ETV Bharat / state

ଦାଦନ ଶ୍ରମିକ ବସ ଦୁର୍ଘଟଣା; ପ୍ରଶାସନ ସହଯୋଗରେ ଭିଟାମାଟିରେ ପହଞ୍ଚିଲା 8 ଶ୍ରମିକଙ୍କ ମୃତଦେହ - bhanjanagar news

ରାଇପୁର ନିକଟରେତ ଦାଦନ ଶ୍ରମିକ ବସ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲାର 8 ଜଣ ଶ୍ରମିକଙ୍କ ମୃତ୍ୟୁ । ପ୍ରଶାସନ ସହଯୋଗରେ ଭିଟାମାଟିରେ ପହଞ୍ଚିଲା ସମସ୍ତ ଶ୍ରମିକଙ୍କ ମର ଶରୀର । ଅଧିକ ପଢନ୍ତୁ...

ଦାଦନ ଶ୍ରମିକ ବସ ଦୁର୍ଘଟଣା; ପ୍ରଶାସନ ସହଯୋଗରେ ଭିଟାମାଟିରେ ପହଞ୍ଚିଲା 8 ଶ୍ରମିକ ମୃତଦେହ

author img

By

Published : Sep 6, 2020, 12:46 PM IST

ଭଞ୍ଜନଗର: ରାଇପୁର ନିକଟରେ ଦାଦନ ଶ୍ରମିକ ବସ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲାର 8 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ପ୍ରଶାସନ ସହଯୋଗରେ ସମସ୍ତ ଶ୍ରମିକଙ୍କ ମର ଶରୀରକୁ ବାଘୁଆ ପଲ୍ଲୀ, ବୋରି ଚାଞ୍ଚରା ପଲ୍ଲୀ ଓ ସୋରଡା ନିକଟ ବିଭୂତିଆ ଗ୍ରାମରେ ପହଞ୍ଚାଯାଇଥିଲା ।

ତେବେ ଦାଦନ ଶ୍ରମିକଙ୍କ ମର ଶରୀର ଗାଁରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ଫଡୁଥିଲା ଗାଁ ଦାଣ୍ଡ । ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ 10 ହଜାର ପ୍ରଦାନ କରିଥିଲେ । ସେହିପରି ସରପଞ୍ଚ ମଧ୍ୟ 2 ହଜାର ଲେଖାଏଁ ମୃତକଙ୍କ ପରିବାରକୁ ଦେଇଥିଲେ ।

ଦାଦନ ଶ୍ରମିକ ବସ ଦୁର୍ଘଟଣା; ପ୍ରଶାସନ ସହଯୋଗରେ ଭିଟାମାଟିରେ ପହଞ୍ଚିଲା 8 ଶ୍ରମିକ ମୃତଦେହ

ମୃତକ ଶ୍ରମିକ 8 ଜଣ ହେଲେ ବେଲଗୁଣ୍ଠା ବ୍ଲକ ବାଘୁଆ ପଲ୍ଲୀ ଗ୍ରାମର ସୁଶାନ୍ତ ସ୍ବାଇଁ, ବୋରି ଚାଞ୍ଚରା ପଲ୍ଲୀର ନାରାୟଣ ଗୁରୁ ଓ ସୋରଡ଼ା ବ୍ଲକ ଲାଠିପଡ଼ା ପଞ୍ଚାୟତ ବିଭୁତିଆ ଗ୍ରାମର ତପନ ନାୟକ ବୋଲି ଜଣାପଡିଛି । ତେବେ ଅନ୍ୟ 5 ଜଣ ଶ୍ରମିକ ଆସିକା ଓ ଛତ୍ରପୁର ଅଞ୍ଚଳର ବୋଲି ଜଣାପଡିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.