢିପ ଜମିରେ ମାଣ୍ଡିଆ ଲଗାଇ ବେଶ ଖୁସି ଅନୁଭବ କରୁଛି । ଯେଉଁ ଜମିରେ ଘାସ ଉଠୁ ନ ଥିଲା ସେହି ଜମିରେ ମାଣ୍ଡିଆ ହସୁଛି ।
ମାଣ୍ଡିଆ ଚାଷର ଅଧିକ ଆଦାୟ ଦେଖି ସରକାରଙ୍କ ତରଫରୁ ଚାଷୀ ମାନଙ୍କୁ କୃଷି ଯନ୍ତ୍ରପାତି ମଧ୍ୟ ଯୋଗାଯାଉଛି । ଘାସ ବଛା ଜନ୍ତ୍ର ,ପାଲ ,ଜୈବିକ ସାର ତିଆରି ପାଇ ଡ୍ରମ ,ଥେସାର ମେସିନ ,ପଲଭାଇଜର ମେସିନ ଯାହା ଦ୍ଵାରା ମାଣ୍ଡିଆ କୁ କାଟି ମେସିନ ରେ ପକାରୀ ସଫା କରି ବାହାର କରାଯାଏ । ମାଣ୍ଡିଆ କୁ ପୁଣି ଅନ୍ୟ ମେସିନ ରେ ପକାଇ ଚୂନା କରାଯାଏ । ବ୍ଲକ ପ୍ରୋଜେକ୍ଟ କୋଡିନେଟର ଟୁଟୁ ବିଶୋଈ କହିଛନ୍ତି ଚାଷୀଙ୍କ ଆଗ୍ରହ ଦେଖି ଦୁଇ ବର୍ଷ ହେବ କାମ ଆରମ୍ଭ କରାଯାଇଛି । ଆଗକୁ 26 ଗୋଟି ପଞ୍ଚାଯତ ରେ ସମସ୍ତ ଚାଷୀ କୁ ମାଣ୍ଡିଆ ଚାଷ କରିବାକୁ ଶିଖାଯିବ । ଚାଷୀଙ୍କ ଯୋଗୁ ଆଜି ଗଞ୍ଜାମ ଜିଲ୍ଲାରେ ସୋରଡା ବ୍ଲକ ମାଣ୍ଡିଆ ଚାଷ ରେ ଦିତୀୟ ସ୍ଥାନରେ ଅଛି । ପ୍ରତି ବର୍ଷ ଚାଷୀଙ୍କୁ ଅନ୍ୟ ରାଜ୍ୟ କୁ ନେଇ ଟ୍ରେନି ଦିଆଯାଉଛି । କିଛି ମହିଳାଙ୍କୁ ବିଭିନ୍ନ ଖାଦ୍ୟ ମାଣ୍ଡିଆରୁ କିପରି ତିଆରି କରିବେ ଶିଖାଯାଉଛି l ଚାଷୀ ଙ୍କ ମାଣ୍ଡିଆ କୁ କିଣିବା ପାଇଁ ମଣ୍ଡିର ବ୍ୟବସ୍ଥା କରାଯାଇଛି l ଚାଷୀ ମଣ୍ଡି ରେ ମାଣ୍ଡିଆ କିଲୋ ପିଛା 32 ଟଙ୍କା 95 ପଇସାରେ ବିକ୍ରି କରି ଭଲ ଦୁଇପଇସା ରୋଜଗାର କରିପାରୁଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ