ETV Bharat / state

ଭଡା ଟଙ୍କାକୁ ନେଇ ବଚସା, ଅଟୋ ଡ୍ରାଇଭରକୁ ମରଣାତ୍ମକ ଆକ୍ରମଣ

ଭଡା ଟଙ୍କାକୁ କେନ୍ଦ୍ର କରି ଅଟୋ ଡ୍ରାଇଭରଙ୍କୁ ମରଣାନ୍ତ ଆକ୍ରମଣ । ଏଭଳି ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ଗ୍ରାମରେ ଘଟିଛି ।

author img

By

Published : Jun 5, 2019, 7:36 AM IST

ଫଟୋ ସୌଜନ୍ୟ: ପ୍ରତିନିଧି ଭଞ୍ଜନଗର

ଭଞ୍ଜନଗର: ଭଡା ଟଙ୍କାକୁ କେନ୍ଦ୍ର କରି ଅଟୋ ଡ୍ରାଇଭରଙ୍କୁ ମରଣାନ୍ତ ଆକ୍ରମଣ। ଏଭଳି ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ଗ୍ରାମରେ ଘଟିଛି । ତେବେ ଆକ୍ରମଣର ଶିକାର ହୋଇଥିବା ଅଟୋ ଡ୍ରାଇଭର ଜଣକ ହେଲେ କେଦାର ଦାଶ ।ଆକ୍ରମଣ ଘଟାଇ ଅଭିଯୁକ୍ତ କରଣ ମହାରଣା ଓରଫ (ବୁଟୁ) ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭଞ୍ଜନଗର

ତେବେ ଗୁରୁତର ଅବସ୍ଥାରେ ଅଟୋ ଡ୍ରାଇଭର ଜଣକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ବିଷୟରେ ଖବର ପାଇ ଭଞ୍ଜନଗର ପୋଲିସ ପହଁଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଆଜି ରାତି ପ୍ରାୟ 8ଟା ସମୟରେ ଅଟୋ ଡ୍ରାଇଭର କେଦାର ଦାଶ ଭଡା ଟଙ୍କା ମାଗିବାକୁ ଯାଇଥିଲା। ଏହି ସମୟରେ କରଣ ମହାରଣା ସହ ତାର ବଚସା ହୋଇଥିଲା । ଘଟଣାରେ ଉତ୍ତକ୍ଷିପ୍ତ ହୋଇ ପାଖରେ ରଖିଥିବା ଛୁରିରେ କେଦାରର ବେକ ଏବଂ ହାତକୁ ଆକ୍ରମଣ କରିଥିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.