ETV Bharat / state

ଜେଲ ଅନ୍ତେବାସୀଙ୍କୁ ମାଓନେତା ସବ୍ୟସାଚୀଙ୍କ ଧମକ, ସ୍ବାମୀର ଜୀବନ ରକ୍ଷା ପାଇଁ କୋର୍ଟର ଦ୍ବାରସ୍ଥ ସ୍ତ୍ରୀ

author img

By

Published : May 11, 2023, 10:00 AM IST

ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅନ୍ତେବାସୀଙ୍କୁ ନିର୍ଯାତନା ଅଭିଯୋଗ । ସ୍ବାମୀର ଜୀବନ ରକ୍ଷା ପାଇଁ କୋର୍ଟର ଦ୍ବାରସ୍ଥ ହେଲେ ସ୍ତ୍ରୀ । ଅଧିକ ପଢନ୍ତୁ

କାରାଗାରରେ ଜେଲ ସର୍ଦ୍ଦାରଙ୍କ ଧମକ
କାରାଗାରରେ ଜେଲ ସର୍ଦ୍ଦାରଙ୍କ ଧମକ

ବ୍ରହ୍ମପୁର: ମଣ୍ଡଳ କାରାଗାରରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ଧମକ । ନିର୍ଯାତନା ଦେଉଥିବାରୁ ଅନ୍ତେବାସୀଙ୍କ ଅନଶନ । ସ୍ବାମୀଙ୍କ ଜୀବନ ବଞ୍ଚାଇବା ପାଇଁ କୋର୍ଟରେ ଅଭିଯୋଗ କରିଲେ ସ୍ତ୍ରୀ । ବ୍ରହ୍ମପୁର ମଣ୍ଡଳ କାରାଗାରର ସର୍ଦ୍ଦାର ବୋଲାଉଥିବା ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ବିରୋଧରେ ଏପରି ଅଭିଯୋଗ ଆସିଛି । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଏ.ଡି.ଜେ କୋର୍ଟରେ ଏଭଳି ଲିଖିତ ଭାବରେ ନିବେଦନ କରିଛନ୍ତି ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀ ରହିଥିବା ଅନ୍ତେବାସୀ ପ୍ରଦୀପ ପରିଡ଼ାଙ୍କ ଧର୍ମପତ୍ନୀ କଲ୍ୟାଣୀ ପରିଡ଼ା ।

କଲ୍ୟାଣୀ ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି," ମୋ ସ୍ୱାମୀ ବ୍ରହ୍ମପୁର ଜେଲରେ ବିଚାରାଧୀନ ବନ୍ଦୀ ଭାବେ ରହିଛନ୍ତି । ସେହି ଜେଲରେ ସର୍ଦ୍ଦାର ରହିଥିବା ମାଓ ନେତା ସବ୍ୟସାଚୀ ପଣ୍ଡା ମୋ ସ୍ୱାମୀଙ୍କୁ ନିର୍ଯାତନା ଦେଉଛନ୍ତି । ଖାଇବା କମ ଦେଉଛନ୍ତି । ପ୍ରତିବାଦ କଲେ ଖାଇବାରେ ବିଷ ଦେଇ ମାରିଦେଵ ବୋଲି ଧମକ ଦେଉଛି । ତେଣୁ ମୋ ସ୍ୱାମୀଙ୍କ ଜୀବନ ରକ୍ଷା ପାଇଁ ସୁରକ୍ଷା ଯୋଗାଇ ଦିଅନ୍ତୁ ।"

ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭାକୁଟିଡିହ ଗ୍ରାମର ପ୍ରଦୀପ ପରିଡ଼ା ଦୁଇଟି ହତ୍ୟା ମାମଲାରେ ଅଭିଯୁକ୍ତ ହୋଇ ବ୍ରହ୍ମପୁର ମଣ୍ତଳ କାରାଗାରରେ ଅନ୍ତେବାସୀ ଭାବେ ରହି ଆସୁଥିବା ବେଳେ ବ୍ରହ୍ମପୁର ମଣ୍ତଳ କାରାଗାରରେ ରହିଥିବା ମାଓ ନେତା ସବ୍ୟସାଚୀ ପଣ୍ଡା ଜେଲ କ୍ୟାଣ୍ଟିନ ସର୍ଦ୍ଦାର ରହିଛନ୍ତି । ଅନ୍ତେବାସୀଙ୍କୁ ନିର୍ଯାତନା ଦେଉଥିବା ଏବଂ ଏହାର ପ୍ରତିବାଦ କରିବାରୁ ପ୍ରଦୀପଙ୍କୁ ଖାଦ୍ୟରେ ବିଷ ଦେଇ ମାରିଦେବା ନେଇ ଧମକ ଦେଇଥିବା ଅଭିଯୋଗ କରି ପ୍ରଦୀପ ଇତିମଧ୍ୟରେ ଜେଲରକୁ ଅବଗତ କରାଇଥିବା ବେଳେ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ତେଣୁ ସେ ସ୍ତ୍ରୀଙ୍କୁ ସବୁ ବିଷୟରେ ଅବଗତ କରାଇଥିଲେ । ପରେ ସ୍ତ୍ରୀ ସ୍ବାମୀଙ୍କ ଜୀବନ ରକ୍ଷା କରିବା ପାଇଁ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ପ୍ରଦୀପ ଅନଶନରେ ରହିଥିବାରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ସଠିକ୍ ନଥିବା ବେଳେ ତାଙ୍କୁ ସୁରକ୍ଷା ଦେବା ପାଇଁ ଅଦାଲତଙ୍କୁ ଅନୁରୋଧ କରିଛନ୍ତି ।

ବ୍ରହ୍ମପୁରର ମଣ୍ଡଳ କାରାଗାରରେ ବିଭିନ୍ନ ମାମଲାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ଅନ୍ତେବାସୀ ରହି ଆସୁଥିବା ବେଳେ ସେମାନଙ୍କ ମଧ୍ୟରେ ସଂସ୍କାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ସହିତ କାରଗାର ମଧ୍ୟରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଅଛି । ସେପଟେ ରାଜ୍ୟର ସମସ୍ତ କାରାଗାର ମଧ୍ୟରେ ସର୍ଦ୍ଦାର ପ୍ରଥା ଠାରୁ ଆରମ୍ଭ କରି ଟେଲିଫୋନ୍ ବୁଥ ଦାୟିତ୍ୱ ଏଭଳି ଅନେକ କାର୍ଯ୍ୟ ହୋଇ ଆସିଥାଏ । ହେଲେ ବ୍ରହ୍ମପୁର ମଣ୍ଡଳ କାରଗାର ମଧ୍ୟରେ ଏପରି ଜଣେ ଅନ୍ତେବାସୀଙ୍କ ଅଭିଯୋଗ ଆସିବା ଏବଂ ଘଟଣା ନେଇ ତାଙ୍କ ପରିବାର ବର୍ଗ କୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ଏହି ଘଟଣାକୁ ଆଗାମୀ ଦିନରେ ଜେଲ କର୍ତ୍ତୃପକ୍ଷ ସମାଧାନ କରିବା ପାଇଁ କିଭଳି ଉଦ୍ୟମ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.