ଭଞ୍ଜନଗର: ଅବ୍ୟବସ୍ଥା ଘେରରେ ବଡ଼ବଦାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ର। ଫାର୍ମାସିଷ୍ଟ ଓ ସୁଇପର ଭରଷାରେ ଚାଲିଛି ଚିକିତ୍ସା କାର୍ଯ୍ୟ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡ଼ବଦାଙ୍ଗି ଗ୍ରାମରେ।
ଆଜକୁ ପ୍ରାୟ ଚାଳିଶ ବର୍ଷ ହେଲା ଏହି ଗ୍ରାମରେ ସରକାର ମେଡିକାଲଟି ସ୍ଥାପନ କରିଛନ୍ତି। ହେଲେ ସ୍ଥାୟୀ ଡାକ୍ତର ନିଯୁକ୍ତି ହୋଇ ପାରିନାହିଁ। ଯାହା ଫଳରେ ଏହି ପଞ୍ଚାୟତର 10ଟି ଗ୍ରାମର ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ତୁରନ୍ତ ସରକାର ଏଠାରେ ସ୍ଥାୟୀ ଡାକ୍ତରଟିଏ ନିଯୁକ୍ତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଅନ୍ୟପଟେ ଫାର୍ମାସିଷ୍ଟ ଜଣକ ନିୟମିତ ମେଡିକାଲକୁ ଆସି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା କହିଛନ୍ତି।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ