ବ୍ରହ୍ମପୁର: ଏଣିକି ସିଧା ସଳଖ ଲୋକାୟୁକ୍ତଙ୍କ ନିକଟରେ ଯେ କେହି ବି କରିପାରିବେ ଆଭିଯୋଗ । ରାଜ୍ୟରେ କାର୍ଯ୍ୟରତ ଥିବା ସାଧାରଣ ସରକାରୀ କର୍ମଚାରୀ,ବରିଷ୍ଠ ଅଧିକାରୀ,ନିର୍ବାଚିତ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ। ଯେ କୌଣସି ବ୍ୟକ୍ତି ବିଶେଷଙ୍କ ଦୁର୍ନୀତି ବିରୁଦ୍ଧରେ ରାଜ୍ୟର ଲୋକାୟୁକ୍ତଙ୍କୁ ଏହାର ପ୍ରକୃତ ସତ୍ୟତା ରଖି ଅଭିଯୋଗ କରିପାରିବ ।
ରାଜ୍ୟରେ ଓଡିଶା ଲୋକାୟୁକ୍ତ ଆଇନ ୨୦୧୪ କାର୍ଯ୍ୟକାରୀ କରାଯାଇଥିଲା । ରାଜ୍ୟର ଯେ କୌଣସି ଅଞ୍ଚଳରୁ ଲୋକାୟୁକ୍ତଙ୍କ ନିକଟକୁ ଅଭିଯୋଗ ପଠାଇପାରିବେ ବୋଲି ବ୍ରହ୍ମପୁରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ କୁହାଯାଇଛି ।
ସହରର ଜିଲ୍ଲା ସ୍କୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ ସିଂ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ଲୋକାୟୁକ୍ତ ସଦସ୍ୟ ତଥା ପୁର୍ବତନ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ,ମୁଖ୍ୟବକ୍ତା ରୂପେ ଜଷ୍ଟିସ ବି.କେ.ନାୟକ ପ୍ରମୁଖ ଉପସ୍ଥିତ ରହି ଏହି ନୂତନ ଆଇନ ଏବଂ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଛନ୍ତି ।
ବେଳେ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ,ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ,ଜିଲ୍ଲା ଦୈରାଜର୍ଜ ବିଭୁ ପ୍ରସାଦ ରାଉତରାୟ , ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଂପାଦକ ବିଜୟ କୁମାର ଦାଶ ପ୍ରମୁଖ ମଞ୍ଚାସୀନ ରହିଥିଲେ ।ଏହି ଅବସରରେ ସହରର ବହୁ ବୁଦ୍ଧିଜୀବୀ, ଆଇନଜୀବୀ ,ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ