ETV Bharat / state

ସୋରଡାରେ ବିଜେପିର ମିଶ୍ରଣ ପର୍ବ - sorada constituency

ଆଗକୁ ନିର୍ବାଚନ ଥିବା ବେଳେ ନେତା ଓ କର୍ମୀଙ୍କ ଦଳ ଡିଆଁ ପର୍ବ ଚାଲିଛି । କିଛି ନେତା ଟିକେଟ୍ ନ ପାଇ ଦଳର ହାତ ଛାଡୁଥିବା ବେଳେ କିଛି କର୍ମୀ ନେତା ଛାଡୁଛନ୍ତି । ସେହିକ୍ରମରେ ସୋରଡା ନିର୍ବାଚନ ମଣ୍ଡଳୀରେ ଶତାଧିକ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି. ଭଞ୍ଜନଗର
author img

By

Published : Mar 30, 2019, 1:15 PM IST

ଭଞ୍ଜନଗର: ଆଗକୁ ନିର୍ବାଚନ ଥିବା ବେଳେ ଗଞ୍ଜାମରେ ବିଜେପି ପ୍ରଚାର ଆରମ୍ଭ କରିଛି । ସୋରଡା ନିର୍ବାଚନ ମଣ୍ଡଳ ପାଇଁ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀସୋରଡାର ଅମୃତୁଲ ଗାଁରେ ପହଞ୍ଚି ପ୍ରଚାର ଆରମ୍ଭ କରିଥିଲେ । ଏହି ଅବସରରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି. ଭଞ୍ଜନଗର

ତେବେ ନୀଳମଣି ଗାଁରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରେ ଏକ ସଭା କରାଯାଇଥିଲା । ଏହି ଅବସରରେ ଅମୃତୁଲ, ବୋରସିଂ, ହୁକୁମା, ହିଞ୍ଜଳକୁଦା ଓ ବଦାଙ୍ଗିର ପଞ୍ଚାୟତର ଶତାଧିକ କଂଗ୍ରେସ ଓ ବିଜେଡି କର୍ମୀବିଜେପିରେ ସାମିଲ ହୋଇଥିଲେ । ସୋରଡା ନିର୍ବାଚନ ମଣ୍ଡଳୀ ବିଜେଡି ଦଖଲରେ ଥିବା ବେଳେ ନିର୍ବାଚନ ସମୟରେ ଦଳରୁ ଏତେ ସଂଖ୍ୟକ କର୍ମୀ ଦଳ ଛାଡିବା ବିଜେଡିକୁ ଅଡୁଆରେ ପକାଇବ ବୋଲି ବିଜେପି ପ୍ରାର୍ଥୀ ଶ୍ରୀ ବିଷୋୟୀକହିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.