ETV Bharat / state

ରୁମାପଲ୍ଲୀ ଗାଁରେ ଭୟାବହ ଅଗ୍ନିକାଣ୍ତ: 12 ପରିବାର ସର୍ବସ୍ବାନ୍ତ

ଗଞ୍ଜାମ ରୁମାପଲ୍ଲୀ ଗାଁରେ ଭୟାବହ ଅଗ୍ନିକାଣ୍ତ । ନିଆଁ ଲାଗି 12ଟି ପରିବାରର 20 ବଖରା ଘର ଜଳି ପାଉଁଷ ହୋଇଯାଇଛି । ତେବେ, ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।ଅଧିକ ପଢନ୍ତୁ

author img

By

Published : Jan 8, 2022, 7:03 PM IST

ରୁମାପଲ୍ଲୀ ଗାଁରେ ଭୟାବହ ଅଗ୍ନିକାଣ୍ତ: ସର୍ବସ୍ବାନ୍ତ ହେଲେ 12 ପରିବାର

ଭଞ୍ଜନଗର: ଗଞ୍ଜାମ ରୁମାପଲ୍ଲୀ ଗାଁରେ ଭୟାବହ ଅଗ୍ନିକାଣ୍ତ । ନିଆଁ ଲାଗି 12ଟି ପରିବାରର 20 ବଖରା ଘର ଜଳି ପାଉଁଶ ହୋଇଯାଇଛି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁସାରେ ରୁମାପଲ୍ଲୀ ଗାଁରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା ।

ଫଳରେ ଗାଁଲେୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲା । ହେଲେ ଏହି ଅଗ୍ନିକାଣ୍ତରେ ଲୋକଙ୍କ ବହୁ ସମ୍ପତ୍ତି ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ସୋରଡା ପୋଲିସ ପହଞ୍ଚି ତଦନ୍ତ କରୁଥିବାବେଳେ ସୋରଡା ତହସିଲଦାର ଓ ବିଧାୟକ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.