ETV Bharat / state

କୋରୋନାଠୁ ବଳିଗଲା ଭୋକର ଜ୍ବାଳା, କର୍ମକ୍ଷେତ୍ରକୁ ଲେଉଟିଲେ ପ୍ରବାସୀ - କୋରୋନା

ବୁଧବାର ଗଞ୍ଜାମ ଜିଲ୍ଲା ଆସିକା ବସଷ୍ଟାଣ୍ଡରୁ ଗୁଜୁରାଟ ଅଭିମୁଖେ ତିନୋଟି ବସରେ ପ୍ରବାସୀ ମାନେ ନିଜ କ୍ଷେତ୍ରକୁ ଲେଉଟିଛନ୍ତି ।

migrant labour
ପୁଣି କର୍ମକ୍ଷେତ୍ରକୁ ଲେଉଟିଲେ ପ୍ରବାସୀ
author img

By

Published : Aug 20, 2020, 7:49 AM IST

ଭଞ୍ଜନଗର:କୋରୋନାକୁ ଭୟ ନକରି ପୁଣି କର୍ମକ୍ଷେତ୍ରକୁ ଲେଉଟିଲେ ପ୍ରବାସୀ ଶ୍ରମିକ । ବୁଧବାର ଗଞ୍ଜାମ ଜିଲ୍ଲା ଆସିକା ବସଷ୍ଟାଣ୍ଡରୁ ଗୁଜୁରାଟ ଅଭିମୁଖେ ତିନୋଟି ବସରେ ପ୍ରବାସୀମାନେ ନିଜ କ୍ଷେତ୍ରକୁ ଲେଉଟିଛନ୍ତି ।

ବସରେ ପ୍ରାୟ 600ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ ଗୁଜୁରାଟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବାବେଳେ ଏହିସବୁ ପ୍ରବାସୀ ଆସିକା, ଦିଗପହଣ୍ଡି, ପାଟପୁର, ସାନଖେମୁଣ୍ଡି,ପୋଲସରା, ପୁରସ୍ତମପୁର ଓ ଭଞ୍ଜନଗର ଅଞ୍ଚଳର ବୋଲି ଜଣାପଡିଛି ।

ପୁଣି କର୍ମକ୍ଷେତ୍ରକୁ ଲେଉଟିଲେ ପ୍ରବାସୀ

ରାଜ୍ୟ ସରକାର ପ୍ରବାସୀମାନଙ୍କୁ କାମଧନ୍ଦା ଯୋଗାଇ ପାରିଲେ ନାହିଁ । ଫଳରେ ଶ୍ରମିକମାନେ ପେଟପାଟଣା ପାଇଁ କୋରୋନାକୁ ଭୟ ନକରି ପୁଣି କର୍ମକ୍ଷେତ୍ରକୁ ଲେଉଟିଛନ୍ତି । କିଛି ପ୍ରବାସୀଙ୍କ କହିବା ଅନୁଯାୟୀ, ଗୁଜୁରାଟରେ କର୍ମ କରି ପଛେ ମରିବୁ ଏଠାରେ ଭୋକ ଉପଵାସରେ କାହିଁକି ମରିବୁ ?

ଅନ୍ୟପଟେ ରାଜ୍ୟ ସରକାର ପ୍ରବାସୀ ମାନଙ୍କୁ କାମ ଯୋଗାଇବାରେ ଫେଲ ମାରିଛନ୍ତି । ଯାହାଫଳରେ ପ୍ରବାସୀ କୋରୋନା ମହାମାରୀ ସମୟରେ ନିଜ ଜୀବନକୁ ବିପଦରେ ପକାଇ କର୍ମକ୍ଷେତ୍ରକୁ ଫେରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.