ETV Bharat / state

ବାଣ ଭିଡିବା ବେଳେ ବିସ୍ଫୋରଣ, ଚାଲିଗଲା ଜଣଙ୍କ ଜୀବନ

author img

By

Published : Oct 29, 2022, 5:00 PM IST

ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ସହରରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ । ବିସ୍ଫୋରଣ ଘଟି ଜଣଙ୍କ ମୃତ୍ୟୁ ହୋଇଛି । ତକ ହେଲେ ଖଲ୍ଲିକୋଟ ସହରର ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ପ୍ରଧାନଙ୍କ ପୁତ୍ର ଜିତେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ବାଣ ଭିଡିବା ବେଳେ ବିସ୍ଫୋରଣ
ବାଣ ଭିଡିବା ବେଳେ ବିସ୍ଫୋରଣ

ବ୍ରହ୍ମପୁର: ବାଣ ଭିଡିବା ବେଳେ ଅଘଟଣ । ବାଣ ଭିଡୁଥିବାବେଳେ ବିସ୍ଫୋରଣ ଘଟି ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ସହରରରୁ ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମୃତକ ହେଲେ ଖଲ୍ଲିକୋଟ ସହରର ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ପ୍ରଧାନଙ୍କ ପୁତ୍ର ଜିତେନ୍ଦ୍ର ପ୍ରଧାନ । ସୂଚନା ଅନୁସାରେ, ସ୍ଥାନୀୟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ନିକଟରେ ରହିଥିବା ଏକ ଘର ମଧ୍ୟରେ ବାଣ ତିଆରି କରୁଥିଲେ । ଏହି ସମୟରେ ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା ।

ବାଣ ଭିଡିବା ବେଳେ ବିସ୍ଫୋରଣ

ଏହା ମଧ୍ୟ ପଢନ୍ତୁ: ପୁଣି ଗାଈକୁ ଧକ୍କା ଦେଲା ବନ୍ଦେ ଭାରତ ଏକ୍ସପ୍ରେସ, ମାସକରେ ତୃତୀୟ ଘଟଣା

ବିସ୍ଫୋରଣ ସମୟରେ ଖୁବ ଜୋରରେ ଶବ୍ଦ ହେବା ଯୋଗୁଁ ଆଖପାଖ ଅଞ୍ଚଳର ଲୋକମାନେ ଭୟଭୀତ ହୋଇଯାଇଥିଲେ । ପରେ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଜିତେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ରହିଥିବାବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: ବାଣ ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, 3 ଗୁରୁତର

ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୨୧ ତାରିଖରେ ଅନୁଗୋଳରୁ ମଧ୍ୟ ସମାନ ଖବର ସାମ୍ନାକୁ ଆସିଥିଲା । ଅନୁଗୋଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦା ଗ୍ରାମରେ ବାଣ ଭିଡିବାବେଳେ ବିସ୍ଫୋରଣ ହୋଇଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଥିଲେ । ଗତ ୨୧ ତାରିଖରେ ସକାଳୁ ସକାଳୁ ଘରେ ବାଣ ଭିଡୁଥିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଛପର ଉଡିଯାଇଥିଲା । ପରେ ଆହତମାନଙ୍କୁ ପ୍ରଥମେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଅନୁଗୋଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଖବରପାଇ ଖମାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ବାଣ କାରଖାନା ଆଇନ୍ ସମ୍ମତ ଥିଲା ନା ବେଆଇନ ଭାବରେ ଚାଲିଥିଲା ସେନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଏହା କେବେ ଠାରୁ ଚାଲିଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.