ETV Bharat / state

ଇତିହାସ ପୃଷ୍ଠାରେ ଆଜି ବି ଜୀବନ୍ତ 'ହୁମ୍ମା ଲବଣ ସତ୍ୟାଗ୍ରହ' - ଗଞ୍ଜାମ ଜିଲ୍ଲାର ହୁମ୍ମା

ଲବଣ ସତ୍ୟାଗ୍ରହରେ ଗଞ୍ଜାମ ଜିଲ୍ଲାର ହୁମ୍ମା ଅଞ୍ଚଳର ଭୂମିକା ଗୁରୁତ୍ବପୂର୍ଣ୍ଣ । ଇଂରେଜ ସରକାରଙ୍କ ବିରୋଧରେ ହୋଇଥିବା ଏହି ଆନ୍ଦୋଳନରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଡାକରାରେ ସାମିଲ ହୋଇଥିଲେ ହଜାର ହଜାର ଲବଣ ସତ୍ୟାଗ୍ରହୀ। ଯାହାକି ଇତିହାସ ପୃଷ୍ଠାରେ ଜୀବନ୍ତ ହୋଇରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Aug 18, 2019, 9:05 AM IST

ବ୍ରହ୍ମପୁର: ଭାରତକୁ ସ୍ବାଧୀନତା ଆଣିବା ପାଇଁ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ଆନ୍ଦୋଳନ । ସେଥିମଧ୍ୟରୁ ଲବଣ ସତ୍ୟାଗ୍ରହରେ ଗଞ୍ଜାମ ଜିଲ୍ଲାର ହୁମ୍ମା ଅଞ୍ଚଳର ଭୂମିକା ଗୁରୁତ୍ବପୂର୍ଣ୍ଣ । ଇଂରେଜ ସରକାରଙ୍କ ବିରୋଧରେ ହୋଇଥିବା ଏହି ଆନ୍ଦୋଳନରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଡାକରାରେ ସାମିଲ ହୋଇଥିଲେ ହଜାର ହଜାର ଲବଣ ସତ୍ୟାଗ୍ରହୀ। ଯାହାକି ଇତିହାସ ପୃଷ୍ଠାରେ ଜୀବନ୍ତ ହୋଇରହିଛି ।

ଏପରିକି ନିଜ ଜମିରେ ଚାଷୀମାନେ ଲୁଣ ମାରି ଗୋରା ସରକାରଙ୍କ ଜୁଲମକୁ ପ୍ରତିବାଦ କରିଥିଲେ । ହୁମ୍ମାର ସେହି ଲବଣ ଶ୍ରମିକଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ ମହାତ୍ମାଗାନ୍ଧୀ । ଏପରିକି ବାପୁଜୀ ଟ୍ରେନ ଯୋଗେ ରମ୍ଭାରେ ପହଞ୍ଚିବା ପରେ ସେଠାରୁ ପାଦରେ ଚାଲି ଚାଲି ହୁମ୍ମା ପହଞ୍ଚି ଲବଣ ସତ୍ୟାଗ୍ରହ ପଡିଆରେ ପହଞ୍ଚି ଉପସ୍ଥିତ ଆନ୍ଦୋଳନକାରୀ ସହ ଆଲୋଚନା କରିବା ସହ ଉଦବୋଧନ ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଅନ୍ୟପଟେ ଲବଣ ସତ୍ୟାଗ୍ରହ ଇତିହାସରେ ହୁମ୍ମା ଅଞ୍ଚଳ ଇତିହାସର ଏକ ମୁକସାକ୍ଷୀ ପାଲଟିଥିଲା। ଏହାକୁ ଛାଡି ୧୯୨୭ ମସିହାର ଡିସେମ୍ବର ୩୦ ତାରିଖରେ ବାପୁଜୀ ରମ୍ଭା ରାଜପ୍ରସାଦରେ ଅବସ୍ଥାନ କରିଥିବା ଭିଜିଟର ବୁକରେ ରହିଥିବା ତାଙ୍କ ସ୍ବାକ୍ଷରରୁ ସ୍ପଷ୍ଟ ହୋଇଥାଏ । ଏପରିକି ସ୍ବାଧୀନତା ଆନ୍ଦୋଳନ ସମୟରେ ଦେଶର ବହୁ ନେତୃବୃନ୍ଦ ରମ୍ଭା ରାଜପ୍ରସାଦରେ ଅବସ୍ଥାନ କରି ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟରେ ବୈଠକ କରିଥିବା ଜଣାପଡେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଭାରତକୁ ସ୍ବାଧୀନତା ଆଣିବା ପାଇଁ ଦେଶ ବ୍ୟାପି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ଆନ୍ଦୋଳନ ।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ ଲବଣ ଶ୍ରମିକ ମାନେ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ଆହ୍ବାନରେ ହୁମ୍ମା ଠାରେ ହଜାର ହଜାର ଶ୍ରମିକ ଏକତ୍ରିତ ହୋଇ ନିଜ ମାଟିରେ ଲୁଣ ମାରିବା ସହ ଲବଣ ସତ୍ୟାଗ୍ରହରେ ହୋଇଥିଲେ ସାମିଲ । ଇ°ରେଜ ସରକାରଙ୍କ ବିରୁଦ୍ଧରେ ହୋଇଥିବା ଏହି ଆନ୍ଦୋଳନରେ ନିଜେ ଯୋଗ ଦେଇଥିଲେ ମହାତ୍ମାଗାନ୍ଧୀ ।ଯାହାକି ଇତିହାସ ପୃଷ୍ଠାରେ ଜୀବନ୍ତ ହୋଇରହିଛି ।

Body:()-ଲବଣ ସତ୍ୟାଗ୍ରହ ଆନ୍ଦୋଳନ କଥାକୁ ମନେ ପକାଇଲେ ଗଞ୍ଜାମ ଜିଲ୍ଲାର ହୁମ୍ମା ଅଞ୍ଚଳର ଭୂମିକା ରହିଥିଲା ଗୁରୁତ୍ବପୂର୍ଣ ।ଇ°ରେଜ ସରକାର ଙ୍କ ବିରୋଧରେ ହୋଇଥିବା ଏହି ଆନ୍ଦୋଳନ ରେ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ଡାକରାରେ ସାମିଲ ହୋଇଥିଲେ ଗଞ୍ଜାମ ର ହୁମ୍ମା ଅଞ୍ଚଳର ହଜାର ହଜାର ଲବଣ ଶ୍ରମିକ ।ଏପରିକି ନିଜ ଜମିରେ ଚାଷୀ ମାନେ ଲୁଣ ମାରି ଗୋରା ସରକାରଙ୍କ ଜୁଲମ କୁ ପ୍ରତିବାଦ କରିଥିଲେ । ହୁମ୍ମା ର ସେହି ଲବଣ ଶ୍ରମିକ ଙ୍କ ଆନ୍ଦୋଳନ ରେ ସାମିଲ ହୋଇଥିଲେ ମହାତ୍ମାଗାନ୍ଧୀ ।ଏପରିକି ବାପୁଜି ଟ୍ରେନ ଯୋଗେ ରମ୍ଭା ରେ ପହଞ୍ଚିବା ପରେ ସେଠାରୁ ପାଦରେ ଚାଲି ଚାଲି ହୁମ୍ମା ପହଞ୍ଚି ଲବଣ ସତ୍ୟାଗ୍ରହ ପଡିଆରେ ପହଞ୍ଚି ଉପସ୍ଥିତ ଆନ୍ଦୋଳନକାରୀ ସହ ଆଲୋଚନା କରିବା ସହ ଉଦବୋଧନ ଦେଇଥିଲେ।
ବାଇଟ୍-ସୁବାସ ପଣ୍ଡା(ବୁଦ୍ଧିଜୀବୀ, ରମ୍ଭା)

()-ଅନ୍ୟପଟେ ଲବଣ ସତ୍ୟାଗ୍ରହ ଇତିହାସରେ ହୁମ୍ମା ଅଞ୍ଚଳ ଇତିହାସ ର ଏକ ମୁକସାଖୀ ପାଲଟିଥିବା ବେଳେ ଏହାକୁ ଛାଡି ୧୯୨୭ ମସିହାର ଡିସେମ୍ବର ୩୦ ତାରିଖରେ ବାପୁଜି ରମ୍ଭା ରାଜପ୍ରସାଦରେ ଅବସ୍ଥାନ କରିଥିବା ଭିଜିଟର ବୁକ୍ ରେ ରହିଥିବା ତାଙ୍କ ସ୍ବାକ୍ଷରରୁ ସ୍ବଷ୍ଟ ହୋଇଥାଏ ।ଏପରିକି ସ୍ବାଧୀନତା ଆନ୍ଦୋଳନ ସମୟରେ ଦେଶର ବହୁ ନେତୃବୃନ୍ଦ ରମ୍ଭା ରାଜପ୍ରସାଦରେ ଅବସ୍ଥାନ କରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ବୈଠକ କରିଥିବାର ଜଣାପଡେ।
ବାଇଟ୍-କୃଷ୍ଣଚନ୍ଦ୍ର ନିଷଙ୍କ(ପୁର୍ବତନ ଜିଲ୍ଲା ସ°ସ୍କୃତି ଅଧିକାରୀ)
ବାଇଟ୍-ସହଦେବ ଗୈଡ(ରମ୍ଭା ବାସିନ୍ଦା)

Conclusion:ରିପୋର୍ଟର ପିଟୁସି(ସମୀର ଆଚାର୍ଯ୍ୟ)
ବି.ଦ୍ର-ମହାତ୍ମାଗାନ୍ଧୀ ଙ୍କ ସ୍ବାକ୍ଷର ସହ ରମ୍ଭା ରାଜପ୍ରସାଦର କିଛି ଫୋଟ what's app ରେ ଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.