ETV Bharat / state

ବିଜେଡିର ମିଶ୍ରଣ ପର୍ବ, ମିଶିଲେ ୩ ହଜାରରୁ ଅଧିକ ବିଜେପି କର୍ମୀ

author img

By

Published : Sep 5, 2022, 6:56 PM IST

ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡିର ମିଶ୍ରଣ ପର୍ବ । ପୋଲସରା ଓ ବୁଗୁଡ଼ା ବ୍ଲକର ୩ ହଜାରରୁ ଅଧିକ ବିଜେପି କର୍ମୀଙ୍କ ବିଜେଡିରେ ଯୋଗଦାନ । ପୋଲସରା ଏନଏସିର ପୂର୍ବତନ ଅଧ୍ୟକ୍ଷା ସୌଦାମିନୀ ସାହୁ ଓ ଦୁର୍ଯ୍ୟୋଧନ ସାହୁଙ୍କ ସମେତ ୬ ଜଣ କାଉନସିଲର ମଧ୍ୟ ବିଜେଡିରେ ସାମିଲ । ଅଧିକ ପଢ଼ନ୍ତୁ

ବିଜେଡିରେ ମିଶିଲେ ୩ ହଜାରରୁ ଅଧିକ ବିଜେପି କର୍ମୀ

ଭଞ୍ଜନଗର: ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୩ ହଜାରରୁ ଅଧିକ ବିଜେପି ନେତା, କର୍ମୀ ଓ ସମର୍ଥକ ବିଜେଡିରେ ସାମିଲ ହୋଇଛନ୍ତି । ଏହା ସହିତ ପୋଲସରା ଏନଏସିର ପୂର୍ବତନ ଅଧ୍ୟକ୍ଷା ସୌଦାମିନୀ ସାହୁ, ଦୁର୍ଯ୍ୟୋଧନ ସାହୁଙ୍କ ସହିତ ୬ ଜଣ କାଉନସିଲର ବିଜେଡିରେ ଯୋଗ ଦେଇଥିଲେ ।

ଗଞ୍ଜାମ ଜିଲ୍ଲା ପୋଲସରା ବସଷ୍ଟାଣ୍ଡ ନିକଟରେ ଆଜି (ସୋମବାର) ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଏବଂ ସୁଶାସନରେ ଅନୁପ୍ରାଣିତ ହୋଇ ବିଜେପି ନେତା ଓ କର୍ମୀମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ସେହିଭଳି ଆଗାମୀ ୨୦୨୪ ନିର୍ବାଚନରେ ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେପିର ସତ୍ତା ରହିବ ନାହିଁ ବୋଲି ବିଜେଡି ଦଳର ନେତାମାନେ କହିଛନ୍ତି । ଆଗାମୀ ନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟ ଲାଭ କରିବ ବୋଲି ମଞ୍ଚାସୀନ ନେତାମାନେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶ୍ରମ ମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଉପସ୍ଥିତ ରହିଥିଲେ । ଏମାନଙ୍କ ଉପସ୍ଥିତି ପୋଲସରା ବ୍ଲକର ୭ ଟି ପଞ୍ଚାୟତ ଓ ବୁଗୁଡ଼ା ବ୍ଲକର ୨ ଟି ପଞ୍ଚାୟତର ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ବ ବିଜେପି ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ସେହିଭଳି ପୋଲସରା ଏନଏସିର ପୂର୍ବତନ ଅଧ୍ୟକ୍ଷା ସୌଦାମିନୀ ସାହୁ, ଦୁର୍ଯ୍ୟୋଧନ ସାହୁଙ୍କ ସହିତ ୬ ଜଣ କାଉନସିଲର ମଧ୍ୟ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି ।

ଏହି ଅବସରରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି, "ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଭଳି ଗୋଟିଏ ଜାତୀୟ ଦଳ ଛାଡ଼ି ପ୍ରାୟ ୩ ହଜାରରୁ ଅଧିକ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀକୁ ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀରେ ପରିଣତ କରିଛନ୍ତି । ତେଣୁ ଏହାର ଶ୍ରେୟ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କର ।"

ସେହିଭଳି ଏହାର ଶ୍ରେୟ କେବଳ ମୁଖ୍ୟମନ୍ତ୍ରୀଙ୍କର ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ସେ କହିଛନ୍ତି, "ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକ ପ୍ରିୟତା ଓ ସ୍ବଚ୍ଛ ଭାବମୂର୍ତ୍ତୀରେ ଅନୁପ୍ରାଣିତ ହୋଇ ବିଜେପି ଦଳର ଅନେକ ସରପଞ୍ଚ, ସମିତିସଭ୍ୟ, କାଉନସିଲରଙ୍କ ଭଳି ଅନେକ ନେତୃ ସ୍ଥାନୀୟ ବ୍ୟକ୍ତି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟ ଯୋଗୁଁ ସମ୍ଭବ ହୋଇପାରିଛି ।"

ଇଟିଭି ଭାରତ, ଭଞ୍ଜନଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.